ଭୁବନେଶ୍ୱର ୨୪।୦୫: ସେଲ୍ଫି ନେବା ହେଲା କାଳ । ଟ୍ରେନ୍ ବଗି ଉପରେ ଜଳିଗଲେ ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଯୁବକ ଜଣକ ସେଲଫି ନେବା ପାଇଁ ବଗି ଉପରେ ଚଢ଼ିଥିଲେ। ଫଟୋ ଉଠାଉଥିଲା ବେଳେ ଯୁବକ ଜଣକ ଜଳିଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣକ ରାଜସ୍ଥାନର ବୋଲି ଜଣାପଡିଛି । ସେ CTTCରେ ଟ୍ରେନିଂ ପାଇଁ ଭୁବନେଶ୍ବର ଆସିଥିଲେ।

Also Read:-Odisha News : ଶୁଦ୍ଧିକ୍ରିୟା ଭୋଜିରୁ ଝାଡ଼ାବାନ୍ତି, ଚାଲିଗଲା ଦୁଇ ମହିଳାଙ୍କ ଜୀବନ

ତେବେ ଯୁବକ ଜଣଙ୍କ ଏକ ଟ୍ରେନ୍ ଉପରକୁ କାହିଁକି ଚଢିଲେ । କିପରି ଏକ ବିପଦପୂର୍ଣ୍ଣ ଭାବେ ସେଲ୍ଫି ନେଉଥିଲେ । ଏସବୁ ଦିଗକୁ ନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ । ଆବଶ୍ୟକ ପଡ଼ିଲେ ସାଥୀଙ୍କୁ ପଚରାଉଚରା କରିପାରେ ପୋଲିସ ।