ନୂଆଦିଲ୍ଲୀ: 'KGF' ଚଳଚ୍ଚିତ୍ର ସିରିଜର ବ୍ଲକବଷ୍ଟର ସଫଳତା ପରେ ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି କନ୍ନଡ଼ ସୁପରଷ୍ଟାର୍ 'ରକିଂ ଷ୍ଟାର୍' ୟଶ୍। ତାଙ୍କର ବହୁ ପ୍ରତୀକ୍ଷିତ ହାଇ-ଭୋଲ୍ଟେଜ୍ ଆକ୍ସନ୍ ଥ୍ରୀଲର୍ 'ଟକ୍ସିକ୍' (Toxic)ର ଟ୍ରେଲର୍ ଆଜି ରିଲିଜ୍ ହୋଇଛି। ଟ୍ରେଲର୍ ରିଲିଜ୍ ହେବା କ୍ଷଣି ହିଁ ୟୁଟ୍ୟୁବ୍ ଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହେବାରେ ଲାଗିଛି। ଟ୍ରେଲର ଏତେ ଚମତ୍କାର ଏବଂ ଆକ୍ସନରେ ଭରପୂର ରହିଛି ସିନେ ପ୍ରେମୀଙ୍କୁ ନିଶ୍ଚିତ ମସଗୁଲ କରିବ।

ଗୀତୁ ମୋହନ ଦାସଙ୍କ ନିର୍ଦ୍ଦେଶିତ ଏହି ସିନେମାର ଟ୍ରେଲରରେ ଅତ୍ୟାଧୁନିକ ଓ ମାଇଣ୍ଡ-ବ୍ଲୋଇଂ ଆକ୍ସନ୍ ସିକ୍ୱେନ୍ସ ଦେଖିବାକୁ ମିଳିଛି, ଯାହା 'ପୁଷ୍ପା', 'ଏନିମଲ୍' ଏବଂ 'KGF 2' ଭଳି ବ୍ଲକବଷ୍ଟର୍ ସିନେମାର ଆକ୍ସନକୁ ମଧ୍ୟ ପଛରେ ପକାଇ ଦେବ। ଦମଦାର୍ ଆକ୍ସନ୍ ସହ ୟଶଙ୍କ ଆକର୍ଷଣୀୟ ଲୁକ୍, କିଆରା ଆଡଭାନୀ ଓ ତାରା ସୁତାରିଆଙ୍କ ସହ ରୋମାଣ୍ଟିକ୍ କେମିଷ୍ଟ୍ରି ଏବଂ ସସପେନ୍ସ-ଥ୍ରୀଲ୍ କାହାଣୀ ସିନେପ୍ରେମୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି।

ପୂର୍ବରୁ ଘୁଞ୍ଚିଥିଲା ରିଲିଜ ତାରିଖ

ଏହି ସିନେମାଟି ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ପ୍ରେକ୍ଷାଳୟକୁ ଆସିବାର ବୋଲି କୁହାଯାଉଥିଲା। ମାତ୍ର ବକ୍ସ ଅଫିସ୍ କ୍ଲାସ୍ ଓ ଅନ୍ୟାନ୍ୟ କାରଣରୁ ନିର୍ମାତାମାନେ ଏହାର ରିଲିଜ୍ ତାରିଖକୁ ପଛଘୁଞ୍ଚା ଦେଇଥିଲେ। ୨୦୨୨ରେ 'KGF 2'ର ସଫଳତା ପରେ ୟଶଙ୍କର କୌଣସି ସିନେମା ଆସି ନ ଥିବାରୁ, ପ୍ରଶଂସକମାନେ 'ଟକ୍ସିକ୍'ରୁ ବହୁତ ବଡ଼ ଆଶା ରଖିଛନ୍ତି।

ଷ୍ଟାର୍-ଷ୍ଟଡେଡ୍ କାଷ୍ଟ ଓ ରିଲିଜ୍ ଡେଟ୍

ଏହି ବହୁଭାଷୀ ବିଗ୍-ବଜେଟ୍ ସିନେମାରେ ୟଶଙ୍କ ବ୍ୟତୀତ ନୟନତାରା, କିଆରା ଆଡଭାନୀ, ତାରା ସୁତାରିଆ, ହୁମା କୁରୈଶୀ, ରୁକ୍ମିଣୀ ବସନ୍ତଙ୍କ ସହ କିଛି ହଲିଉଡ୍ କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଚଳଚ୍ଚିତ୍ରଟି ଚଳିତ ବର୍ଷ ଅଗଷ୍ଟ ୨୬ରେ ବିଶ୍ୱବ୍ୟାପୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

'ରାମାୟଣ'ରେ ମଧ୍ୟ ନଜର ଆସିବେ ୟଶ

'ଟକ୍ସିକ୍' ବ୍ୟତୀତ ୟଶଙ୍କ ହାତରେ ଆଉ ଏକ ମେଗା ପ୍ରୋଜେକ୍ଟ 'ରାମାୟଣ' ରହିଛି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ପାନ-ଇଣ୍ଡିଆ ସିନେମାରେ ରଣବୀର କପୁର (ରାମ) ଓ ସାଇ ପଲ୍ଲବୀ (ସୀତା)ଙ୍କ ସହ ୟଶ୍ 'ରାବଣ' ଭୂମିକାରେ ଅଭିନୟ କରୁଛନ୍ତି, ଯାହା ୨୦୨୬ ଦୀପାବଳି (୬ ନଭେମ୍ବର) ଅବସରରେ ରିଲିଜ୍ ହେବ।