ଜୟପୁର: ଗୋଲାପୀ ସହର ଜୟପୁର । ଐତିହ୍ୟ ଏବଂ ରାଜକୀୟ ହାତୀ ପାଇଁ ସାରା ବିଶ୍ୱରେ ପରିଚିତ। କିନ୍ତୁ ପିଙ୍କ ଫଟୋସୁଟକୁ ନେଇ ସୋସିଆଲ ମିଡିଆରେ ଝଡ଼। ହାତୀର ରଙ୍ଗ ଓ ମୃତ୍ୟୁକୁ ନେଇ ଏ ବିବାଦ। କଥାଟି ହେଲା ଜଣେ ରୁଷ ଫଟୋଗ୍ରାଫର ଜୁଲିଆ ବୁରୁଲେଭା ଏକ ଭିଡିଓ ସେୟାର କରିଥିଲେ। ଯେଉଁ ଭିଡିଓରେ ହାତୀ "ଚଞ୍ଚଳ"ର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଗୋଲାପୀ ରଙ୍ଗରେ ରଙ୍ଗିତ ଦେଖାଯାଇଥିଲା।

ଏହି ଭିଡିଓଟି ଭାଇରାଲ ହେବା ମାତ୍ରେ ଏହାକୁ ନିଷ୍ଠୁରତା ବୋଲି କହିଥିଲେ ବନ୍ୟପ୍ରାଣୀ ପ୍ରେମୀ ସଂଗଠନ। ଫଟୋସୁଟର ଅଂଶ ଥିବା ହାତୀ ଚଞ୍ଚଳର ମୃତ୍ୟୁ ହୋଇଥିବା ଖବର ପ୍ରସାରିତ ହେବା ପରେ ବିବାଦ ଆହୁରି ଘନେଇଲା। ସୋସିଆଲ ମିଡିଆ ଯୁଜର୍ସଙ୍କ ଗୋଟିଏ ପ୍ରଶ୍ନ ଚଞ୍ଚଳର ଜୀବନ ନେଇଛି କି ଗୋଲାପୀ ରଙ୍ଗ ? କିନ୍ତୁ ଏହାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଷ୍ଟମର୍ଟମ୍ ରିପୋର୍ଟ।

ଫଟୋସୁଟ୍ ନା ସ୍ଲୋ ପଏଜନ ?

ଜଣେ ବିଦେଶୀ ଫଟୋଗ୍ରାଫରଙ୍କ ଏହି ଫଟୋଗ୍ରାଫରଙ୍କ ଏହି ଫଟୋଗ୍ରାଫର ପରେ, ଟିଭି ଅଭିନେତ୍ରୀ ରୂପାଲି ଗାଙ୍ଗୁଲିଙ୍କ ସମେତ ଅନେକ ବନ୍ୟପ୍ରାଣୀ ପ୍ରେମୀ ଏହାକୁ କଡ଼ା ସମାଲୋଚନା କରିଥିଲେ। ଦାବି କରିଥିଲେ ଯେ ହାତୀର ସମ୍ବେଦନଶୀଳ ଚର୍ମରେ ରାସାୟନିକ ରଙ୍ଗ ବ୍ୟବହାର କରାଯାଇଥିଲା। ଯେଉଁଥିପାଇଁ ଇନଫେକ୍ସନ ହୋଇଥିଲା।

also read- ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ହେମା, କଙ୍ଗନା, ମିଥୁନଙ୍କ ସହ ଲିଏଣ୍ଡର ପେସ୍, ଦୋହଲାଇ ପାରିବେ କି TMCର ଗଡ଼?

ପୋଷ୍ଟମର୍ଟମ୍ ରିପୋର୍ଟ: ମୃତ୍ୟୁ ପଛରେ ପ୍ରକୃତ ସତ୍ୟ କଣ?

ହାତୀ ଚଞ୍ଚଲର ମୃତ୍ୟୁର ରହସ୍ୟ ଫର୍ଦ୍ଦାଫାଶ କରିବା ପାଇଁ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ପ୍ୟାନେଲ୍ ତଦନ୍ତ କରିଥିଲା। ପୋଷ୍ଟମର୍ଟମ୍ ରିପୋର୍ଟ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି। ରିପୋର୍ଟ ଅନୁଯାୟୀ, ହାତୀ ଚଞ୍ଚଲର ମୃତ୍ୟୁ କୌଣସି ବିଷ କିମ୍ବା ରଙ୍ଗ ସଂକ୍ରମଣ ଯୋଗୁଁ ହୋଇନଥିଲା, ବରଂ ସମ୍ପୂର୍ଣ୍ଣ ପ୍ରାକୃତିକ ଥିଲା। ଚଞ୍ଚଲର ବୟସ ୬୭ ବର୍ଷ ଥିଲା, ହାତୀଙ୍କ ହାରାହାରି ଜୀବନ ତୁଳନାରେ ଏହା ବହୁତ ବୃଦ୍ଧାବସ୍ଥା। ଡାକ୍ତରମାନେ ମୃତ୍ୟୁର କାରଣ କାର୍ଡିଓପଲ୍ୟୁମନାରୀ ଫେଲ୍ୟୁଅର ବୋଲି କହିଛନ୍ତି।

ଚଞ୍ଚଳର ମୃତ୍ୟୁକୁ ନେଇ ଭାବପ୍ରବଣ ହୋଇଛନ୍ତି ହାତୀ ଗ୍ରାମ କମିଟିର ସଭାପତି ବଲ୍ଲୁ ଖାନ ଏବଂ ଚଞ୍ଚଲର ମାଲିକ ସାଦିକ ଖାନ। ଚଞ୍ଚଲ ସେମାନଙ୍କ ପରିବାରର ଅଂଶ ଥିଲେ ଏବଂ ତାଙ୍କ ମୃତ୍ୟୁ ବାର୍ଦ୍ଧକ୍ୟ ହେତୁ ହୋଇଥିଲା, ଅବହେଳା ଯୋଗୁଁ ନୁହେଁ ବୋଲି କହିଛନ୍ତି। ଫଟୋସୁଟ୍ ସମୟରେ କେବଳ ସାଧାରଣ ଗୁଲାଲ ବ୍ୟବହାର କରାଯାଇଥିଲା, ଯାହା ଅଧ ଘଣ୍ଟା ମଧ୍ୟରେ ଧୋଇ ଦିଆଯାଇଥିଲା।