ଉଦଳା ୨୧।୫: ବୁଲା କୁକୁର ପାଇଁ ମହାଭାରତ । ବିଧବା ମହିଳାଙ୍କ ପ୍ରତି ବି ଆସିଲାନି ଦୟା । ଏମିତି କି ଦିବ୍ୟାଙ୍ଗ ଝିଅକୁ ବି ଛାଡ଼ିଲେନି । ବିଧବା ମହିଳା ଓ ଦିବ୍ୟାଙ୍ଗ ଝିଅକୁ ନିର୍ଘାତ ମାଡ଼ ମାରିଲେ, ଏମିତି କି ପଥର ମାଡ଼ ମଧ୍ୟ କରିଲେ । ଶେଷରେ ଦିବ୍ୟାଙ୍ଗ ଝିଅଙ୍କୁ ଧରି ଥାନାର ଦ୍ବାରସ୍ତ ହୋଇଛନ୍ତି ବିଧବା ମହିଳା । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଉର୍ମଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗ୍ରାମର ଜଣେ ବିଧବା ମହିଳା ଫୁଲମଣି ହେମ୍ବ୍ରମ ନିଜ ଦିବ୍ୟାଙ୍ଗ ଝିଅ ସହିତ ଘରେ ରୁହନ୍ତି । ତାଙ୍କ ଘର ବାହାରେ ଥିବା ଏକ ଗଛ ମୂଳରେ ଗୋଟିଏ ବୁଲା କୁକୁର କିଛି ସମୟ ଶୋଇବା ପରେ ଗ୍ରାମ ଆଡକୁ ଯାଇଥିଲେ । ଏହି ସମୟରେ ଗ୍ରାମର ଲୋକ ମାନେ ଆସି ବୁଲା କୁକୁର ପାଳିଛୁ, ଆଉ ସେହି କୁକୁର ଆମ ଛେଳିକୁ ଆକ୍ରମଣ କରୁଛି ବୋଲି କହିଥିଲେ । ଏମିତି କି ଫୁଲମଣି ହେମ୍ବ୍ରମ ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ଏପରି କି ଦିବ୍ୟାଙ୍ଗ ଝିଅକୁ ପଥର ମାଡ଼ ମଧ୍ୟ କରିଥିଲେ । ଯାହା ଫଳରେ ଦିବ୍ୟାଙ୍ଗ ଝିଅଙ୍କ ମୁଣ୍ଡ ଫୁଲି ଯାଇଛି ।

​​​​​​​Also Read:- କୁକୁର ଛେଳିକୁ ଆକ୍ରମଣ କରିବାରୁ ମହିଳାଙ୍କୁ ଦଣ୍ଡ, ପଥର ମାଡ଼ରେ ଫାଟିଲା ଦିବ୍ୟାଙ୍ଗ ଝିଅର ମୁଣ୍ଡ

ତେବେ ଏହାପରେ ଗ୍ରାମବାସୀଙ୍କ ମାଡ଼ରେ ଗୁରୁତର ହୋଇଥିବା ଫୁଲମଣି ନିଜ ଦିବ୍ୟାଙ୍ଗ ଝିଅଙ୍କୁ ମେଡିକାଲରେ ଚିକିତ୍ସା କରାଇଥିଲେ । ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ସେପଟେ କୌଣସି କୁକୁର ସେ ପୋଷି ନାହାନ୍ତି ବୋଲି ଫୁଲମଣି କହିଛନ୍ତି ।