ସୋର ୨୦।୧୦ : ଶାରୀଶୁଆ ଗାଁରେ ମିଳିଲା ଯୁବକଙ୍କ ମୃତଦେହ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଡ଼ପୋଖରୀ ପଞ୍ଚାୟତ ଶାରିଶୁଆ ଗାଁରୁ ମିଳିଛି ମୃତଦେହ । ଘର ଠାରୁ ୨ ଶହ ମିଟର ଦୂରରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳେ ଶାରିଶୁଆ ଗାଁର ଗୋବିନ୍ଦ ଦଳେଇଙ୍କ ଘର ପଛ ପଟେ କରୁଣାକର ଜେନାଙ୍କ ସାନପୁଅ ଆରତ ଜେନାଙ୍କ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ସୋମବାର ରାତି ପ୍ରାୟ ୯ଟା ସମୟରେ ଘରେ ଥିଲେ ଆରତ । ହେଲେ ଆଜି ଘର ପଛ ପଟରେ ତାଙ୍କ ମୃତଦେହ ପଡିଛି । ଯାହାକୁ ନେଇ ତୁରନ୍ତ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତାଙ୍କ ଡାହାଣ ହାତର କିଛି ଅଂଶ ଛାଲ ବାହାରି ଯାଇଛି ଓ କାନ ମୂଳ ଫୁଲି ରହିଛି ।

Also Read:-୫୭ ଦିନ ପରେ ଧରାପଡ଼ିଲା ମା’ର ହତ୍ୟାକାରୀ ପୁଅ, ରୋଷେଇ ଘର ସ୍ଲାବ ତଳେ ଲୁଚାଇଥିଲା ମୃତଦେହ !

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ, ବିଦ୍ୟୁତ ତାର ଓ ତାର ହାତୁଡି ଜବତ କରିଛି । ପୋଲିସ ମାମଲା ରୁଜୁ କରି ଗୋବିନ୍ଦ ଓ ତାଙ୍କର ସ୍ତ୍ରୀ ମାମା ଦଳେଇକୁ ଅଟକ ରଖି ତଦନ୍ତ ଜାରି ରହିଛି। ମୃତ ଆର୍ତ୍ତ କୁମାରଙ୍କ କିପରି ମୃତ୍ୟୁ ହେଲା ତାର କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ କିଏ ହତ୍ୟା କରିଛି , ସେନେଇ ତଦନ୍ତ ଚାଲିଛି।