ନୂଆଦିଲ୍ଲୀ ୨୪/୪:  ଇରାନ ସହ ସଂକଟ ଭିତରେ ଆମେରିକାକୁ ଘାରିଛି ଆଉ ଏକ ଭୟ ।ଅଚାନକ ଗାଏବ ହେବାରେ ଲାଗିଛନ୍ତି ଆମେରିକାର ପରମାଣୁ ବୈଜ୍ଞାନିକ । ଏୟାରସ୍ପେଶ ଓ ନ୍ୟୁକ୍ଲିୟର ମିଶନ ଉପରେ ମାଡି ଆସୁଛି ବିପଦ । କିଏ ମାରୁଛି ଏମାନଙ୍କୁ ।​​​​​​​ସଂଯୋଗ ନା ଭୟଙ୍କର ଷଡଯନ୍ତ୍ର ।  ଟେନସନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  । ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ଏତେ ବଡ ଦେଶ ଏବେ  ଅଜଣା ଆତଙ୍କର ଭୟରେ କବଳିତ  । ୧୧ ବୈଜ୍ଞାନିକଙ୍କ ନିଖୋଜକୁ ନେଇ ସବୁଠି ହଇଚଇ । । ଏ ଖବର ଶୁଣି ପୁରା ବିଶ୍ବ ଚକିତ । ନିଖୋଜ ନା ଅପହରଣ କେହି ଜାଣିନାହାନ୍ତି । ସେମାନଙ୍କୁ କେହି ଅପହରଣ କରିଥିବାର ପ୍ରମାଣ ନାହିଁ କି ନିଜ ଇଚ୍ଛାରେ କୁଆଡେ ଯାଇଥିବାର ସୂଚନା ନାହିଁ ।ଏମିତି ଅଚାନକ ଗାଏବ ହେବା ପଛରେ କୌଣସି ବଡ ଷଡଯନ୍ତ୍ର ଲୁଚି ରହିଥିବା କୁହାଯାଉଛି । ଟ୍ରମ୍ପ ଦେଇଛନ୍ତି ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

​​​​​​​

​​​​​​​ଆମେରିକା ସଂପର୍କରେ ଏକ ବଡ ଖବର ଦୁନିଆ ଜାଣିସାରିଲାଣି । ଆମେରିକାରେ ଗତ ୪ ବର୍ଷରେ ୨୦୨୨ରୁ ୨୦୨୬ ଭିତରେ ୧୧ ଜଣ ବଡ ବୈଜ୍ଞାନିକଙ୍କ ପତ୍ତା ମିଳୁନି । ସେମାନଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି । ସବୁ ବୈଜ୍ଞାନିକଙ୍କ ବିଷୟରେ ଗୋଟିଏ କଥା ସମାନ ଯେ ସମସ୍ତେ ନ୍ୟୁକ୍ଲିୟର,ସ୍ପେଶ ଅବା ଆମେରିକାର ସୁରକ୍ଷା ଓ ଟେକ୍ନୋଲଜି ସହ ଜଡିତ ଗୁରୁତ୍ବପୂର୍ଣ୍ଣ ପ୍ରୋଜେକ୍ଟରେ କାମ କରୁଥିଲେ । ସବୁଠାରୁ ବଡ ପ୍ରଶ୍ନ ହେଉଛି କଣ ଏତେ ସବୁ ମାମଲାକୁ ସଂଯୋଗ କୁହାଯିବ ନା ଏହା ପଛରେ ଆଉ କିଛି ଷଡଯନ୍ତ୍ର ଅଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ବେଶ ଗମ୍ଭୀରତାର ସହ ନେଇଛନ୍ତି  । ସେଥିପାଇଁ ଆମେରିକାର ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (FDI) ଓ ସଂସଦ ମିଶି ମାମଲାର ଯାଞ୍ଚ କରୁଛନ୍ତି ।

ଯେଉଁ ୧୧ ବୈଜ୍ଞାନିକଙ୍କ ସଂପର୍କରେ ଆମେ କହୁଛୁ ସେମାନଙ୍କ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇସାରିଛି । ଆଉ ୫ ଜଣ ଆଜି ବି ଗାଏବ ଅଛନ୍ତି ସେମାନଙ୍କ ସଂପର୍କରେ କୌଣସି ପତ୍ତା ମିଳୁନି । ପ୍ରଥମ ମାମଲା ମୋନିକା ରେଜା । ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସାରେ ରକେଟ ଇଞ୍ଜିନ ଉପରେ ରିସର୍ଚ୍ଚ କରୁଥିବା ଟିମ୍‌ର ପ୍ରମୁଖ ଥିଲେ । ଅର୍ଥାତ ଆମେରିକାର ଅନ୍ତରୀକ୍ଷ ପାଇଁ ମହତ୍ତ୍ବପୂର୍ଣ୍ଣ କାମ କରୁଥିଲେ । ଗତ ବର୍ଷ ମୋନିକା ୨ଜଣ ସାଙ୍ଗଙ୍କ ସହ ଲସଆଞ୍ଜଲେସରେ ଏକ ପାହାଡ ଉପରକୁ ବୁଲିବାକୁ ଯାଇଥିଲେ । ଆଉ ସେଠାରୁ ଅଚାନକ ଗାଏବ ହୋଇଗଲେ । ଆଜିଯାଏ ବି ତାଙ୍କର କିଛି ପତ୍ତା ମିଳିନି ।

