କେନ୍ଦ୍ରାପଡ଼ା ୧୧।୦୬ : ଦୁଇ ଗୋଷ୍ଠୀ ଭିତରେ ବିବାଦ ସମାଧାନ କରିବାକୁ ମଧ୍ୟସ୍ଥି ସାଜି ଯାଇଥିଲେ ଯୁବକ, ହେଲେ ତାହା ମହଙ୍ଗା ପଡିଲା। ଛୁରାମାଡରେ ଯୁବକଙ୍କ ମୃତ୍ୟୁ ଘଟିଛି l କେନ୍ଦ୍ରାପଡା ରାଜନଗର ଥାନା ଅନ୍ତର୍ଗତ ନିଶାଣୀପଲ୍ଲୀ ଗାଁର ଘଟଣା l ମୃତ ଯୁବକ ଜଣକ ପଟ୍ଟାମୁଣ୍ଡାଇ ବ୍ଲକ୍ କଜଳବନ୍ଧ ଗାଁର କୈଳାସ ମଲ୍ଲିକl

ଖବର ଅନୁଯାୟୀ, ଗତ ସନ୍ଧ୍ୟାରେ ଏକ ପୁରୁଣା ବିବାଦର ସମାଧାନ ପାଇଁ କଜଳବନ୍ଧ ଗାଁର ସିଲୁଆ ମଲ୍ଲିକ ବୋଲି ଜଣେ ଯୁବକ କୈଳାସଙ୍କୁ ନିଶାଣୀପଲ୍ଲୀ ଗାଁକୁ ଡାକି ନେଇଥିଲେ l ସେଠାରେ ପହଁଞ୍ଚିବା ପରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଓ ପରେ ମାଡପିଟ ହୋଇଥିଲା l ଅନ୍ଧାରର ସୁଯୋଗ ନେଇ ଅପର ପକ୍ଷର କେହିଜଣେ ଏକ ଧାରୁଆ ଅସ୍ତ୍ରରେ କୈଳାସଙ୍କ ପେଟରେ ଆଘାତ କରିଥିଲେ l ଗୁରୁତର ଅବସ୍ଥାରେ ପ୍ରଥମେ ରାଜନଗର ହସ୍ପିଟାଲ ଓ ପରେ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲକୁ କୈଳାସଙ୍କୁ ଅଣାଯାଇଥିଲା l ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଚଳାଇଛି l

Watch Video:-