ସତ୍ୟବାଦୀ ୧୮।୩: କିରୋସିନି ଢ଼ାଳି ହୋଇ ନିଆଁରେ ଜଳିଗଲେ ମହିଳା । ପୁରୀ ଜିଲ୍ଲା ବଳଙ୍ଗା ଥାନା କେତକୀ ପାଟଣା ପଂଚାୟତ ଦୁବ ପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । କିରୋସିନ ନିଆଁରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଗାଁର ଭରତ ସାହୁଙ୍କ ପତ୍ନୀ ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଏହା ହତ୍ୟା କି ଆତ୍ମହତ୍ୟା ହୋଇନି ସ୍ପଷ୍ଟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବଳଙ୍ଗା ପୋଲିସ ଓ ପିପିଲି SDPO ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ମୃତକଙ୍କ ବୟସ ୪୧ ବର୍ଷ । ସେ ଗାଁରେ କିଛି ପିଲାଙ୍କୁ ଟ୍ୟୁସନ କରି ସ୍ୱାମୀଙ୍କୁ ସାହାଯ୍ୟ କରନ୍ତି ।

ମହିଳା ଜଣଙ୍କ ଭରତଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଦୁଇ ଝିଅ ଅଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ ସ୍ୱାମୀଙ୍କ ଉପରେ ଅଭିମାନ କରି ଲେଖା ଯାଇଥିବା ହାତଲେଖା ଭାବବିହ୍ବଳ ଚିଠି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଲେଖାଅଛି…

“ଯେଉଁ ମା’ କଥାରେ ପଡି ତୁମେ ମୋତେ ମାରିଲ ଆଉ ଘରେ ସବୁ ଭଙ୍ଗାରୁଜା କଲ,

ସେଇ ମା’ଙ୍କୁ ନେଇ ଶାନ୍ତିରେ ରୁହ ।

ତୁମ ଘରୁ ନୁହେଁ ତୁମ ଜୀବନରୁ ଚାଲି ଯାଉଛି ।

ମୋ ପିଲାଙ୍କ ସହିତ ତୁମେ ଆଉ ତୁମ ମା’ ଖୁସିରେ ରୁହ ।

ଆଗକୁ ଅନୁତାପ କରିବ ରହୁଛି । ଭାବିଲେ ଆଉ କିଛି ନଥିବ ।”

Also Read:- ଖୁସି ଖବର : ବଢ଼ିଲା ଶାଗୁଣା ବଂଶ, ପରିବେଶ ସନ୍ତୁଳନରେ ହେବ ସହାୟକ

ଏହି ଅଭିମାନ ଆଉ କୋହଭରା ହାତ ଲେଖା ଚିଠି ଏବେ ସମସ୍ତଙ୍କୁ ଆଚାର୍ଯ୍ୟ କରୁଛି । ମୃତ ମହିଳାଙ୍କ ସ୍ୱାମୀ ଓ କେତକୀ ପାଟଣା ପଞ୍ଚାୟତ ସମିତି ସଭ୍ୟ ସଫେଇ ଦେଉଛନ୍ତି କି ମହିଳାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ଆଚାର୍ଯ୍ୟ ର କଥା ମୃତ ମହିଳାଙ୍କ ସ୍ୱାମୀ କହୁଛନ୍ତି ମୋର ମୋ ସ୍ତ୍ରୀ ସହ କୌଣସି ଝଗଡା ହୁଏନି କି କିଛି ହୋଇନି । ମୋ ବାପା ଟିକେ ତାଙ୍କୁ ଗାଳି କରିଦିଅନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି ଶେଷ ଚିଠିରେ ସେ ମହିଳା କହିଛନ୍ତି କେବଳ ସ୍ୱାମୀ ଓ ଶାଶୁଙ୍କ କଥା । ଏପଟେ ନୀରବଦ୍ରଷ୍ଟା ସାଜିଛନ୍ତି ଗାଁ ଲୋକେ । କିଛି ବୁଝିବା ଆଗରୁ ଏଭଳି ଘଟଣା ପୁରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି । ମହିଳା ଜଣଙ୍କ ନିଆଁରେ ପୋଡିଯାଉଥିବା ବେଳେ ପାଣି ପକାଇ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ଗାଁ ଲୋକ କିନ୍ତୁ ଭୟରେ କେହି ମେଡିକାଲ ନେଇନଥିଲେ କି ପୋଲିସକୁ ସୂଚନା ଦେଇନଥିଲେ । ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ମେଡିକାଲ ପଠାଇସାରିଛି ।