ବାଲେଶ୍ୱର ୧୧।୦୭ : ବାୟା କରୁଛି ସୋସିଆଲ ମିଡିଆ। ରାତାରାତି ଫଲୋର୍ସ ବଢ଼ାଇବା ପାଇଁ ଜଣେ ମହିଳା ନିଖୋଜ ହେବାର ଅଭିନୟ କରୁଥିବା ବେଳେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ବର ଟାଉନ ଥାନାରେ ତାଙ୍କ ସ୍ବାମୀ ଏନେଇ ଏତଲା ଦେଇଛନ୍ତି। ଗୋପାଳଗାଁ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା।

ସଞ୍ଜିତା ନାମକ ଜଣେ ମହିଳା ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରୁ ସଞ୍ଜିତା ନିଖୋଜ ଅଛନ୍ତି। ଏନେଇ ଟାଉନ୍ ଥାନାରେ ଏତଲା ହୋଇଛି। ସଞ୍ଜିତା ସୋସିଆଲ ମିଡିଆରେ ଫଲୋଅର୍ସ ବଢ଼ାଇବା ପାଇଁ ଜାଣିଶୁଣି କେଉଁଆଡେ ଚାଲିଯାଇଥିବା ସନ୍ଦେହ କରୁଛନ୍ତି ତାଙ୍କ ପରିବାର ଲୋକେ। ସଞ୍ଜିତା ବାଲେଶ୍ୱରର ଏକ ଦୋକାନରେ ଚାକିରି କରିବା ସହିତ ନିୟମିତ ସୋସିଆଲ ମିଡିଆରେ ରିଲ୍ସ ବନାନ୍ତି। ସଞ୍ଜିତାଙ୍କ ସାଥୀ କର୍ମଚାରୀଙ୍କ କହିବା ମୁତାବକ ସେ ଜଣେ ଯୁବତୀଙ୍କ ସହ ନିୟମିତ ଫୋନରେ କଥା ହୁଅନ୍ତି।

Also Read:-ଭଡ଼ାରେ ରହୁଥିବା ବେଳେ ଲୁଚାଛପା ପ୍ରେମ, ରାତି ଅଧରେ ମହିଳାଙ୍କ ଘରେ ପଶି ଛେଚା ଖାଇଲେ ପୋଲିସ ବାବୁ !

ସୋସିଆଲ ମିଡିଆରେ ଫଲୋର୍ସ ବଢ଼ାଇବାକୁ ଘରୁ ଆସିବାକୁ ସେ ତାଙ୍କୁ ପରାମର୍ଶ ଦେଇଥିଲେ। ଗତ ୫ ତାରିଖରେ ସଞ୍ଜିତା ସ୍ୱାମୀଙ୍କୁ କିଛି ନକହି ହଠାତ୍ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ସ୍ୱାମୀ ଓ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲେ। ଶେଷରେ ଟାଉନ୍ ଥାନାରେ ଏକ ନିଖୋଜ ଏତଲା ଦାୟର କରାଯାଇଛି। ସହରରେ ଲାଗିଥିବା ସିସିଟିଭି ଫୁଟେଜ୍ ରୁ ଦେଖିବାକୁ ମିଳିଛି ଯେ, ସଞ୍ଜିତା ନିଜ ଘରୁ ବାହାରି ସାଇକେଲ୍ ଯୋଗେ ରେଳ ଷ୍ଟେସନ ଅଭିମୁଖେ ଯାଉଛନ୍ତି। ସଞ୍ଜିତା କେଉଁଆଡ଼େ କାହିଁକି ଗଲେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିବାର ଲୋକେ ଏବେ ଚିନ୍ତାରେ ଥିବାବେଳେ ପୋଲିସର ତଦନ୍ତ କରୁଛି ।