ସମ୍ବଲପୁର ୨୯।୦୮ : ସମ୍ବଲପୁର ବୁର୍ଲା କିର୍ବା ଛକରେ ଯୁବକଙ୍କ ଆତଙ୍କରାଜ । ବିଚ୍ ବଜାରରେ ମାଂସ ବ୍ୟବସାୟୀଙ୍କୁ ଗୁଳିମାଡ଼। ସମସ୍ତଙ୍କ ସାମ୍ନାରେ ୩ ରାଉଣ୍ଡ ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିମାଡ଼ରେ ମହମ୍ମଦ ଅନିସଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ମାଂସ ବ୍ୟବସାୟୀ ଏମଡ଼ି ଅନିଶଙ୍କ ଘରେ ଅଭିଯୁକ୍ତ ରାଜା ସ୍ବାମୀ ଭଡାରେ ରହୁଥିବା ବେଳେ କାମ ମଧ୍ୟ କରୁଥିଲେ । ଶନିବାର ସକାଳ ସମୟରେ ସମ୍ବଲପୁର ବୁର୍ଲା କିର୍ବା ଛକରେ ମାଂସ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି । ସମସ୍ତଙ୍କ ସାମ୍ନାରେ ୩ ରାଉଣ୍ଡ ଗୁଳିମାଡ କଲା ଦୁର୍ବୃତ୍ତ । ମହମ୍ମଦ ଅନିଶଙ୍କ ଛାତି, ମୁଣ୍ଡରେ ଗୁଳି ବାଜିଛି । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଛି ।

Also Read:-ମାଡ଼ ଖାଉଥିଲା ପୁଅ, ଦେଖିପାରିଲାନି ମାଆ ; ରକ୍ଷା କରିବାକୁ ଯାଇ ଜୀବନ ଗଲା

ସୋସିଆଲ ମିଡିଆରେ ଗୁଳିମାଡ ସମୟର ଭିଜୁଆଲ ଭାଇରାଲ ହୋଇଛି । ଗୁଳିକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବଜାର ମଝିରେ ଏଭଳି ଗୁଳିକାଣ୍ଡ ବୁର୍ଲାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛି। ଗୁଳିମାଡ଼ କରିଥିବା ଯୁବକ ରାଜା ସ୍ବାମୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ପହଞ୍ଚି ତଦନ୍ତ କରୁଛନ୍ତି । ଗୁଳିକାଣ୍ଡର କାରଣ ଜଣାପଡିନଥିବା ବେଳେ ଛାନଭିନ୍ କରୁଛି ପୋଲିସ l