ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି । ଏ ଭିଡିଓକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ଡେଲିଭରି ବୟଙ୍କ ଏହି ଭିଡିଓ, ସାଧାରଣରେ ଚିନ୍ତା ବଢ଼ାଇଥବା ବେଳେ, ଏଥିପାଇଁ ସରକାର ଦୃଷ୍ଟି ଦେବା ଦରକାର ବୋଲି ଦାବି ହୋଇଛି । ତେବେ ଏହି ଭିଡିଓରେ ଅଛି କ’ଣ ? ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ, ଲୋକେ ପଚାରୁଛନ୍ତି ଅନେକ ପ୍ରଶ୍ନ । କିନ୍ତୁ ଏହାର ପ୍ରକୃତ ଜବାବ କାହା ପାଖରେ ବି ନାହିଁ ।

ଭାଇରାଲ୍ ଭିଡିଓ

ଭିଡିଓରେ ଜଣେ ଡେଲିଭରି ବୟ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଗୋଟିଏ ଜାଗାରେ ସେ ଦୀର୍ଘ ଘଣ୍ଟା ଛିଡ଼ା ହୋଇଛନ୍ତି । ଏପରିକି ତାଙ୍କ ପାଟିରେ ବିଡ଼ି ଲାଗିଛି, ଜଳୁଛି । କିନ୍ତୁ ସେ ହଲୁନାହାନ୍ତି କି ଆଗକୁ ଯାଉନାହାନ୍ତି । ତାଙ୍କ ଆଖପାଖରେ କଣ ଘଟଛୁ ସେକଥା ବି ଜାଣିପାରୁ ନାହାନ୍ତି । ସେ ପ୍ରାୟ ଦୁଇରୁ ଅଢ଼େଇ ଘଣ୍ଟା ଗୋଟିଏ ପୋଜିସନରେ ଛିଡ଼ା ହୋଇଛନ୍ତି । ମୁଣ୍ଡ ଆଗକୁ ସାମାନ୍ୟ ଝୁଲି ରହିଛି, ହାତ ଦୁଇଟି ସାମାନ୍ୟ ଉପରକୁ ଅଛି । ପାଟିରେ ବିଡ଼ି ଲାଗିଛି, କିନ୍ତୁ ସେ ଅଲଗା ଦୁନିଆରେ ଥିବା ଭଳି ମନେ ହେଉଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ, ଏବେ ଅନେକ ପ୍ରଶ୍ନ । ଡେଲିଭରି ବୟ କ’ଣ ନିଶା କରିଛନ୍ତି ? ନା ସେ ବିରଳ ରୋଗରେ ପୀଡ଼ିତ ? କେହି କେହି କହୁଛନ୍ତି, ଜମ୍ବି ଡ୍ରଗ୍ସ ସେବନ କରିଥାଇପାରନ୍ତି ଡେଲିଭରି ବୟ ।

 

ପଞ୍ଜାବର ଘଟଣା

ଏହି ଘଟଣା ଚଣ୍ଡିଗଡ଼ର ସେକ୍ଟର ୩୩ରେ ଘଟିଛି ବୋଲି କୁହାଯାଉଛି । ଲୋକମାନେ ପ୍ରଥମେ ଏହାକୁ ସାଧାରଣ ଭିଠିଓ ବୋଲି ଭାବିଥିଲେ । କିନ୍ତୁ ଜଣେ ଯୁବକ ଦୀର୍ଘ ସମୟ ପର୍ଯ୍ୟନ୍ତ ସମାନ ଅବସ୍ଥାରେ ଛିଡ଼ା ହେବା ଘଟଣା ବିରଳ ଲାଗିଲା । ଭିଡିଓଟି ସାମ୍ନାକୁ ଆସିବା ପରେ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି । ଆମେରିକାରେ ଏଭଳି ରାସ୍ତାରେ ଜମ୍ବି ବୁଲିବାର ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ସେମାନେ ଡ୍ରଗ୍ସ ସେବନ କରି ଏଭଳି ବ୍ୟବହାର କରନ୍ତି । ତେଣୁ ପଞ୍ଜାବରୁ ଆସିଥିବା ଏହି ଭିଡିଓ, କୌଣସି ଭୟଙ୍କର ଡ୍ରଗ୍ସ କବଳରେ ଯୁବପିଢ଼ି ପଡ଼ିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Also Read: ଏପଷ୍ଟିନ୍‌ ଫାଇଲରେ ବଡ ଖୁଲାସା, ନିଶା ଦେବାକୁ ନର୍ସରୀରେ ଲଗାଇଥିଲା ଦୁଦୁରା ଗଛ

