ନୂଆଦିଲ୍ଲୀ, ୨୩/୦୪ : ବୟସ ୩୭। ସ୍ତ୍ରୀଙ୍କଠୁ ନେଇ ସାରିଛନ୍ତି ଛାଡପତ୍ର । ହେଲେ ପୁଣି ବିବାହ କରିବାକୁ ମନ । ଆଉ ଖୋଜୁଛନ୍ତି କୁଆଁରୀ କନ୍ୟା । ସୋସିଆଲ ମିଡିଆରେ ଏକ କନିଆଁ ଖୋଜା ପୋଷ୍ଟ୍ ଏବେ ଭାଇରାଲ ହେଉଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ।

ରିପୋର୍ଟ ଅନୁସାରେ, ମ୍ୟାଚ୍ ମେକର୍ ତଥା ଡେଟିଂ କୋଚ୍ ଓଏଣ୍ଡ୍ରିଲା କପୁର ସୋସିଆଲ ମିଜିଆରେ ଏକ ପୋଷ୍ଟ୍ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ଜଣେ୩୭ବର୍ଷୀଯୁବକ ଆଉ ଥରେ ବିବାହ କରିବାକୁ ମନ ବଳାଇଛନ୍ତି । ବିବାହ ବିଚ୍ଛେଦ ପରେ ବି ସେ କୁଆଁରୀ ଯୁବତୀ ଖୋଜୁଛନ୍ତି । ଯାହାଙ୍କ ବୟସ୩୦ରୁ ଅଧିକ ହୋଇନଥିବ । ଏହାସହ ଯୁବତୀଜଣଙ୍କ ବ୍ରାହ୍ନଣ ହୋଇଥିବେ ।

ଓଏଣ୍ଡ୍ରିଲା କପୁରଙ୍କ କହିବାନୁସାରେ, ଯୁବକ ଜଣଙ୍କ ଆଇଆଇଟିରୁ ବି-ଟେକ୍ ଶିକ୍ଷାପ୍ରାପ୍ତ କରିଛନ୍ତି । ଏହାସହ ଏକ ବଡ କମ୍ପାନୀରେ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେ ଯେଉଁ ଦାବି କରୁଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ଯୁବକଙ୍କୁ ଏକ୩୦ବର୍ଷୀୟା ଯୁବତୀ ଦରକାର ଯିଏ କି କେବେ କାହା ସହ ଶାରୀରିକ ସମ୍ପର୍କ ରଖିନଥିବେ । ତେବେ ଯୁବକଙ୍କ ଏହି ପୋଷ୍ଟକୁ ନେଇ ନିଜେ ଓଏଣ୍ଡ୍ରଲା ପ୍ରଶ୍ନ କରିଛନ୍ତି । କଣ ନିଜେ ଯୁବକ କେବେ ବିବାହ କରିନାହାଁନ୍ତି କିମ୍ବା କାହା ସହ ଶାରୀରିକ ସମ୍ପର୍କ ରକ୍ଷା କରି ନାହାଁନ୍ତି କି ବୋଲି ସେ ପଚାରିଛନ୍ତି ।

ଓଏଣ୍ଡ୍ରିଲା କପୁର ଯୁବକଙ୍କ ଦାବିକୁ ନେଇ ସଙ୍ଗୀନ କଥା କହିଛନ୍ତି । ସେ କହିଛନ୍ତି ଯେ, ଏହି ପୁରୁଷକୈନ୍ଦ୍ରିକ ଚିନ୍ତାଧାରା ଭଲ ନୁହେଁ । ଯୁବକଜଣଙ୍କ ମହିଳାଙ୍କୁ ଫସାଇବାକୁ ଚାହୁଁଛନ୍ତି । ଏପରି ଚିନ୍ତାଧାରାରୁ ବାହାରିବା ପାଇଁ ସେ ଯୁବକଙ୍କୁ କହିଛନ୍ତି । ତେବେ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଇଚ୍ଛା ରହିଛି । କିନ୍ତୁ ଏହା ଇଚ୍ଛା ନୁହେଁ ବରଂ ବିକୃତ ଚିନ୍ତାଧାରା ଅଟେ ।

ନେଟିଜେନ୍ସଙ୍କ ରିଆକ୍ସନ

କପୁରଙ୍କ ପୋଷ୍ଟ୍ ପରେ ନେଟିଜେନ୍ସ ଏହାକୁ ନେଇ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । କନିଆଁ ଖୋଜୁଥିବା ଯୁବକଙ୍କୁ ଅନେକ ସମାଲୋଚନା କରିଛନ୍ତି । କେହି କେହି ଏପରି ଇଚ୍ଛା ଅବାସ୍ତବ ଏବଂ ଶରୀର ସୁଖର ପ୍ରତୀକ ବୋଲି କହିଛନ୍ତି । ଆଉ କିଛି ୟୁଜର ଯୁବକ କାହିଁକି ବିବାହ ବିଚ୍ଛେଦ କରିଛନ୍ତି ତାହା ଜଣା ପଡୁଛି ବୋଲି ପ୍ରକାଶ କରିଛନ୍ତି । ଆଉ କେହି କେହି ୟୁଜର ଏପରି ଯୁବକଙ୍କୁ କେହି ଯୁବତୀ ପସନ୍ଦ କରିବେନି ବୋଲି ମଧ୍ୟ କହିଛନ୍ତି ।