ଝାରସୁଗୁଡ଼ା ୨୪।୦୫ : ଝାରସୁଗୁଡ଼ା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁନାଖାଏନ ଗ୍ରାମରେ ଝାଡାବାନ୍ତି। ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୭ ଜଣଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଉଲ୍ଲାସ ଖଡ଼ିଆ (୪୦) ଓ ସୁକାନ୍ତି ଖଡ଼ିଆ (୬୦) । ଅନ୍ୟ ୫ ଜଣ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଖବର ଅନୁଯାୟୀ, ଗତ ଗୁରୁବାର ଦିନ ସୁନାଖାଏନ ଗାଁର ଏକ ପରିବାର ସୁନ୍ଦରଗଡ ଜିଲ୍ଲା ବିଲେଇ ମୁଣ୍ଡା, କଅଁରକେଲା ନୂଆଁଡିହିକୁକ ଏକ ଏକାଦଶାହ କାର୍ଯ୍ୟକୁ ଯାଇଥିଲେ। ସେଠାରୁ ଫେରିବା ପରେ ସେହି ଦିନ ସନ୍ଧ୍ୟାରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ଲଖନପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେମାନଙ୍କ ଅବସ୍ଥା ଅସମ୍ଭାଳ ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଚିକିତ୍ସିତ ହେଉଥିଲେ। ମାତ୍ର ସେଠାର ଉଲ୍ଲାସ ଓ ସୁକାନ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ନେବାପାଇଁ ଡାକ୍ତର ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ପରେ ପରିବାର ଲୋକେ ଉଭୟଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ନେଇଥିଲେ।

Also Read:-US Iran Peace Deal Donald Trump MoU Strait of Hormuz Pakistan: ଯୁଦ୍ଧ ସମାପ୍ତି ନେଇ ଟ୍ରମ୍ପଙ୍କ ବଡ଼ ଦାବି, ପାକିସ୍ତାନରେ ହେବ ପରବର୍ତ୍ତୀ ବୈଠକ

ତେବେ ବହୁତ ଦୁର୍ଭାଗ୍ୟ ବିଷୟ ଯେ, ସେଠାର ଆସିୟୁ ଉପଲବ୍ଧ ନ ଥିବା ଯୋଗୁଁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ନେବା ବାଟରେ ଆଜି ଭୋର ସକାଳ ପ୍ରାୟ ୪ ଟା ସମୟରେ ଉଭୟଙ୍କ ପ୍ରାଣବାୟୁ ଉଡି ଯାଇଥିବା ପରିବାର ଲୋକଙ୍କ ଠାରୁ ପ୍ରକାଶ।