ନୂଆଦିଲ୍ଲୀ: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦରକାର ସୁସ୍ଥ ଜୀବନଶୈଳୀ। ଅର୍ଥାତ ଫିଟନେସ୍ । ତାହାହେଲେ ଫିଟ୍ ରହୁଥିବା ବ୍ୟକ୍ତି କଣ ହୃଦଘାତର ଶିକାର ହୋଇପାରେ କି ? ଏବେ ଏହା ସବୁଠୁ ବଡ଼ ପ୍ରଶ୍ନ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଜଣେ ଫୁଟବଲ୍ ଖେଳାଳି ଖେଳୁଥିବା ବେଳେ ହୃଦଘାତରେ ମୃତ୍ୟୁ ହୋଇଛି।

ନାମଧାରୀ ଏଫସି(Namdhari FC)ର ଯୁବ ଡିଫେଣ୍ଡର ରବିନ୍ଦର ସିଂହଙ୍କର ମାତ୍ର ୨୫ବର୍ଷ ବୟସରେ ମୃତ୍ୟୁ ହୋଇଛି । ପଞ୍ଜାବରେ ଏକ ମ୍ୟାଚ୍ ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ପଡ଼ିଆରେ ପଡ଼ିଯାଇଥିଲେ। ହସ୍ପିଟାଲକୁ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

also-'ଅଭିଷେକଙ୍କୁ ଇର୍ଷା କରନ୍ତି ଭାରତୀୟ ଖେଳାଳି'...ବଡ କଥା କହିଦେଲେ ସଞ୍ଜୁ ସାମସନ୍

ସାଥୀ ଖେଳାଳି ଏବଂ ଦଳ ପରିଚାଳନା ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଗଲେ, କିନ୍ତୁ ଦୁର୍ଭାଗ୍ୟବଶତଃ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର ପ୍ରାଥମିକ କାରଣ ହୃଦଘାତ ବୋଲି କୁହାଯାଉଛି । ଏବେ ଡାକ୍ତରୀ ଯାଞ୍ଚ ପରେ ହିଁ ପରିସ୍ଥିତି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

also- ଦିଲ୍ଲୀ ଛାଡିଲେ କେଭିନ୍ ପିଟରସନ୍ : କ୍ୟାପିଟାଲ୍ସର ମେଣ୍ଟର ପଦରୁ ଦେଲେ ଇସ୍ତଫା, ସମ୍ଭାଳିବେ ନୂଆ ଦାୟିତ୍ୱ

ତାଙ୍କ ଜନ୍ମସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ରବିନ୍ଦରଙ୍କ ପରିବାର ସଦସ୍ୟ, ବନ୍ଧୁ ଏବଂ ସାଥୀ ଖେଳାଳିମାନେ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ନାମଧାରୀ ଏଫସି ଏବଂ ଇଣ୍ଡିଆନ୍ ଫୁଟବଲ୍ ଲିଗ୍ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି।

ସେ ଲେଖିଛନ୍ତି ଯେ ଆମେ ଗଭୀର ଦୁଃଖର ସହିତ କହୁଛୁ ଯେ ଆମର ଜଣେ ଫୁଟବଲ୍ ଖେଳାଳି ରବିନ୍ଦର ସିଂହ ଏତେ କମ୍ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ଅକାଳ ବିୟୋଗ ଫୁଟବଲ୍ ପରିବାର ପାଇଁ ଏକ ବଡ଼ କ୍ଷତି। ଇଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଏହି କଷ୍ଟକର ସମୟରେ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ଶକ୍ତି ଏବଂ ସାହସ ଦିଅନ୍ତୁ। ସେହିପରି ନାମଧାରୀ ଏଫସିର ରବିନ୍ଦର ସିଂହଙ୍କ ଦେହାନ୍ତ ବିଷୟରେ ଆଇଏଫଏଲ ପରିବାର ଗଭୀର ଦୁଃଖ ପ୍ରକାଶ କରିଛି। ଫୁଟବଲ୍ ପ୍ରଶଂସକ ଏବଂ ଅନ୍ୟାନ୍ୟ କ୍ଲବଗୁଡ଼ିକ ମଧ୍ୟ ଯୁବ ଖେଳାଳିଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।