ପଟାଙ୍ଗୀ: ମାଲବାହୀ ଗାଡ଼ିରେ ଥିଲା ଗୁପ୍ତ କୋଠରୀ । ସେଥିରେ ଥିଲା ପୁଳା ପୁଳା ଗଞ୍ଜେଇ । ଶୁକ୍ରବାର ଏଭଳି ଏକ ମାଲବାହୀ ଗାଡ଼ିର ଗୁପ୍ତ କୋଠରୀରୁ ୧୨୮.୩ କିଲୋ ଗଞ୍ଜେଇ ଜବତ କରିଛି ସୁଙ୍କି ପୋଲିସ। ଘଟଣାରେ ଗାଡ଼ିର ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି।

ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ସୁଙ୍କି ପୋଲିସ ଟାଙ୍ଗିନି ଛକ ନିକଟରେ ଏକ ମାଲବାହୀ ଗାଡ଼ିକୁ ଅଟକାଇଥିଲା। ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରିବା ବେଳେ ଏକ ଗୁପ୍ତ କୋଠରୀ ଠାବ ହୋଇଥିଲା। ଏହି ଗୁପ୍ତ କୋଠରୀର ଅନେକ ପ୍ୟାକେଟରେ ଥିବା ପ୍ରାୟ ୧୨୮.୩ କିଲୋ ଗଞ୍ଜେଇ ଜବତ କରାଯାଇଛି।

Also Read: ଖାଦ୍ୟରେ ଚୁଟିକୁ ନେଇ ବିବାଦ, ପର୍ଯ୍ୟଟକ ଦମ୍ପତି ଆହତ; ପୋଲିସର ତଦନ୍ତ ଜାରି

ଘଟଣାରେ ଗାଡ଼ିର ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ଅଟକ ରଖିବା ସହ ଜବତ ଗଞ୍ଜେଇକୁ ପୋଲିସ ନିଜ ହେପାଜତକୁ ନେଇଛି। ତେବେ ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା ? ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।