ମୁମ୍ବାଇ, ୨୩।୦୭: ମହାରାଷ୍ଟ୍ରରେ ଜୁଲା୨୬ (ରବିବାର)ରେ ବିଶାଳ ଶୋଭାଯାତ୍ରା ହେବାକୁ ଯାଉଛି । ଛାତ୍ରଙ୍କ ସମର୍ଥନରେ ମହାରାଷ୍ଟ୍ର ନବନିର୍ମାଣ ସେନା ଏବଂ ଶିବସେନା (ୟୁବିଟି) ମିଳିତ ଭାବରେ ଶୋଭାଯାତ୍ରା କରିବେ ।  ଏନେଇ ଏମଏନଏସ୍‌ ମୁଖ୍ୟ ରାଜ ଠାକରେ ଘୋଷଣା କରିଛନ୍ତି । ଠାକରେ ବ୍ରଦର୍ସ ଛାତ୍ରଙ୍କ ସମର୍ଥନରେ ଏହି ରାଲି କରିବା ସହ କେନ୍ଦ୍ରର ବିଜେପି ସରକାର ବିରୋଧରେ ଭାଇ-ଭାଇ ମଧ୍ୟରେ ଏକତା ପ୍ରଦର୍ଶନ କରିବାକୁ ଯୋଜନା ରଖିଥିବା ନେଇ ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ତେବେ ଏହି ରାଲିକୁ କୌଣସି ଅସାମାଜିକ ତତ୍ତ୍ବ ଭଣ୍ଡୁର  କରିବାକୁ ଚେଷ୍ଟା କଲେ, ସେମାନଙ୍କୁ ବାଡ଼େଇବୁ ବୋଲି ସିଧାସଳଖ ଧମକ ଦେଇଛନ୍ତି ରାଜ ଠାକରେ । 

ଶିବାଜୀ ପାର୍କରୁ ସିଦ୍ଧିବିନାୟକ ମନ୍ଦିର ଯାଏଁ ହେବାକୁ ଥିବା ଏହି ରାଲିରେ ଯୋଗ ଦେବାକୁ କଂଗ୍ରେସ ଏବଂ ଶରଦ ପାଓ୍ବାରଙ୍କ ଏନସିପିକୁ ଆହ୍ବାନ କରିଛନ୍ତି ଠାକରେ ବ୍ରଦର୍ସ । ଏହା ସହ ରାଲିରେ ଯୋଗ ଦେବାକୁ ଥିବା ସମର୍ଥକଙ୍କୁ କୌଣସି ଦଳୀୟ ପତାକା ବଦଳରେ ହାତରେ ତ୍ରିରଙ୍ଗା ଧରିବାକୁ କହିଛନ୍ତି ରାଜ ଠାକରେ । ମାର୍ଚ୍ଚରେ ଯୋଗ ଦେବାକୁ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଦ୍ଧବ ଠାକରେ । 

ସାମ୍ବାଦିକ ସମ୍ମିଳନୀରେ ରାଜ ଠାକରେ କହିଛନ୍ତି ଯେ, ଯିଏ ବି ଉପଦ୍ରବ କରିବ ତାକୁ ସେମାନେ ମାଟିରେ ମିଶାଇଦେବେ । ଶୋଭାଯାତ୍ରା ଜୁଲାଇ ୨୬ ତାରିଖରେ ଅନୁଷ୍ଠିତ ହେବ । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ ଠାକରେ କହିଛନ୍ତି ଯେ, କେନ୍ଦ୍ର ସରକାର ଛାଚ୍ରଛାତ୍ରୀଙ୍କୁ ଅମାନବୀୟ ଭାବେ ଆକ୍ରମଣ କରିଛନ୍ତି । ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ । ବିଜେପି ଯେବେ ବିରୋଧୀ ଦଳରେ ଥିଲା ସେମାନେ ଆନ୍ଦୋଳନ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ ।

ସେ ଆହୁରି କହିଛନ୍ତି ଯେ, ଜୁଲାଇ ୨୬ରେ ଛାତ୍ରଙ୍କ ସମର୍ଥନରେ ସେମାନେ ଶୋଭାଯାତ୍ରା କରିବେ । ଯଦି ଏଥିରେ କିଛି ଅଘଟଣ ହେଲା ତାହାଲେ ଅଘଟଣ ଘଟାଇଥିବା ବ୍ୟକ୍ତିଙ୍କୁ ମାଡ ମରାଯିବ । ଦିଲ୍ଲୀରେ ସେମାନେ ଯେପରି କଲେ ମହାରାଷ୍ଟ୍ରରେ ବି କରିବେ । ତେଣୁ ଏପରି ଅଘଟଣ ଘଟାଉଥିବା ବ୍ୟକ୍ତି ପ୍ରଦର୍ଶନରୁ ଦୂରରେ ରହିବା ଦରକାର । ଦିନକୁ ଦିନ ଛାତ୍ରଙ୍କ ପ୍ରତି ସମର୍ଥନ ବଢୁଛି । ସରକାର ଭୟରେ ଅଛନ୍ତି । ଏହାସହ ପୋଲିସକୁ ମଧ୍ୟ ସଠିକ୍ ଭାବେ କାର୍ଯ୍ୟ କରିବାକୁ ସେ କହିଛନ୍ତି ।

Also Read :- ଜେଲଦଣ୍ଡରୁ ବର୍ତ୍ତିବାକୁ ନିଜ କବର ଖୋଳି ମୃତ୍ୟୁର ନାଟକ !

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ମୁମ୍ବାଇରେ ଛାତ୍ରଙ୍କ ସମର୍ଥନରେ ଆନ୍ଦୋଳନ ହୋଇଥିଲା । ଯନ୍ତରମନ୍ତରରେ ଘଟିଥିବା ପ୍ରସଙ୍ଗକୁ ନେଇ ରାଜ୍ୟରେ ମଧ୍ୟ ଆନ୍ଦୋଳନ କରାଯାଇଥିଲା । ତେବେ ଜୁଲାଇ ୨୬ରେ ମହାରାଷ୍ଟ୍ରରେ ହେବାକୁ ଥିବା ଏହି ଛାତ୍ର ସମର୍ଥିତ ରାଲିକୁ ନେଇ ଚର୍ଚ୍ଚା । ସେପଟେ ଠାକରେ ଭାଇ ଏକାଠି ଏହି ରାଲି କରିବାକୁ ଘୋଷଣା କରିଥିବା ବେଳେ, ଏହା କେତେ ଫଳପ୍ରଦ ହୋଇପାରିବ ତା ଉପରେ ରହିବ ଦେଶର ନଜର ।