ବ୍ରହ୍ମପୁର ୧୯।୦୫ : ଅପରାଧୀଙ୍କୁ ଯେତେ ଚେତାବନୀ ଦେଲେ ବି ସେମାନଙ୍କର ଭୃକ୍ଷେପ ନାହିଁ। ସମ୍ବଲପୁର ଏବଂ ବ୍ରହ୍ମପୁରରେ ଦୁଇଜଣ ଅପରାଧୀ ପୋଲିସ ଗୁଳିରେ ଆହତ ହୋଇଥିବା ପରେ ବି ପୁଣି ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି ବ୍ରହ୍ମପୁରରେ।

ଖବର ଅନୁଯାୟୀ, ବ୍ରହ୍ମପୁର ଗିରି ରୋଡ଼ରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି। ବିଚ୍ ରାସ୍ତାରେ ଜନଗହଳି ପୂର୍ଣ୍ଣ ରାସ୍ତାରେ ତଳେ ପକାଇ ନିର୍ଧୁମ ପିଟିଲେ ଦୁର୍ବୁତ୍ତମାନେ। ଯୁବକଙ୍କୁ ବଞ୍ଚାଇବା ପାଇଁ ସେଠାରେ ଥିବା ଯୁବତୀ ଜଣକ ଚେଷ୍ଟା କରୁଥିବା ଭିଜୁଆଲରୁ ଦେଖାଯାଉଛି। ତେବେ ଅତି ନୃଶଂସ ଭାବେ, ନିର୍ମମ ଭାବେ ୨ ଦୁର୍ବୃତ୍ତ ଠେଙ୍ଗାରେ ମାଡ଼ ମାରି ଚାଲିଥିବା ଦେଖାଯାଉଛି। ଏହି ଭିଜୁଆଲରେ ଦେଖାଯାଉଥିବା ବ୍ୟକ୍ତିମାନଙ୍କର ପରିଚୟ ମଧ୍ୟ ମିଳିନାହିଁ।

Also Read:-Tension in Utkal University : ବାଣୀବିହାର କ୍ୟାମ୍ପସ୍‌ରେ ମଦ ପିଇ ଛାତ୍ରଙ୍କୁ ପିଟିଲେ ଅଣଛାତ୍ର, ଗିରଫ ଦାବିରେ ଫାଟକ ସମ୍ମୁଖରେ ଧାରଣା

ତେବେ ଅତି ନିର୍ଦ୍ଦୟ ଭାବେ ଯୁବକଙ୍କୁ ଠେଙ୍ଗାରେ ମାଡ଼ ମାରି ଚାଲିଛନ୍ତି ଦୁର୍ବୃତ୍ତ। ପୋଲିସ ଘଟଣାର ତଦନ୍ତ କରୁଛି । ଗୁରୁତର ଯୁବକ ଜଣକ ଉମେଶ ରଥ ବୋଲି ଜଣା ପଡିଛି। ସେ ପୂର୍ବରୁ ଏକ ମାମଲାରେ ଜେଲ ଯାଇଥିବା ବେଳେ ଏବେ ଜେଲରୁ ଫେରିଥିଲା। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି । ଅନ୍ୟ ଏକ ଅପରାଧିକ ଗୋଷ୍ଠୀ ଆକ୍ରମଣ କରିଥିବା ନେଇ ଆହତ ଉମେଶଙ୍କ ମାଆ କହିଛନ୍ତି ।