ନୂଆଦିଲ୍ଲୀ: ଆଧାର କାର୍ଡ ଆମ ପାଇଁ ଖୁବ୍ ଜରୁରୀ ଦସ୍ତାବିଜ ମଧ୍ୟରୁ ଗୋଟିଏ। ଏମିତିରେ ଯଦି ଆଧାର କାର୍ଡ ହଜିଯାଉଛି ଆଉ ଏହାର ନମ୍ବର ବି ମନେ ନାହିଁ ତେବେ ଅସୁବିଧାର ସାମନା କରିବାକୁ ପଡ଼ିପାରେ। ଅନେକ ଭାବନ୍ତି ଯେ, କାର୍ଡ ହଜିଗଲେ ନୂଆ ଆଧାର କରିବାକୁ ପଡ଼ିବ କିମ୍ବା ଏଥିପାଇଁ ଲମ୍ବା ପ୍ରକ୍ରିୟା ଦେଇଯିବାକୁ ପଡ଼ିବ।

UIDAI ଏହାର ଗ୍ରାହକଙ୍କୁ ଏଭଳି ସୁବିଧା ଦେଉଛି, ଯାହାର ସାହାଯ୍ୟରେ ଆଧାର ନମ୍ବର କିମ୍ବା ଏନରୋଲମେଣ୍ଟ ଆଇଡି ଆପଣ ଘରେ ବସି ପାଇପାରିବେ। ଏଥିପାଇଁ ଆଧାର ସେଣ୍ଟର ଚକ୍କର କାଟିବା ଆବଶ୍ୟକତା ନାହିଁ। ହେଲେ ଏଥିପାଇଁ ଆପଣଙ୍କ ଆଧାର ସହ ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଲିଙ୍କ୍ ଥିବା ଦରକାର। ଆସନ୍ତୁ ଜାଣିବା ଆଧାର କାର୍ଡ ହଜିଗଲେ କ’ଣ କରିବା ଆବଶ୍ୟକ ଏବଂ UIDAI ସାହାଯ୍ୟରେ ଆଧାର ନମ୍ବର କିଭଳି ରିକଭର କରାଯାଇପାରେ।

କେମିତି କରିବେ ଆଧାର ନମ୍ବର ରିକଭର ?

ଆଧାର ନମ୍ବର ପୁନଃ ଫେରିପାଇବା ପାଇଁ କିଛି ଜରୁରୀ ତଥ୍ୟ ଆପଣ ପାଖରେ ରହିଥିବା ଦରକାର। ଆଧାରରେ ଥିବା ପୂରା ନାଁ, ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ରେଜିଷ୍ଟର୍ଡ ଇମେଲ ଆଇଡ। ଏହି ତଥ୍ୟ ଆଧାରରେ ଆପଣ UIDAI ପୋର୍ଟଲରେ ନିଜ ତଥ୍ୟ ରିକଭର କରିପାରିବେ।

Also Read: ବଢିଲା ଗ୍ୟାସ୍ ସିଲିଣ୍ଡର ଦାମ୍ : ୨୯ ଟଙ୍କା ବୃଦ୍ଧି ପାଇ ଏବେ ଏତେ ଟଙ୍କା ଦର

ଷ୍ଟେପ ୧: ପ୍ରଥମେ UIDAIର ଓ୍ବେବସାଇଟକୁ ଯାଇ ହୋମ୍ ବଟନରେ କ୍ଲିକ କରି ‘‘Retrieve Lost or Forgotten EID/ UID’’ ଅପ୍ସନରେ କ୍ଲିକ୍ କରନ୍ତୁ। ଏହାପରେ ତଳକୁ ସ୍କ୍ରଲ କରି ‘ଶୋ ଅଲ୍ ସର୍ଭିସେସ୍’ରେ କ୍ଲିକ୍ କରନ୍ତୁ। ସେଠାରେ ‘ଗେଟ ଆଧାର’ ଅପ୍ସନରେ ଆପଣଙ୍କୁ ‘ରିଟ୍ରିଭ ଆଧାର ନମ୍ବର/ EID/ SID’ ଅପ୍ସନ ମିଳିବ।

ସେଠାରେ ନିଜର ପୂରା ନାଁ, ଜନ୍ମ ତାରିଖ, ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ରେଜିଷ୍ଟର୍ଡ ଇମେଲ ଆଇଡି ଦେବାକୁ ପଡ଼ିବ। ଏହା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ଓଟିପି ଦେଇ ଭେରିଫିକେସନ ପୂରା କରନ୍ତୁ। ଓଟିପି ଭେରିଫିକେସନ ପୂରା ହେବା ମାତ୍ରେ, UIDAI ଆପଣଙ୍କ ଆଧାର ନମ୍ବର କିମ୍ବା ଏନରୋଲମେଣ୍ଟ ଆଇଡିର ସୂଚନା ଏସଏମଏସ ଏବଂ ଇମେଲ ଦ୍ବାରା ଉପଲବ୍ଧ ହେବ।

ଆଉ ଆଧାର ନମ୍ବର ମିଳିବା ପରେ ଆପଣ ଇ- ଆଧାର ଡାଉନଲୋଡ କରିପାରିବେ । ଏଥିପାଇଁ ଓ୍ବେବସାଇଟର ‘ଡାଉନଲୋଡ ଆଧାର’ ଅପ୍ସନକୁ ଯାଇ ଆଧାର ନମ୍ବର ଦେଇ ଓଟିପି ଭେରିଫିକେସନ କରନ୍ତୁ ଏବଂ ପିଡିଏଫ ଫର୍ମାଟରେ ଇ- ଆଧାର ଡାଉନଲୋଡ କରନ୍ତୁ। ଏହି ଡିଜିଟାଲ ଆଧାର କାର୍ଡ ମଧ୍ୟ ଫିଜିକାଲ ଆଧାର କାର୍ଡ ଭଳି ମାନ୍ୟ ହୋଇଥାଏ। ଏହି ଭଳି ଭାବରେ ଆପଣଙ୍କୁ ଆଧାର କେନ୍ଦ୍ର ଯିବାକୁ ଆବଶ୍ୟକ ପଡ଼ିବନି।

Also Read: Food କମ୍ପାନୀଙ୍କ ଉପରେ ସରକାରୀ ଲଗାମ, ୮୫୦ ଗ୍ରାମ ଖାଦ୍ୟ ତୈଳ ପ୍ୟାକେଟ୍ ହେଲା ବନ୍ଦ

ଯଦି ଆପଣଙ୍କ ଆଧାରରେ ମୋବାଇଲ ନମ୍ବର ଅପଡେଟ ନାହିଁ କିମ୍ବା ପୁରୁଣା ନମ୍ବର ବନ୍ଦ ହୋଇଛି। ତେବେ ଅନଲାଇନ ନମ୍ବର ରିକଭର କରିବା ସହଜ ହୋଇନପାରେ। ସେଠାରେ ବାୟୋମେଟ୍ରିକ ଭେରିଫିକେସନ ପରେ ମୋବାଇଲ ନମ୍ବର ଅପଡେଟ କରିବା ଜରୁରୀ ହୋଇପାରେ। ଏହା ପରେ ଆପଣ ଅନଲାଇନ ସେବାର ଲାଭ ନେଇପାରିବେ।