ଭଦ୍ରକ ୧୯।୧: ମେଡିକାଲ ଟଏଲେଟ୍‌ରେ ନବଜାତ ଶିଶୁ । ଫେରାର ହୋଇଗଲା ମା’ । ପରେ ନବଜାତକର ମୃତ୍ୟୁ ହୋଇଥିବା ସୂଚନା । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ତେବେ କିଏ ଏଭଳି କାଣ୍ଡ ଘଟାଇଛି ସେ ନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହିଳା ବିଭାଗର ଜରାରୋଗୀ ୱାର୍ଡର ଟଏଲେଟ୍‌ରେ ନବଜାତ ଶିଶୁ କନ୍ୟାଟି ପଡ଼ିଥିବା ଦେଖିବାକୁ ମିଳିଥିଲା । କେହି ଜଣେ ମହିଳା ଟଏଲେଟ୍‌ରେ ଶିଶୁ କନ୍ୟାଟିକୁ ଜନ୍ମକରି ଛାଡ଼ି ପଳାଇଥିବା ଜଣାପଡିଥିଲା । ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଟଏଲେଟ୍ ଯାଇଥିବା ବେଳେ ନବଜାତ ଶିଶୁ କନ୍ୟାଟିକୁ ଦେଖି ମେଡିକାଲ କର୍ମଚାରୀଙ୍କୁ ଅବଗତ କରିଥିଲେ । ପରେ ଏହି ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିବା ଜଣାପଡିଛି ।

​​​​​​​

ତେବେ ନବଜାତ ଶିଶୁ କନ୍ୟାଟିର ମା’କୁ ଏ ପର୍ଯ୍ୟନ୍ତ ଠାବ କରାଯାଇନାହିଁ । ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଠାରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।