ଭୁବନେଶ୍ୱର ୨୦।୧୦ : ଭୁବନେଶ୍ୱର ଡିସିପିଙ୍କ କଡ଼ା ନିର୍ଦ୍ଦେଶ । ଏଥର ଭୁବନେଶ୍ୱରରେ ହେବାକୁ ଥିବା ଭସାଣ ଶୋଭାଯାତ୍ରାରେ ଡିଜେ ବାଜିବନି । ମଣ୍ଡପରୁ ବାହାରିଲା ବେଳେ କେହି ଡିଜେ ଗାଡି ନେଇ ପାରିବେନି ବୋଲି ଡିସିପି ସୂଚନା ଦେଇଛନ୍ତି ।

ଗୁରୁବାର ମହାମାୟାଙ୍କ ଭସାଣ ଉତ୍ସବ । ତେବେ ଭସାଣି ଉତ୍ସବ ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହିକ୍ରମରେ ଭୁବନେଶ୍ୱର ଡିସିପି ପ୍ରେସମିଟ୍ କରି ବଡ଼ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି ଯେ, ମଣ୍ଡପରୁ ବାହାରିଲା ବେଳେ କେହି ଡିଜେ ଗାଡ଼ି ନେଇ ପାରିବେନି । ରାତି ୧୦ଟା ପରେ ଲାଉଡ ମ୍ୟୁଜିକ୍ ବାରଣ କରିଛନ୍ତି ସୁପ୍ରିମକୋର୍ଟ । ଯଦି କେହି ଏହାକୁ ଅମାନ୍ୟ କରନ୍ତି ଫୌଜଦାରୀ ମାମଲା କରାଯିବ । ଆଇନଶୃଙ୍ଖଳା ପାଇଁ ୪୮ ପ୍ଲାଟୁନ୍ ପୋଲିସ ମୁତୟନ ରହିବେ ।

Also Read:-୫୭ ଦିନ ପରେ ଧରାପଡ଼ିଲା ମା’ର ହତ୍ୟାକାରୀ ପୁଅ, ରୋଷେଇ ଘର ସ୍ଲାବ ତଳେ ଲୁଚାଇଥିଲା ମୃତଦେହ !

ସେହିପରି ୯ଟି ସ୍ଥାନରେ ରାବଣ ପୋଡ଼ି ପାଇଁ ଅନୁମତି ପ୍ରଦାନ କରାଯାଇଛି । ଅନୁମତି ପ୍ରଦାନ କରାଯାଇଥିବା ସ୍ଥାନରେ ରାବଣ ପୋଡି ହେବ, ଯଦି ଅନ୍ୟ କୌଣସି ସ୍ଥାନରେ ବିନା ଅନୁମତିରେ ରାବଣ ପୋଡି ହେଉଥିବା, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।