ଦ୍ବିତୀୟ ମାମଲା ମେଜର ଜେନେରାଲ ୟୁଲିୟମ ନିଲ୍‌ । ସେ ବୈଜ୍ଞାନିକ ମୋନିକା ରେଜାଙ୍କ ସହ କାମ କରୁଥିଲେ । ମୋନିକାଙ୍କ ଗାଏବ ହେବାର ପ୍ରାୟ ୮ ମାସ ପରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ । ୱାଲିୟମ ନିଲ୍‌ ମହାକାଶରେ ହତିଆର ସହ ଯୋଡା ଏକ ସିକ୍ରେଟ ପ୍ରୋଜେକ୍ଟରେ କାମ କରୁଥିଲେ ।

ତୃତୀୟ ଆନ୍ଥୋନୀ ସାବେସ । ମଇ ୨୦୨୫ରେ ଶେଷ ଥର ପାଇଁ ନଜର ଆସିଥିଲେ । ତାପରେ ତାଙ୍କର କୌଣସି ଖବର ନଥିଲା । ଲଗାତର ଖୋଜିବା ପରେ ବି ତାଙ୍କର କୌଣସି ପତ୍ତା ମିଳୁନି । ସେ ଲସ୍‌ ଆଲୋମିସ ସିକ୍ରେଟ ଲାବରେଟୋରିରେ ଜଣେ ପୂର୍ବତନ ବୈଜ୍ଞାନିକ ଥିଲା । ଲସ୍‌ ଆଲୋମିସ ଏକ ଏମିତି ସିକ୍ରେଟ ଲାବରେଟୋରୀ ଯେଉଁଠି ପରମାଣୁ ଅସ୍ତ୍ର, ଏଆଇ,ସାଇବର ଓ ସ୍ପେଶ ଟେକ୍ନୋଲଜି ଉପରେ ଆଡଭାନ୍ସ ରିସର୍ଚ୍ଚ କରାଯାଏ ।

ଚତୁର୍ଥ ବୈଜ୍ଞାନିକ ଏମି ଏସକ୍ରିଚ । ଜୁନ ୨୦୨୨ରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । କିନ୍ତୁ ଏବେ ସୁଦ୍ଧା ଏହି କେସ୍‌ର ପୁରା ରିପୋର୍ଟ ଦାଖଲ କରାଯାଇନି । ମୃତ୍ୟୁର ଠିକ ପୂର୍ବରୁ ସେ କହିଥିଲେ ତାଙ୍କୁ ବିଭିନ୍ନ କାରଣ ପାଇଁ ନିର୍ଯାତନା ଦିଆଯାଉଥିଲା ।

ଜୁଲାଇ ୩୦, ୨୦୨୩ରେ ୫୯ ବର୍ଷୀୟ ବୈଜ୍ଞାନିକ ହିକ୍ସଙ୍କ  ରହସ୍ୟଜନକ ମୃତ୍ୟୁ  । ଆମେରିକାର ଆଷ୍ଟ୍ରୋନିକାଲ ସୋସାଇଟିର ରିପୋର୍ଟ ମୁତାବକ ସେ ଧୁମକେତୁ ଓ ଗ୍ରହାଣୁରେ ବିଶେଷଜ୍ଞ ଥିଲେ । ଏବେ ସୁଦ୍ଧା ତାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନି ।ଏମିତି ଆହୁରି ଅନେକ JPL(NASA Jet Propulsion Laboratory) ସହ ଜଡିତ ବୈଜ୍ଞାନିକଙ୍କ ଗାଏବ ଅନେକ ପ୍ରଶ୍ନ ଠିଆ କରିଛି । ସବୁ ମାମଲା ଏବେ ଫେଡେରାଲ ବ୍ୟୁରୋ ଇନଭେଷ୍ଟିଗେସନ (FBI) ଯାଞ୍ଚ କରୁଛି ।

  

Also Read:ଏୟାରଷ୍ଟ୍ରାଇକରେ ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ! ଯୋଡା ହେବ କଟା ଗୋଡ଼, ଦେହସାରା ହୋଇପାରେ ପ୍ଲାଷ୍ଟିକ ସର୍ଜରୀ