ବାଲେଶ୍ବର ୧୩।୭: ବାଲେଶ୍ୱର ଜିଲ୍ଲା ଓ ଦୌରାଜଜ୍‌ ଅଦାଲତକୁ ବୋମାରେ ଉଡ଼ାଇଦେବାକୁ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିବା ସୂଚନା । ବିଚାରପତିଙ୍କ ନିକଟକୁ ଆସିଥିବା ବୋମା ଧମକ ଖବର ପ୍ରଚାରିତ ହେବା ପରେ କୋର୍ଟ ପରିସରରେ ଆତଙ୍କ ଖେଳିଯାଇଥିଲା । କୋର୍ଟରେ ଉପସ୍ଥିତ ଆଇନଜୀବୀ, କର୍ମଚାରୀ ଓ ସାଧାରଣ ଲୋକ ଭୟଭୀତ ହୋଇ କୋର୍ଟ ପରିସରରୁ ବାହାରକୁ ବାବାରି ଆସିଥିଲେ । ଫଳରେ କିଛି ମିନିଟ୍ ମଧ୍ୟରେ କୋର୍ଟ ପରିସର ଖାଲି ହୋଇଯାଇଥିଲା ।

Also Read:- ଯନ୍ତ୍ରୀଙ୍କ ‘କଳା ସମ୍ପତ୍ତି’ର ଖୋଲିଲା ଗୁମର, ଇଞ୍ଜିନିୟରଙ୍କ ସାମ୍ରାଜ୍ୟ ଦେଖି ଭିଜିଲାନ୍ସ ଜଳକା

ତେବେ ଏହି ଘଟଣାର ସୂଚନା ପାଇ ପୋଲିସ ଓ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । । ଏହି ଧମକପୂର୍ଣ୍ଣ ଇ-ମେଲ୍‌ର ସତ୍ୟତା ଯାଞ୍ଚ ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ କୋର୍ଟ ପରିସରରେ ଛାନଭିନ ଚାଲିଥିବା ଜଣାପଡିଛି ।