ଆନନ୍ଦପୁର: ଭାରି ଚତୁର ଚୋର । ମାଷ୍ଟର ପ୍ଲାନ ଜବରଦସ୍ତ । ଟାର୍ଗେଟ ଥିଲା ମେଳା ମହୋତ୍ସବ । ଭିଡ଼ ଦେଖି ଆସୁଥିଲେ ସୁବିଧା ଦେଖି ମାରୁଥିଲେ ଚମ୍ପଟ । ଟିକିଏ ବୁଲି ଆସିବାବେଳେକୁ ବାଇକ୍ ଛୁ । ଗୋଟିଏ କି ଦୁଇଟା ନୁହେଁ ମେଞ୍ଚେ ବାଇକ୍ । କିଛି ଦିନର ଲୁଚା ଛପା ପରେ ପୋଲିସ ହାତରେ ଧରାପଡିଛନ୍ତି ବାଇକ୍ ଚୋର ଗ୍ୟାଙ୍ଗ । ୨ ବାଇକ ଚୋରଙ୍କୁ ଗିରଫ କରିବା ସହ ୪ ବାଇକ ଜବତ କରିଛି ପୋଲସି । ଆନନ୍ଦପୁର ପୋଲିସର ସ୍ପେଶାଲ ସ୍ୱ୍କାର୍ଡକୁ ମିଳିଛି ବଡ଼ ସଫଲତା ।

ସୂଚନା ଥାଉକି, ଚଳିତ ବର୍ଷ ଦେଓଗାଁ ଜାଗର ମେଳାରେ ଦୋକାନ ଦେଇଥିଲେ ଫକିରପୁର ଗାଁର ବ୍ୟବସାୟୀ ସନ୍ତୋଷ କୁମାର ରଣା । ତେବେ ଫେବୃଆରୀ ମାସ ୨୬ ତାରିଖ ମେଳାରୁ ତାଙ୍କ ବାଇକ୍ ଚୋରୀ ହୋଇଥିଲା । ସନ୍ତୋଷ ଏନେି ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ଆନନ୍ଦପୁର ଏସଡିପିଓ କିଛି ବଛା ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରିଥିଲେ ।

Also Read..Odisha Police: ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର' ପୁରସ୍କାର, ୯୧ ବର୍ଷ ପରେ ଏହି ସମ୍ମାନ

ସ୍କ୍ୱାର୍ଡ ତଦନ୍ତ ପରେ ଟୋଲଙ୍ଗପଡା ଗାଁର ଇଶ୍ୱର କୁମାର ଜେନା ଓ ଅମରଜ୍ୟୋତି ଜେନାଙ୍କୁ ଅଟକରଖି ପଚରା ଉଚରା କରିଥିଲା । ପରେ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଥିଲା । ଉଭୟଙ୍କ ସୂଚନା ଆଧାରରେ ୪ଟି ଚୋରା ବାଇକ୍ ଜବଦ କରିବା ସହ ଉଭୟଙ୍କୁ ଗିରଫ କରିଛି ପୋଲିସ୍ । ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ଖୁବଶୀଘ୍ର ଗିରଫ ହେବେ କହିଛନ୍ତି ଆନନ୍ଦପୁର ଏସଡିପିଓ ।