କଟକ ୩୦।୦୫ : କଟକ ଯୋବ୍ରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜୟ କପୀସ ନାମକ ଏକ ଘରୋଇ ବସ୍ ଧକ୍କାରେ ଚାଲିଗଲା ଯୁବତୀଙ୍କ ଜୀବନ । ମୃତ ଯୁବତୀଙ୍କ ନାମ ସ୍ୱାଗତିକା ମହାନ୍ତି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, କଟକ ଯୋବ୍ରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜୟ କପୀସ ନାମ ଏକ ଘରୋଇ ବସ୍ ଧକ୍କାରେ ଚାଲିଗଲା ଯୁବତୀଙ୍କ ଜୀବନ। ସ୍କୁଟିରେ ଯିବା ବେଳେ ଯୁବତୀଙ୍କୁ ପିଟିଲା ବସ୍। ମୃତକ ଯୁବତୀ ଜଣ ସ୍ବାଗତିକା ମହାନ୍ତି ବୋଲି ପରିଚୟ ପତ୍ରରୁ ଜଣାପଡିଛି। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ଉଭୟ ସ୍କୁଟି ଓ ବସ୍ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

Also Read:-GT vs RR: ଲଗାତାର ଦୁଇ ମ୍ୟାଚରେ ବ୍ୟାଟ୍ ଫୋପାଡ଼ି ଆଉଟ୍ ହେଲେ ସୁଦର୍ଶନ, IPLରେ କଲେ ଅଲୋଡା ରେକର୍ଡ