ସତ୍ୟ କ’ଣ, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ

ସୋସିଆଲ ମିଡିଆରେ ଏହି ଭିଡିଓ ବିଷୟରେ ବିଭିନ୍ନ ଦାବି କରାଯାଉଛି। ଯୁବକ ନିଶାଗ୍ରସ୍ତ ଥିବା କହୁଛନ୍ତି ଲୋକେ, ଅନ୍ୟମାନେ ଏହାକୁ ମାନସିକ କିମ୍ବା ଶାରୀରିକ ସମସ୍ୟା ସହିତ ଯୋଡୁଛନ୍ତି। ତଥାପି, ଭିଡିଓଟି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ସ୍ପଷ୍ଟ ହୋଇନାହିଁ । ତେଣୁ ଏହି ସବୁ ଦାବିଗୁଡ଼ିକର ସତ୍ୟତା କେତେ ତାହା ଜଣାପଡ଼ି ନାହିଁ । ସେପଟେ ନିଶା କବଳରେ ପଞ୍ଜାବ ଏବଂ ଚଣ୍ଡିଗଡ଼ର ଯୁବପିଢ଼ି । ତେଣୁ ଡେଲିଭରି ବୟ କୌଣଣି ଭୟଙ୍କର ଡ୍ରଗ୍ସ ନେଇଥାଇ ପାରନ୍ତି ବୋଲି ଦାବି ହେଉଛି ।

ସୋସିଆଲ ମିଡିଆରେ ପ୍ରତିକ୍ରିୟା

ଭିଡିଓଟି ଭାଇରାଲ ହେବା ମାତ୍ରେ, ୟୁଜର ଏହା ଉପରେ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଲେଖିଛନ୍ତି, ‘ଏମିତି ଲାଗୁଛି ବ୍ୟକ୍ତି ଜଣକ ଅନ୍ୟ ଏକ ଦୁନିଆରେ ହଜି ଯାଇଛନ୍ତି।’ ଅନ୍ୟ ଜଣେ ଲେଖିଛନ୍ତି, ‘ଏହା ମନେ ହେଉଛି, ତାଙ୍କ ପାଇଁ ସମୟ ବନ୍ଦ ହୋଇଯାଇଛି।’ ଅନ୍ୟମାନେ କହିଛନ୍ତି, ‘ଏତେ ସମୟ ପାଇଁ ଗୋଟିଏ ସ୍ଥାନରେ ଛିଡ଼ା ହେବା ସହଜ ନୁହେଁ।’ ତେବେ ପୋଲିସ ସହାୟତାରେ ଯୁବକଙ୍କୁ ହସ୍ପିଟାଲ ନିଆଯାଇଥିଲେ । ହେଲେ ତାଙ୍କର ଏଭଳି ଅବସ୍ଥା ସଂପର୍କରେ ଡାକ୍ତର କଣ କହିଥିଲେ, ସେନେଇ ସୂଚନା ମିଳିପାରିନି ।

ଜମ୍ବି ଡ୍ରଗ୍ କ’ଣ ?

ଜମ୍ବି ଡ୍ରଗ୍ ସାଧାରଣତଃ ଜାଇଲାଜିନ୍ (କିମ୍ବା ‘ଟ୍ରାଙ୍କ୍’) କୁ ବୁଝାଏ । ଏହା ଏକ ପଶୁଚିକିତ୍ସା ଔଷଧ, ଏଥିରେ ନିଶାଦ୍ରବ୍ୟ ମିଶ୍ରଣ ହୋଇଥାଏ । ଏହାର ବ୍ୟବହାର ଦ୍ବାରା ଗୁରୁତର ଚର୍ମ ରୋଗ ଦେଖିବାକୁ ମି ଏବଂ ପ୍ରାୟ ଅଚେତ ଅବସ୍ଥା ସୃଷ୍ଟି କରେ। ବୈଜ୍ଞାନିକଙ୍କ ମତରେ, ଜାଇଲାଜିନ୍ ଏକ ଶକ୍ତିଶାଳୀ -2 ଆଡରେନର୍ଜିକ୍ ଆଗୋନିଷ୍ଟ ଔଷଧ ଯାହା ପଶୁଚିକିତ୍ସା ପାଇଁ ବିକଶିତ ହୋଇଥିଲା । ପ୍ରାଣୀମାନଙ୍କୁ ଶାନ୍ତ କରିବା ଲାଗି ଏହାକୁ ଦିଆଯାଏ । କିନ୍ତୁ ଏହାକୁ ଲୋକମାନେ ଡ୍ରଗ୍ସ ଭାବରେ ବ୍ୟବହାର କରିବା ପରେ ଚିନ୍ତା ବୃଦ୍ଧି ପାଇଛି । ଅନ୍ୟ ଡ୍ରଗ୍ ସହିତ ମିଶ୍ରଣ କରି ଏହାକୁ ଆହୁରି ଭୟଙ୍କର ରୂପ ଦିଆଯାଏ । ଏପରିକି ଏହି ଡ୍ରଗ୍ସ ସେବନ କରି କିଛି ଲୋକ ଜମ୍ବି ଭଳି ବ୍ୟବହାର କରିଥିବାର ରିପୋର୍ଟ ମିଳିଥିଲା । ତେଣୁ ଏହାକୁ ଜମ୍ବି ଡ୍ରଗ୍ ବୋଲି ମଧ୍ୟ କୁହାଯାଏ ।