ଭୁବନେଶ୍ୱର ୨୭।୦୪ : ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ ବିଦେଶୀ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଘର ନେପାଳରେ । ଜଣେ ଯୁବକଙ୍କ ତଥ୍ୟ ଆଧାରରେ ପୋଲିସ ଏକ ହୋଟେଲରୁ ଉଭୟଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଦେହ ବେପାର ପାଇଁ ନେପାଳରୁ ଭୁବନେଶ୍ୱର ଚାଲାଣ କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ପୋଲିସ ସୂଚନା ମୁତାବକ, ଉଭୟଙ୍କୁ ୧୮ ବର୍ଷ ହୋଇନାହିଁ । ଭିଟାମାଟି ଛାଡ଼ି ଚାକିରି ଆଶାରେ ଭାରତ ପଳାଇ ଆସିଥିଲେ। କିନ୍ତୁ ସେଠାରେ ଚାକିରି ବଦଳରେ ଦେହ ବ୍ୟବସାୟ ପାଇଁ ଦଲାଲ ବାଧ୍ୟ କରୁଥିଲା । ନେପାଳ ସୀମା ପାର୍ କରି ୨ ଯୁବତୀଙ୍କୁ ପଶ୍ଚିମବଙ୍ଗ କୋଲକାତାକୁ ଅଣାଯାଇଥିଲା। ପରେ ଦିଲ୍ଲୀକୁ ନିଆଯାଇଥିଲା । ସେଠାରୁ ସେମାନେ ଟ୍ରେନ୍ ଯୋଗେ ଭୁବନେଶ୍ଵର ଆସି ଚନ୍ଦ୍ରଶେଖରପୁରର ଏକ ହୋଟେଲରେ ରହୁଥିଲେ ।

Also Read:-ପ୍ରେମ ପାଇଁ ପାଗଳ ମହାବଳ, 'ଜିନ୍ନତ'କୁ ଖୋଜି ଖୋଜି ଡେଇଁଲାଣି ୨ ରାଜ୍ୟର ସୀମା

ଗତ ୨୨ ତାରିଖରେ ଜଣେ ଯୁବକଙ୍କଠାରୁ ଖବର ପାଇବା ପରେ ପୁଲିସ ଟିମ୍ ସେହି ହୋଟେଲରେ ଚଢ଼ଉ କରିଥିଲା । ସେମାନଙ୍କୁ ଆଣିଥିବା ଦଲାଲ ଜଣକ ଫେରାର୍ ହୋଇଯାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ସର୍ଟ ଷ୍ଟେ ହୋମରେ ୨ ଯୁବତୀଙ୍କୁ ରଖାଯାଇଛି। ସେମାନଙ୍କୁ ଘରକୁ ନେବା ପାଇଁ ନେପାଳର କର୍ତ୍ତୃପକ୍ଷ ଓଡ଼ିଶାକୁ ଆସିବେ। ଉଭୟଙ୍କୁ ଉଦ୍ଧାର କରିବାରେ ସହାୟତା କରିଥିବା ଯୁବକଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି। ଯୁବତୀଙ୍କ ଘର ଓ ପରିବାର ଲୋକଙ୍କ ତଥ୍ୟ ଆଦାୟ କରାଯାଉଛି। ଦଲାଲ ଜଣକ ଭାରତୀୟ କିମ୍ବା ନେପାଳର । ଭୁବନେଶ୍ୱରରେ କେଉଁ ସେକ୍ସ ରାକେଟ୍ ସହ ଜଡ଼ିତ ଥିଲେ । କେତେ ଟଙ୍କା ଦେଇ ଦଲାଲ ଉଭୟଙ୍କୁ କିଣିଥିଲା? ସେନେଇ ମଧ୍ୟ ତନାଘନା ଚାଲିଛି ।

Watch Video:-