ବାରଙ୍ଗ ୧୮।୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଦୀର୍ଘ ୧୪ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ବଡ଼ ସଫଳତା ମିଳିଛି । ଗତ ୧୧ ତାରିଖରେ ଏକ ଲମ୍ବା ଥଣ୍ଟିଆ ଶାଗୁଣା ଅଣ୍ଡାରୁ ଛୁଆ ବାହାରିଛି । ଏହି ଛୁଆ ଜନ୍ମ ହେବା ପରେ ଶାଗୁଣା ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । 

ନନ୍ଦନକାନନର ବଟାନିକାଲ ଗାର୍ଡେନ ପଛପଟେ ୨୦୧୨ ମସିହାରେ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଥିଲା । ୨୦୧୮ ମସିହାରେ ଗ୍ବାଲିଅର ଚିଡିଆଖାନାରୁ ୬ ହଳ ଲମ୍ବା ଥଣ୍ଟିଆ ଶାଗୁଣା ଅଣାଯାଇଥିଲା । ବହୁବାର ଶାଗୁଣା ମାନଙ୍କ ମଧ୍ୟରେ ମିଳନ କରାଯାଇ ଥିଲେ ମଧ ସଫଳତା ପୂର୍ବକ ଅଣ୍ଡାରୁ ଛୁଆ ବାହାରି ନଥିଲେ । ଛୁଆ ବାହାରିଥିଲେ ମଧ୍ୟ ମୃତ୍ୟୁ ହୋଇଥିଲା ।

  • ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ଅଣ୍ଡାରୁ ବାହାରିଲା ଛୁଆ
  • ଶାଗୁଣା ସଂଖ୍ୟା ୧୧କୁ ବୃଦ୍ଧି
  • ୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶାରୁ ଶାଗୁଣା ବଂଶ ଲୋପ ପାଇଯାଇଥିଲା
  • ଶାଗୁଣା ବଂଶ ବୃଦ୍ଧି ପାଇଁ ୨୦୧୨ ମସିହାରେ ନନ୍ଦନକାନନରେ ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା
  • ୨୦୧୮ ଗ୍ବାଲିଅର ଚିଡିଆଖାନାରୁ ୬ ହଳ ଶାଗୁଣା ଆସିଥିଲା

ଗତ ୨୦୨୫ ଡିସେମ୍ବରରୁ ୨୦୨୬ ଜାନୁଆରୀ ପର୍ଯ୍ୟନ୍ତ କେ-୪୨ ଅଣ୍ଡିରା ଓ କେ-୪୬ ମାଈ ଶାଗୁଣାକୁ ମିଳନ କରାଯାଇଥିଲା । ଜାନୁଆରୀ ୧୬ ତାରିଖରେ ମାଈ ଶାଗୁଣା ଗୋଟିଏ ଅଣ୍ଡା ଦେଇଥିଲା । ସେଥିରୁ ଗତ ୧୧ ତାରିଖରେ ଏକ ଛୁଆ ବାହାରିଛି । ବର୍ତ୍ତମାନ ଛୁଆ ଉପରେ ସିସିଟିଭି ମାଧ୍ୟମରେ ୨୪ ଘଣ୍ଟିଆ ନଜର ରଖାଯାଇଛି ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ବାବଧାନରେ ଦରକାରୀ ଚିକିତ୍ସା କରାଯାଉଛି । ଦୁଇ ଶାଗୁଣା ଜନ୍ମିତ ଶାବକର ଯତ୍ନ ନେଉଥିବା ସିସିଟିଭିରେ ଦେଖିବାକୁ ମିଳିଛି ।

Also Read:- Devi tripathy on show cause: ବିଜେଡିରେ ଦେବୀ ବିସ୍ଫୋରଣ, କହିଲେ ଯାହା ଠିକ୍ ସେୟା କରିଛି

୧୯୯୯ ମସିହା ମହାବାତ୍ୟା ପରଠାରୁ ଓଡ଼ିଶାରେ ଶାଗୁଣା ବଂଶ ଲୋପ ପାଇଯାଇଥିଲା । ଶାଗୁଣା ବଂଶ ବୃଦ୍ଧି କରାଯାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଛଡାଯିବ । ଫଳରେ ପରିବେଶ ସନ୍ତୁଳନରେ ସହଯୋଗ ହୋଇପାରିବ । ଶାଗୁଣା ପରିବେଶ ପାଇଁ ବହୁ ହିତକର ପକ୍ଷୀ । ଶାଗୁଣା ଏକା ଥରକେ ୧୦ରୁ ୨୦ କେଜି ପର୍ଯ୍ୟନ୍ତ ମାଂସ ଖାଇ ଅଳ୍ପ ମଳ ତ୍ୟାଗ କରିଥାନ୍ତି । ଶାଗୁଣା ବଂଶ ଲୋପ ପାଇବା ପରେ ଏବେ ସବୁଠି କୁଢ଼ କୁଢ଼ ମଇଳା ଦେଖିବାକୁ ମିଳୁଛି । ଶାଗୁଣା ବଂଶ ବୃଦ୍ଧି ହେବା ପରେ ଏସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଛି ।