ଭୁବନେଶ୍ବର ୧୯।୨: ପିଲାମାନଙ୍କୁ ସ୍କୁଲ ବସ୍‌ରେ ପଠାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ସ୍କୁଲ ବ ନାହିଁ ଫିଟନେସ, ହୋଇପାରେ ଦୁର୍ଘଟଣା । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୧୭୧ ବସ୍‌ର ଫିଟନେସ ନାହିଁ । ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିନା ଫିଟନେସରେ ଗଡୁଛି ୧୭ଟି ବସ୍ । ତେବେ ରାଜ୍ୟର ବିଭିନ୍ନ ସ୍କୁଲରେ ୪୦୪୫ଟି ବସ୍ ପିଲାମାନଙ୍କୁ ନେବାଆଣିବା କରୁଛି ।

ଏ ଖବର ବି ପଢ଼ନ୍ତୁ:- ସାବରୀ ନଦୀରୁ ମିଳିଲା ବାପା-ସାନ ଝିଅଙ୍କ ମୃତଦେହ, ଗର୍ଭବତୀ ମା’ ଓ ବଡ଼ ଝିଅଙ୍କ ପତ୍ତା ମିଳୁନି

ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି । ତୁରନ୍ତ ଗାଡିର ଫିଟନେସ କରନ୍ତୁ । ନ ହେଲେ ବାତିଲ ହେବ RC । ଯାତ୍ରୀବାହୀ ବସ୍ ହେଉ କି ସ୍କୁଲ ବସ୍, ଯାହାର ବି ଫିଟନେସ ନାହିଁ, ତା ଉପରେ ଆକ୍ସନ ନିଆଯିବ । ପୂର୍ବରୁ ଆଖି ଦେଖି ଫିଟନେସ ଦିଆଯାଉଥିଲା । ଏବେ ATS ବା ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର ଜରିଆରେ ଫିଟନେସ ଦିଆଯିବ । ସମୟ ଲାଗୁଥିବାରୁ ବର୍ତ୍ତମାନ ପୁଣି ମାନୁଆଲି ଫିଟନେସ ଦିଆଯିବ । ତେବେ ଖୁବ୍ଶୀଘ୍ର ATS ନିର୍ମାଣ ସରିବ । ସ୍କୁଲ ବସ୍ର ଫିଟନେସ ଓ PUCC ଆବଶ୍ୟକ । ଯାଞ୍ଚ ହେବ । କିଛି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ବାରମ୍ବାର ଅମାନିଆ ହେଲେ, RC ବାତିଲ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା,ଅଚାନକ କେନ୍ଦ୍ରରେ ପହଞ୍ଚିଲେ ମନ୍ତ୍ରୀ