ଜୟପୁର ୨୮।୦୫ : ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା । ପେପର ମିଲ୍ ପୁନଃ କାର୍ଯ୍ୟକ୍ଷମ ଦାବିରେ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ଅନୁଷ୍ଠାନ। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେକିବାକୁ ମିଳିଛି। ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ଥିବା ଦେଖିବାକୁ ମିଳିଛି। ପରିଚାଳନାଗତ ତ୍ରୁଟି ପାଇଁ ଦୀର୍ଘ ଦିନ ହେବ ପେପର ମିଲ୍ ବନ୍ଦ ପଡିଛି। ଫଳରେ ହଜାରରୁ ଉର୍ଦ୍ଧ୍ବ ପରିବାର ଦରମା ନପାଇ ହନ୍ତସନ୍ତ ହେଉଛନ୍ତି। ଏହାର ପ୍ରତିବାଦରେ ଏଭଳି ପ୍ରତିବାଦ ଦେଖିବାକୁ ମିଳିଛି।