ରାୟଗଡ଼ା ୧୦।୦୫ : ଅପହୃତ ଯୁବକଙ୍କ ମୃତଦେହ ଉଦ୍ଧାର । ରାୟଗଡ଼ା ସହର କଣ୍ଡାତୁମ୍ବିଗୁଡ଼ା ଅଞ୍ଚଳରୁ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ରାୟଗଡ଼ା ଏସଡିପିଓ ସହ ପୋଲିସ ଟିମ୍ ପହଞ୍ଚି ଛାନଭିନ୍ ଚଳାଇଛନ୍ତି।

ଖବର ଅନୁଯାୟୀ, ଶନିବାର ଗୁଳି ଫୁଟାଇ ନିଖିଲ ନାମକ ଜଣେ ଯୁବକଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ। ଇନ୍ଦିରା ନଗରରେ କିଛି ଅଜଣା ଦୁର୍ବୃତ୍ତ ଗୁଳି ଫୁଟାଇ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ରାତି ସାଢ଼େ ୧୦ଟାରେ କିଛି ଯୁବକ ଗୋଟିଏ ବୁଲେଟ୍ ଏବଂ ଏକ ଚାରି ଚକିଆ ଗାଡିରେ ଜଣେ ଯୁବକଙ୍କୁ ପିଛା କରିଥିଲେ। ରାସ୍ତାରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଯୁବକ ଜଣଙ୍କ ଭୟରେ ଦୌଡି ପଳେଇବା ସମୟରେ ଗୁଳି ଫୁଠାଇଥିଲେ ଦୁର୍ବୃତ୍ତ । ଏହା ପରେ ଯୁବକ ଜଣଙ୍କ ପ୍ରାଣ ବିକଳରେ ଜଣଙ୍କ ଘରକୁ ପଶିଯିବା ସମୟରେ ଦୁର୍ବୃତ୍ତ ମାନେ ତାକୁ ଅପହରଣ କରି ନେଇଥିଲେ। ଘଟଣାସ୍ଥଳରୁ ଖୋକା ମିଳିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ କରୁଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

Also Read:-Jitu Munda : ସରକାରଙ୍କୁ ଜିତୁ ମୁଣ୍ଡାଙ୍କ ଚେତାବନୀ, ମୋ କଥା ନଶୁଣିଲେ ମୁଁ ପୁଣି ବୋହିବି କଙ୍କାଳ