ଭୁବନେଶ୍ୱର ୧୮।୦୯ : ଓଡ଼ିଶାରେ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାକୁ ୧୦ଦିନ ବିତିଲା। ଚାଲାଣକାରୀ କିମ୍ବା ଚାଲାଣ ପଛର ରହସ୍ୟ ଫିଟି ପାରିନି । କ୍ରାଇମ୍ ବ୍ରାଞ୍ଚ STF କିମ୍ବା ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଏନେଇ କିଛି ଠୋସ୍ ତଥ୍ୟ ହାତେଇ ପାରିନାହାନ୍ତି।

ତଦନ୍ତକାରୀ ଟିମ୍ ଅନୁମାନ କରୁଛି ଯେ ବିଚିତ୍ରପୁର ହେନ୍ତାଳ ବଣ ଭଳି ସନ୍ତସନ୍ତିଆ ଅଞ୍ଚଳରେ ଓରାଙ୍ଗଉଟାନ୍ ଶାବକଗୁଡ଼ିକ ଲୁଚାଇ ରଖିବା ଯୋଜନା ଥିଲା। କିନ୍ତୁ ଧରାପଡ଼ିବା ଭୟରେ ତସ୍କର ୫ ଶାବକଙ୍କୁ ଚନ୍ଦନେଶ୍ୱର-ଭୂଷଣ୍ଡେଶ୍ଵର ରାସ୍ତାକଡ଼ ଝାଉଁ ଜଙ୍ଗଲରେ ବଙ୍ଗଲରେ ଛାଡ଼ି ପଶ୍ଚିମବଙ୍ଗ ଅ ଅଭିମୁଖେ ପଳାଇ ଯାଇଥିଲେ। ଜଣେ ବନ୍ୟ ନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା ମୁତାବକ, ଝାଉଁ ଜଙ୍ଗଲରୁ ଉଦ୍ଧାର କରାଯିବା ଦିନ ୪ଟି ଶାବକ ଅସୁସ୍ଥ ହୋଇପଡ଼ିଥିଲେ। ଗୋଟିଏ ମାଈ ଶାବକକୁ ଜ୍ଵର ହୋଇଥିଲା । ଅନ୍ୟ ୩ଟିକୁ ଥଣ୍ଡା ଲାଗି ରହିଥିଲା । ଏହା ପଛର ଏକମାତ୍ର କାରଣ ହେଉଛି ଏମାନଙ୍କୁ ଦୀର୍ଘ ସମୟ ଧରି ପ୍ରାକୃତିକ ପରିବେଶଠାରୁ ଦୂରେଇ ରଖିବା। ହୋଟେଲରେ ଶାବକଗୁଡ଼ିକୁ କିଛି ଦିନ ଧରି ରଖାଯାଇଥିବା ତଥ୍ୟ ଯୋଗାଇଛି STF ।

Also Read:-ରାଜ୍ୟରେ ଆସୁଛି ବଡ଼ ବର୍ଷା, ୨୨ରୁ ୨୬ ଯାଏଁ ପ୍ରବଳ ଛେଚିବ

ସେହିପରି ହୋଟେଲର ଚାରିକାନ୍ଥରେ ରହି ରହି ଶାବକଗୁଡ଼ିକ ଏକରକମ ଅଣନିଶ୍ବାସୀ ହୋଇଯାଇଥିଲେ। ତସ୍କରମାନେ ସୁବର୍ଣ୍ଣରେଖା ନଦୀ କଡ଼ରେ ଥିବା ବିଚିତ୍ରପୁର ହେନ୍ତାଳ ବଣରେ କିଛି ଦିନ ପାଇଁ ଲୁଚାଇ ରଖିବାକୁ ଯୋଜନା ପାଞ୍ଚିଥିଲେ। ଇଣ୍ଡୋନେସିଆ, ମାଲେସିଆ ଭଳି ଏହା ଆର୍ଦ୍ର ଜଙ୍ଗଲ ହୋଇନଥିଲେ ମଧ୍ୟ ଏହି ଦ୍ବୀପରେ ଶାବକମାନେ କିଛି ଦିନ ଆରାମରେ ରହି ସୁସ୍ଥ ହୋଇପାରିବେ ବୋଲି ତସ୍କରମାନେ ଭାବିଥିବେ । କାରଣ ଉଦୟପୁର ବନ ଅଧିକାରୀମାନେ ଭୋଗରାଇ ଆଖପାଖ ଜଙ୍ଗଲରୁ ଉଦ୍ଧାର ହେଉଥିବା ସାପ, ମାଙ୍କଡ଼ ଓ ଅନ୍ୟ ବନ୍ୟଜନ୍ତୁଗୁଡ଼ିକୁ ଏହି ଜଙ୍ଗଲରେ ଛାଡ଼ିଥାନ୍ତି। ଦୀଘାରୁ ସେଠାକୁ ମାତ୍ର ଗୋଟିଏ ସ୍ଥଳ ପଥ ରୁଟ୍ ହେଉଛି ଚନ୍ଦନେଶ୍ଵର- ଭୂଷଣ୍ଡେଶ୍ଵର ରାସ୍ତା । ତେବେ କୌଣସି କାରଣ ଯୋଗୁ ତସ୍କର ଥର୍ ଗାଡ଼ିରେ ଓରାଙ୍ଗ ଉଟାନ ଶାବକଗୁଡ଼ିକୁ ହେନ୍ତାଳ ବଣକୁ ନେବାରେ ବିଫଳ ହୋଇଥିଲେ। ବନ ବିଭାଗର ବିଟ୍ ହାଉସ୍ ଅଥବା ପ୍ରକୃତି ନିବାସରେ ଚୋକିଂ ହେଉଥିବା ଦେଖି ସେମାନେ ଡରିଯାଇଥିବେ ବୋଲି ଅନୁମାନ କରାଯାଉଛି।