ନୂଆଦିଲ୍ଲୀ, ୧୮/୧୦ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରିଚା ପରାଶର (୨୮) ନାମକ ଜଣେ ମହିଳା ସାମ୍ବାଦିକ ଦିଲ୍ଲୀ ପୁଲିସ ନିକଟରେ ଅପରାଧିକ ମାମଲା ଦାୟର କରିଛନ୍ତି। ସେ ଦିଲ୍ଲୀ ଡିସିପିଙ୍କୁ ଭେଟି ରାହୁଲଙ୍କ ନାମରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଗତ ୧୨ ତାରିଖରେ ସିଇସି ବିରୋଧୀ ଆନ୍ଦୋଳନ ବେଳେ ସୁପ୍ରିମକୋର୍ଟ ନିକଟରେ ସେ ଖବର ସଂଗ୍ରହ କରୁଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହ ଧମକ ଦିଆଯାଇଥିଲା ଏବଂ ତାଙ୍କ ଉପରେ ବଳପ୍ରୟୋଗ କରାଯାଇଥିଲା। ବର୍ତ୍ତମାନ ୩ ମାସର ଗର୍ଭବତୀ ଥିବା ପରାଶର ଅଭିଯୋଗ କରିଛନ୍ତି ଯେ ରାହୁଲ ତାଙ୍କ ହାତକୁ ଧରିଥିଲେ ଏବଂ ଧକ୍କା ଦେଇଥିଲେ। ପରେ ରାହୁଲଙ୍କ ସୁରକ୍ଷାକର୍ମୀ ତାଙ୍କୁ ସେଠାରୁ ତଡି ଦେଇଥିଲେ।

Also Read :- ଶୀତଲା ମାତା ମନ୍ଦିର ଯାଉଥିବା ବେଳେ ମାଡ଼ିଗଲା ଟ୍ରକ୍ ୧୨ ଶ୍ରଦ୍ଧାଳୁ ମୃତ, ୪୦ ଆହତ

ଏହି ଘଟଣା ପରେ ସେ ତଳେ ପଡିଯାଇଥିଲେ । ତାଙ୍କ ହାତର କହୁଣୀରେ ଆଘାତ ଲାଗିବା ସହ ତାଙ୍କ ମୋବାଇଲ ଫୋନ୍ ଭାଙ୍ଗିଯାଇଛି। ଏପରିକି ରାହୁଲ ମଧ୍ୟ ତାଙ୍କ କ୍ୟାମେରାମ୍ୟାନଙ୍କୁ ଠେଲି ଦେଇଥିବା ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଆସିଥିବା ଅଭିଯୋଗ ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏହାକୁ ନେଇ ବିଜେପି ଉଭୟ କଂଗ୍ରେସ ଓ ରାହୁଲଙ୍କୁ କଡା ସମାଲୋଚନା କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି।