କେନ୍ଦ୍ରାପଡ଼ା ୬।୬: ଛାତ୍ରୀଙ୍କୁ ଧମକାଇଲା । କଲେଜ ଆଗରେ ଭୁଜାଲି ଦେଖାଇଲା ।  ଛାତ୍ରୀଙ୍କ ସହ ବାନ୍ଧବୀଙ୍କୁ ଧମକଚମକ ଦେଲା । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଡେରାବିଶ କଲେଜ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାର ଭିଜୁଆଲ ଏବେ ଭାଇରାଲ୍ ହେବାରେ ଲାଗିଛି । ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଡେରାବିଶ କଲେଜ ଆଗରେ ଜଣେ ଯୁବକ ଭୁଜାଲି ଧରି ଜଣେ ଛାତ୍ରୀଙ୍କୁ ଧମକାଇବାର ଭିଜୁଆଲ ଭାଇରାଲ୍ ହେବାର ଲାଗିଛି l ଯୁବକ ଜଣକ ଭୁଜାଲି ଧରି ଛାତ୍ରୀ ଏବଂ ତାଙ୍କର ଜଣେ ବାନ୍ଧବୀଙ୍କୁ ଭୁଜାଲି ଦେଖାଇ ଧମକଚମକ ଦେଉଛନ୍ତି l ଘଟଣା ଘଟିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି l

​​​​​​​Also Read:- ମୋତେ ଆଉ ଚନ୍ଦ୍ରିକା ଭଲ ଲାଗୁନି, ବାହାହେବି କେମିତି.. ମାଆଙ୍କୁ ଏମିତି କହିଥିଲା ବୟଫ୍ରେଣ୍ଡ

ତେବେ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁବକ ଡେରାବିଶ କଲେଜର ଯୁକ୍ତ ୩ର ଛାତ୍ର l ତାଙ୍କ ନାମ ଅରକ୍ଷିତ ରଞ୍ଜନ ଜେନା । ତାଙ୍କ ଘର ସ୍ଥାନୀୟ ମୀର ପାଟଣାରେ ବୋଲି ଜଣାପଡିଛି l ତେବେ ଏକତରଫା ପ୍ରେମ ବ୍ୟାପାରକୁ ନେଇ ଏହା ଘଟିଥିବା ଜଣାପଡିଛି l