ମୋହନା: ଗଜପତି ଜିଲ୍ଲା ମୋହନା ଥାନା ମେରାମା ଗାଁରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ l ସମସ୍ତ ଗିରଫ ଅଭିଯୁକ୍ତ ମେରାମା ଗାଁର ବୋଲି ପୋଲିସ କହିଛି l

ସୂଚନା ଅନୁସାରେ, ଗତ ଶନିବାର ବିଳମ୍ବିତ ରାତିରେ ମେରାମା ଗାଁର ରାମଚନ୍ଦ୍ର ମଳିକଙ୍କୁ ଗୁଣି ସନ୍ଦେହରେ ହତ୍ୟା କରି ଗାଁ ନିକଟସ୍ଥ ପାହାଡ଼ ନିକଟରେ ଗ୍ରାମବାସୀମାନେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ ଟାରେ କିଛି ଗ୍ରାମବାସୀ ପାହାଡ଼କୁ ଆସି ରାମଚନ୍ଦ୍ରଙ୍କୁ ଡାକି ଗାଁକୁ ନେଇଥିଲେ l ସେଠାରେ ବୈଠକ କରି ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ପୋଡିଦେଇଥିଲେ।

ଏନେଇ ପୋଲିସ ତଦନ୍ତ କରିବା ସହ ସୋମବାର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ l ଏହି ଘଟଣାରେ ସମ୍ପୃକ୍ତ ୧୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରା.ଉଦୟଗିରି ଏସଡିପିଓ କହିଛନ୍ତି l

Also Read: ମାଲବାହୀ ଗାଡ଼ିର ଗୁପ୍ତ କୋଠରୀରେ ଥିଲା ପୁଳା ପୁଳା ଗଞ୍ଜେଇ, ଏମିତି ଧରିଲା ପୋଲିସ