ମୋହନା ୨୮।୧୦ : ବାତ୍ୟା ପ୍ରଭାବରେ ଲାଗି ରହିଛି ପ୍ରବଳ ବର୍ଷା । ଏହି ବର୍ଷା ଲାଗି ଲଗାତର ଭାବେ ବଢ଼ିବାରେ ଲାଗିଛି ହରଭଙ୍ଗୀ ଡ୍ୟାମ୍‌ର ଜଳସ୍ତର। ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳରେ ଥିବା ଏହି ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବା ପରେ ଜଳ ନିଷ୍କାସନ ଆରମ୍ଭ କରିଛି ଜଳସମ୍ପଦ ବିଭାଗ। ଡ୍ୟାମ୍‌ର ୮ଟି ଗେଟ୍‌ ମଧ୍ୟରୁ ୪ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଡ୍ୟାମ୍‌ର ଜଳସ୍ତର ଉପରେ ନଜର ରଖିଛି ବିଭାଗ। ଆବଶ୍ୟକ ପଡ଼ିଲେ ଆଉ ଅଧିକ ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଜଳ ନିଷ୍କାସନ ହେଉଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଆବଶ୍ୟକ।

Also Read:-Cyclone Arnab : ବାତ୍ୟା ଅର୍ଣ୍ଣବ ଆଣିଲା ବିପତ୍ତି, ମୁକାବିଲାରେ ୧୨୫ ଅଗ୍ନିଶମ ଟିମ୍

ସୂଚନାଯୋଗ୍ୟ ଯେ, ବାତ୍ୟା ଅର୍ଣ୍ଣବ ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିଛି । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ଖାସ୍‌ କରି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଆଦି ଜିଲ୍ଲାମାନେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଲାଗି ନଦୀର ଜଳସ୍ତର ବଢିବାରେ ମଧ୍ୟ ଲାଗିଛି । ଯାହାକୁ ଦୃଷ୍ଟି ରଖି ଏବେ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି ।

Watch Video:-