ନୂଆପଡ଼ା ୧୩।୧: ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉରମାଲ ଠାରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଜୋରଦାର ହଙ୍ଗାମା । ଏଭଳି ଅଶ୍ଳୀଳ ନୃତ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଗରିଆବନ୍ଧ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହ ମୈନପୁର ଉପଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି । ସେହିଭଳି ୧୭ ଜଣ ଆୟୋଜକଙ୍କୁ ଗିରଫ କରାଯାଇଥିବା ବେଳେ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।

ଛତିଶଗଡ଼ ଉରମାଳରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ଯାଏଁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା । ୯ ତାରିଖ ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରବର୍ତ୍ତୀ ସମୟରେ ଗରିଆବନ୍ଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୧୦ ତାରିଖରେ ଯାତ୍ରାକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଏହି ଘଟଣା ଛତିଶଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଛତିଶଗଡ଼ ପୋଲିସ ୧୭ ଜଣ ଆୟୋଜକଙ୍କୁ ଗିରଫ କରିଥିବା ବେଳେ ଅପେରା ପାଇଁ ଅନୁମତି ଦେଇଥିବା ଉପଜିଲ୍ଲାପାଳ ତୁଳସୀଦାସ ମକରମ୍‌ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସେପଟେ ଯାତ୍ରା ପରିବେଷଣ ବେଳେ ଉପସ୍ଥିତ ଥିବା ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ୱନ କରାଯାଇଛି ।

ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲ୍ଲା ମେନପୁର ଥାନା ରୁମାଲ ଗ୍ରାମରେ ଅପେରାରେ ଅଧିକ ମନୋରଞ୍ଜନ କରିବାକୁ ନେଇ ନିଶା ମହାରଣାଙ୍କୁ ଆୟୋଜକ କମିଟି ଆଣିଥିଲେ । ନିଶାଙ୍କ ସହ ଆଉ କିଛି ଆଇଟମ୍ ଗର୍ଲ ପେଣ୍ଡାଲରେ ମନୋରଞ୍ଜନ ନାମରେ ଅଙ୍ଗ ପ୍ରଦର୍ଶନ କରିବା ସହ ସର୍ବ ସମ୍ମୁଖରେ ଅଶ୍ଳୀଳତା ପ୍ରଦର୍ଶନ କରିଥିଲେ । ଯାହାକୁ ଖୋଦ୍ ମେନପୁର SDM ପେଣ୍ଡାଲ ଭିତରେ ରହି ମସ୍ତି କରିବା ସହ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଇଥିଲେ । ତେବେ ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଭିଡିଓ ଭାଇରାଲ ହେବାପରେ ଗରିଆବନ୍ଧ ଜିଲ୍ଲାପାଳ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତଦନ୍ତ ପରେ ଆୟୋଜକ କମିଟି  ୧୪ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା । ତେବେ ନିଶା ମହାରଣାଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବା ବାକି ରହିଲା ।