ଭୁବନେଶ୍ୱର ୨୫।୯: ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୧ ପକ୍ଷରୁ ଶୁକ୍ରବାର ଆୟୋଜିତ ହୋଇଯାଇଛି ବିଶ୍ୱ ଫାର୍ମାସିଷ୍ଟସ ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ ।

ସୋଆ ଉପସଭାପତି କହିଥିଲେ ଯେ, ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟସେବାର ପ୍ରମୁଖ ଅଙ୍ଗ । ତେଣୁ ସେମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ସୁଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି । ତେଣୁ ସେମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ସୁଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି । ବହୁ ବିଭାଗୀୟ ରୋଗୀ ସେବାରେ ଅଧିକ ଅଂଶ ଗ୍ରହଣ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଫାର୍ମାସିଷ୍ଟ ମାନଙ୍କର ଅବଦାନର ଯଥୋଚିତ ସ୍ୱୀକୃତିର ଆବଶ୍ୟକତା ରହିଛି ।