ନୂଆଦିଲ୍ଲୀ,|୦୭:ସୁଦୂର ୟୁରୋପରୁ ଭାରତକୁ ବୁଲିବାକୁ ଆସିଥିଲେ ମହିଳା। ବୁଲାବୁଲି କଲେ । ନିଜ ଦେଶକୁ ଫେରିଗଲେ । କିନ୍ତୁ ସେଠାରେ ଯାହା ଘଟିଲା ତାହା ଏବେ ଇଂଲଣ୍ଡ ମିଡିଆରେ ବ୍ରେକିଂ ନ୍ୟୁଜ୍ ପାଲଟିଯାଇଛି । ମହିଳାଜଣଙ୍କ ଖବରର ଶିରୋନାମା ପାଲଟିଛନ୍ତି ।

ରିପୋର୍ଟ ଅନୁସାରେ, ଲୋରୀ ଡେନମ୍ୟାନ୍ ନାମକ ଜଣେ ୪୨ ବର୍ଷୀୟ ବ୍ରିଟେନ୍ ମହିଳା ୨୦୦୭ରେ ଭାରତ ଆସିଥିଲେ । ଏଠାରେ ସେ ଦୁଇ ମାସ ଧରି ରହିବା ସହ ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ । ତେବେ ସେ ନିଜ ଦେଶକୁ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ତାଙ୍କ ମସ୍ତିଷ୍କରେ ୩୮ଟି ପରଜୀବୀ ଥିବା ଜଣା ପଡିଥିଲା । ଭାରତ ଗସ୍ତ ସମୟରେ ଏହି ସଂକ୍ରମଣ ହୋଇଥିବା ଡାଙ୍କୁ ବିଶେଷଜ୍ଞମାନେ କହୁଛନ୍ତି । ଫଳରେ ସେ ବିରଳ ନ୍ୟୁରୋସିଷ୍ଟିସର୍କୋସିସର ଶିକାର ହୋଇଛନ୍ତି । ଯାହାର କାରଣ ହେଉଛି ଏକ ଫିତା କୃମି ଟିନିଆ ସୋଲିୟମ ।ଏହା କୌଣସି ଘୁଷୁରୀଠୁ ମହିଳାଙ୍କୁ ସଂକ୍ରମିତ ହୋଇଛି । ଏହା ଶରୀରର ସ୍ନାୟୁପ୍ରଣାଳୀକୁ ପ୍ରଭାବିତ କରିଥାଏ ।

Also Read :-'ବୈଭବ ଏବେ ଖେଳିବେନି, ସଞ୍ଜୁଙ୍କୁ ଆହୁରି ସୁଯୋଗ ଦେବା ଦରକାର ...' : ଏମିତି କାହିଁକି କହିଲେ କାର୍ତ୍ତିକ ?

୪ ବର୍ଷ ପରେ ଧରା ପଡିଲା ରୋଗ

ଭାରତରୁ ଫେରିବା ପରେ ୨୦୧୧ରେ ଲୋରୀଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା । ସେ ଅସହଜ ଅନୁଭବ କରିଥିଲେ । ଥରେ ସେ ଟୟଲେଟ୍ ଯିବା ସମୟରେ ୧ ମିଟର ଲମ୍ବର ଏକ ଫିତା କୃମି ଦେଖିଥିଲେ । ଏହାପରେ ତାଙ୍କର ଏମଆରଆଇ ହୋଇଥିଲେ । ଯେଉଁଥିରେ ଶରୀରରେ ୩୮ଟି ପରଜୀବୀ ଥିବା ଜଣା ପଡିଥିଲା । ଏହାର କୌଣସି ସମାଧାନ ନାହିଁ ବରଂ ରୋକିବା ପାଇଁ ସାରା ଜୀବନ ଔଷଧ ଖାଇବାକୁ ପଡିବ ।

ରାଗିଗଲେ ଭାରତୀୟ 

ତେବେ ଲୋରୀଙ୍କୁ ଭାରତରେ ସଂକ୍ରମଣ ହୋଇଥିବା ନେଇ ବ୍ରିଟେନ୍ ଗଣମାଧ୍ୟମରେ ଖବର ବାଜୁଛି । ଯାହା ଭାରତୀୟଙ୍କୁ କ୍ରୋଧିତ କରିଛି । ଏହା ଭାରତ ବିରୋଧୀ ଷଡଯନ୍ତ୍ର ବୋଲି ନେଟିଜେନ୍ସ କହୁଛନ୍ତି । ଏହାଦ୍ୱାରା ଦେଶର ପର୍ଯ୍ୟଟନ ଉପରେ ପ୍ରଭାବ ପଡିବ । ବିଦେଶୀ ପର୍ଯ୍ୟଟକ ଆଉ ଭାରତ ଆସିବେନି ବୋଲି ସେମାନେ ମତ ଦେଉଛନ୍ତି ।