ଫୁଲବାଣୀ: ଅଧା ରାଜ୍ୟକୁ ଗ୍ରାସିଲାଣି ନୀଳଜହର । ଖାସ୍ କରି ବୌଦ୍ଧ, କନ୍ଧମାଳ ପାଲଟିଛି ହବ୍ । କାରବାର ଲାଗୁନି ବ୍ରେକ୍ । ବୌଦ୍ଧରେ ଜଣେ ପୋଲିସ ବାବୁ ଗଞ୍ଜେଇ କାରବାରରେ ଧରାପଡିଥିଲେ । ରାଜ୍ୟକୁ ଗଞ୍ଜେଇ ମୁକ୍ତି କରିବାକୁ ସରକାର ରଖିଛନ୍ତି ଟାର୍ଗେଟ । ପ୍ରତିଦିନ ଟନ ଟନ ଧରୁଛି ପୋଲିସ । ଏକର ଏକର ଜାଗାରୁ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉଛି। ତଥାପି ଚାଲିଛି ଚୋରା ଚାଲାଣ ।

ଜଙ୍ଗଲ ଭିତରେ ଚାଲାଣ ଉଦ୍ଦେଶ୍ୟରେ ରଖାଯାଇଥିବା ଏହି ଗଞ୍ଜେଇକୁ ଜବତ କରିଛି ପୋଲିସ । ଏବେ ପୁଣିଥରେ ପୋଲିସ ହାତରେ ଲାଗିଛି ବିପୁଳ ପରିମାଣର ଗଞ୍ଜେଇ । ଚଢାଉରେ ମଙ୍ଗଳବାର ପୁଣି ସଦର ପୋଲିସ ଧରିଛି ୪.୫ ଟନ ଗଞ୍ଜେଇ ।
​​​​​​​Also read...Bike thief gang: ସ୍ପେଶାଲ ସ୍କ୍ୱାର୍ଡ ହାତରେ ଦୁଇ ଅଭିଯୁକ୍ତ, ସ୍କାନରରେ ଆହୁରି

ସୂଚନା ଥାଉକି, ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ସଦର ଥାନା ଅଧିକାରୀ ପ୍ରଦୀପ କୁମାର ଜେନା ଓ ସବ ଇନ୍ସପେକ୍ଟର ସମ୍ବିତ ବେହେରାଙ୍କ ନେତୃତ୍ୱରେ ମଙ୍ଗଳବାର ରାତି ବିଲାବାଡି ଅଞ୍ଚଳରେ ଚଢାଉ କରାଯାଇଥିଲା । ଗ୍ରାମ ନିକଟସ୍ଥ ଜଙ୍ଗଲରେ ପ୍ରାୟ ୨୦୦ ବସ୍ତାରେ ଭର୍ତ୍ତି କରି ରଖା ଯାଇଥିବା ଏହି ଗଞ୍ଜେଇ ପୋଲିସ ହାତରେ ପଡିଥିଲା । ତେବେ ପୋଲିସ ଆସୁଥିବା ଜାଣିପାରି ଚାଲାଣକାରୀ ଚମ୍ପଟ ମାରିଥିଲେ । ଏ ନେଇ ସଦର ଥାନାରେ ୬୬/୨୬ରେ ଏକ ମାମଲା ରୁଜ୍ଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।