ଭୁବନେଶ୍ବର ୧୨।୪: ନାରୀ ଶକ୍ତି ବନ୍ଦନ : ସଶକ୍ତ ନାରୀ, ସଶକ୍ତ ଭାରତ । ନାରୀ ଅଧିକାର ପାଇଁ ୭ ସୂତ୍ରୀ କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମ୍ମାନ, ସୁରକ୍ଷା, ସମାନତା, ସହଭାଗିତା, ଶସକ୍ତିକରଣ, ସ୍ବାବଲମ୍ବନ ଏବଂ ସମ୍ମାନଜନକ ନେତୃତ୍ବ । ୩୩% ମହିଳା ସଂରକ୍ଷଣ ଦେଶକୁ ଏକ ନୂଆ ଦିଗ ଦେବ ଓ ଏହା ମହିଳାଙ୍କ ସ୍ବରକୁ ଆହୁରି ଶାଣିତ କରିବ ବୋଲି ପ୍ରଭାତୀ କହିଛନ୍ତି ।

* ୩୩ ପ୍ରତିଶତ ସଂରକ୍ଷଣ ନୁହେଁ ବରଂ ବିକଶିତ ଭାରତର ଆଧାରଶୀଳା

* କେବଳ ପ୍ରତିନିଧ ସଂଖ୍ୟା ବୃଦ୍ଧି ନୁହେଁ ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଏବଂ ପ୍ରଭାବଶାଳୀ କରିବ

* ମହିଳା, ନୀତିର ହିତାକାରୀ ନୁହେଁ ବରଂ ନୀତି ନିର୍ମାତା ହେବେ

* ୨୦୧୪ ରୁ ମୋଦୀ ମହିଳାକୈନ୍ଦ୍ରିକ ଯୋଜନାର ମହାନାୟକ

* ଘରେ ଘରେ ଶୌଚାଳୟ, ଜଳଧଳରେ ବ୍ୟାଙ୍କଖାତା, ଉଜ୍ଜଳାରେ ସିଲିଣ୍ଡର, ମହିଳା ମାଲିକାନାରେ ପକ୍କା ଘର, ସ୍ବୟଂ ସହାୟକ ଗୋଷ୍ଠୀରୁ ଲକ୍ଷପତି ଦିଦି ଏହି ସବୁ ଥିଲା ମୋଦୀଜୀଙ୍କ ପୂର୍ବ ପ୍ରସ୍ତୁତି

* ମୋଦୀଙ୍କ ମାର୍ଗ ଦର୍ଶନରେ ଓଡ଼ିଶାର ସୁଭଦ୍ରା ଯୋଜନା ଇତିହାସ ରଚିଛି

* ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ୍ ଦେଇ ବିପୁଳ ସଂଖ୍ୟାରେ ସମର୍ଥନ ଅଭିଯାନରେ ସାମିଲ ହେବାକୁ ଆହ୍ବାନ

* ଐତିହାସିକ ମୁହୂର୍ତ୍ତକୁ ସାରା ରାଜ୍ୟରେ ଉତ୍ସବ ରୂପରେ ପାଳନ ପାଇଁ ଆହ୍ୱାନ

ସଂସଦରେ ଚଳିତ ମାସ ୧୬ ରୁ ୧୮ ଐତିହାସିକ ଆଲୋଚନା ଏବଂ ଏହାର ପୂର୍ବଦିନ ଗୁଡ଼ିକରେ ଓଡ଼ିଶାର ମାତୃଶକ୍ତି ଏହି ଐତିହାସିକ ଦିନଗୁଡ଼ିକୁ ଉତ୍ସବ ରୂପରେ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆହ୍ବାନ କରିଛନ୍ତି । ଘରେ ବସି ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ୍ ମାଧ୍ୟମରେ ଏହି ଅଧିନିୟମକୁ ସମର୍ଥନ ରାଲି, ଶୋଭାଯାତ୍ରା ଓ ସଭା ମାଧ୍ୟମରେ ନାରୀଶକ୍ତିର ବିଜୟର ଏହି ମହାନ ଦିନଗୁଡ଼ିକୁ ଆହୁରି ସ୍ମରଣୀୟ କରିବାକୁ ଆହ୍ୱାନ ଜଣାଇଛନ୍ତି । ରାଜ୍ୟର ମାତୃଶକ୍ତି ସମାଜିକ ଗଣମାଧ୍ୟମରେ ନିଜ ସମର୍ଥନ ଜାହିର କରି ନିଜେ ମହିଳା ହେବାର ଗର୍ବକୁ ଆହୁରି ସଗର୍ବେ ପରିପ୍ରକାଶ କରିବାକୁ ଆହ୍ୱାନ ଜଣାଇଛନ୍ତି ।

୩୩ ପ୍ରତିଶତ ମହିଳା ସଂରକ୍ଷଣର କ୍ରିୟାନ୍ବୟନ ନିର୍ଣ୍ଣୟ ପ୍ରକ୍ରିୟାରୁ ଦୂରରେ ଥ‌ିବା ଜନସଂଖ୍ୟାର ୫୦ ପ୍ରତିଶତ ମହିଳାଙ୍କୁ ନୀତିର ହିତାଧିକାରୀରୁ ନୀତିର ନିର୍ମାତା ହେବାର ପଥ ପ୍ରଶସ୍ତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମହିଳା ମୋଦୀ ଶାସନର ପ୍ରାଣକେନ୍ଦ୍ର । ଗର୍ଭବତୀ ମହିଳାଙ୍କ ପାଇଁ ମାତୃବନ୍ଦନା ହେଉ ବା ପିଏମ ପୋଷଣ, ସୁରକ୍ଷିତ ମାତୃତ୍ଵ ଅଭିଯାନ, ସକ୍ଷମ ଅଙ୍ଗନବାଡ଼ି, ମିଶନ ଇନ୍ଦ୍ରଧନୁଷ, ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଆଦି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ନାରୀଶକ୍ତି ପାଇଁ ଅଖଣ୍ଡ ନିଷ୍ଠାର ପରିଚାୟକ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ମହିଳାଙ୍କ ମାଲିକାନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନରେ ଘରେ ଘରେ ପାଇପ ଯୋଗେ ପାନୀୟ ଜଳ, ଜନଧନ ଯୋଜନାରେ ବ୍ୟାଙ୍କ ଖାତା, ସ୍ଵୟଂ ସହାୟକ ଗୋଷ୍ଠୀରୁ ଲକ୍ଷପତି ଦିଦି, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ମହିଳା ସ୍ବାଭିମାନ ଓ ସଶକ୍ତିକରଣର ସୁଦୃଢ଼ ମୂଳଦୁଆ ଉପରେ ମାତୃଶକ୍ତି ବନ୍ଦନ ଅନୟମର ୩୩ ପ୍ରତିଶତ ମହିଳା ସ୍ଥାନ ସଂରକ୍ଷଣର ସୁଦୃଶ୍ୟ ଅଟାଳିକା ଠିଆ ହେବାକୁ ଯାଉଛି । ଏହି କ୍ରମରେ ମୋଦୀଙ୍କ ମାର୍ଗ ଦର୍ଶନରେ ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣର ପଥ ପ୍ରଦର୍ଶକ ହୋଇଛି ।