ଭୁବନେଶ୍ବର: ସମୟ ସୋମବାର ଅପରାହ୍ଣ... ଖବର ଆସିଲା ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଜଳବାୟୁ ବିହାର ଟାଓ୍ବାର ଆପାର୍ଟମେଣ୍ଟ କ୍ୟାମ୍ପସରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ଦେଖୁ ଦେଖୁ ବିଜୁଳି ବେଗରେପୂରା ଅଞ୍ଚଳରେଖେଳିଗଲା ଏହିଖବର। ମୃତ ଦେହଟି କାହାର ? ଆଉ ଏହା ଆପାର୍ଟମେଣ୍ଟ ପରିସରକୁ କିପରି ଆସିଲା ? ତା’କୁ ନେଇ ହଇଚଇ ସୃଷ୍ଟି ହେଲା। ଏମିତିକି ଫ୍ଲାଟ୍ ଉପରୁ କେହି ମାରି ଫୋପାଡ଼ି ଦେଇଥିବା ସନ୍ଦେହ କରିଥିଲେ ସ୍ଥାନୀୟ ଲୋକେ। ଏହାରି ମଧ୍ୟରେ ଖବର ପାଇ ପହଞ୍ଚିଗଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ଆଉ ସଙ୍ଗେ ସଙ୍ଗେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା।ଏମିତିକି ନିଜେ ଭୁବନେଶ୍ବର ଡିସିପି ଜଗମୋହନ ମୀନାଘଟଣାସ୍ଥଳରେପହଞ୍ଚି ଯାଞ୍ଚ କରିଥିଲେ । ଆଉ ଯାଞ୍ଚ ପରେ ସାମ୍ନାକୁ ଆସିଥିଲା ସାଙ୍ଘାତିକ ତଥ୍ୟ ।ପ୍ରେମ ପାଇଁ ଯାଇଛି ଏହି ଯୁବକଙ୍କ ଜୀବନ।

ପୋଲିସର ସୂଚନା ଅନୁସାରେ, ଏକ ଘରୋଇ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ ଏହି ଯୁବକ ଜଣକ। ଆଉ ଆପାର୍ଟମେଣ୍ଟରେ ରହୁଥିବା ତାଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ସୋମବାର ଘରକୁ ଆସିଥିଲେ। ଆଉ ଘର ଥିବା ସମୟରେ ପ୍ରେମିକାଙ୍କ ଘର ଲୋକେ ପଳେଇ ଆସିବାରୁ ପ୍ରେମିକ ଜଣକ ବାଥ୍ ରୁମ୍ ଓ୍ବିଣ୍ଡୋ ଦେଇ ବାହରକୁ ବାହାରି ସେହି ବାଥରୁମ୍ ପାଇପ୍‌କୁ ଧରି ଲାଖି ରହିଥିଲେ। ହେଲେ ୧୦ମ ମହଲା ହୋଇଥିବାରୁ ସେ ଆଉ ତଳକୁ ଓହ୍ଲାଇପାରିନଥିଲେ। ଏମିତିରେ ଦୀର୍ଘ ସମୟ ଝୁଲି ରହିବା ପରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । 

Also Read:- ବାଲେଶ୍ବର କୋର୍ଟକୁ ଆସିଲା ଇ-ମେଲ୍, ବୋମାରେ ଉଡ଼ାଇ ଦେବାକୁ ମିଳିଲା ଧମକ

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ମୃତ ଯୁବକଙ୍କ ବାପା ଘରୋଇ ବ୍ୟାଙ୍କରେ ରିଜିଓନାଲ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ତେବେ ଯୁବକଙ୍କ ପରିବାର ପକ୍ଷରୁ ଏନେଇ ଅଭିଯୋଗ ହୋଇନାହିଁ । ଚନ୍ଦ୍ରଶେଖରପୁର ଥାନା ପୋଲିସ, ଭୁବନେଶ୍ବର ଡିସିପି, ସାଇଣ୍ଟିଫିକ୍ ଟିମ୍ ଏବଂ ସ୍ପେଶାଲ୍ ସ୍କ୍ୱାଡ୍ ତଦନ୍ତ ଜାରି ରଖିଥିବା ବେଳେ। ସିସିଟିଭି ଫୁଟେଜ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି ।