କନ୍ଧମାଳ: ଯୌତୁକ ନିର୍ଯାତନା ଯୋଗୁ ବୋହୂର ମୃତ୍ୟୁ ଘଟଣାରେ ସ୍ୱାମୀ ସମେତ ଶାଶୁ ଶ୍ୱଶୁର ଏବଂ ଦୁଇ ନଣନ୍ଦଙ୍କୁ କଡ଼ା ଦଣ୍ଡ ଶୁଣାଇଛନ୍ତି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍। ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ବିଜୟ ବେହେରାକୁ ୧୦ ବର୍ଷ ଜେଲ୍ ସହ ଜରିମାନା ଏବଂ ଶାଶୁ ଶ୍ୱଶୁର ଓ ଦୁଇ ନଣନ୍ଦଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

ଫୁଲବାଣୀ ଜିଲ୍ଲା ଦୌରା ଜଜ୍ କୋର୍ଟର ସରକାରୀ ଓକିଲଙ୍କ ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁମାଗଡ଼ର ଶଶୀ ଭୂଷଣ ସାହୁଙ୍କ ଝିଅ ୨୦୧୩ରେ ଗଞ୍ଜାମ ବିରିକୋଟ ମହୁଲପାଲିର ବିଜୟ ବେହେରାଙ୍କ ପୁଅ ସୁଶାନ୍ତ ବେହେରାଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ଶ୍ବଶୁର ଘର ଲୋକେ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ତେବେଳେ ୨୦୧୫ ସେପ୍ଟେମ୍ବର ୧ ତାରିଖରେ ବୋହୂ ନିଜ ବାପଘର ଲୋକଙ୍କୁ ଫୋନ କରି ଦେହ ଭଲ ଲାଗୁ ନଥିବା ଜଣାଇଥିଲେ। ଏହା ପରଦିନ ରାତ୍ରରେ ଶଶୁର ଘର ଲାକେ ତାଙ୍କୁ ଅଚେତ ଅବସ୍ଥାରେ ବାପ ଘରେ ଛାଡ଼ି ଦେଇଥିଲେ। ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଗୁମାଗଡ଼ ମେଡିକାଲକୁ ନେଇଥିଲେ। ହେଲେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read: ସହିପାରିଲାନି ରିଜେକ୍ସନ, ପ୍ରେମିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ !

ଏହା ପରେ ମୃତକଙ୍କ ପରିବାର ଲୋକେ ଏନେଇ ସଦର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ସଦର ପୋଲିସ ଏକ ମାମଲା ରୁଜୁ କରି ମହିଳାଙ୍କ ସ୍ୱାମୀ ବିଜୟ ବେହେରା ଏବଂ ଶାଶୁ ଶ୍ୱଶୁର ଓ ଦୁଇ ନଣନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାରେ ସମସ୍ତ ସାକ୍ଷାପ୍ରମାଣ ଆଧାରରେ ମାନ୍ୟବର କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଶୁଣାଇଛନ୍ତି ।