ନୂଆଦିଲ୍ଲୀ: ସଂସଦରେ ପରିସୀମନ ଓ ସମ୍ବିଧାନ ସଂଶୋଧନ ବିଲ୍ କୁ ନେଇ କେନ୍ଦ୍ର ସରକାର ଓ ବିରୋଧୀ ଦଳଙ୍କମଧ୍ୟରେ ବିବାଦ ବଢିବାରେ ଲାଗିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ଏହାର ଜବାବରେ ଖଡଗେଙ୍କୁ ପତ୍ର ଲେଖିଛନ୍ତି। ରିଜିଜୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ପରିସୀମନ ସଂଶୋଧନ ବିଚାର ପୂର୍ବରୁ ଆପଣ ସର୍ବଦଳୀୟ ବୈଠକ ଦାବି କରିଥିଲେ। ମୁଁ ଏହି ବିଷୟରେ ଆପଣଙ୍କୁ ସରକାରଙ୍କ ଉଦ୍ୟମ ସମ୍ପର୍କରେ ତଥ୍ୟ ଦେଉଛି।

ପତ୍ରରେ ସଂସଦ ସ୍ଥଗନ କରା ନଯିବାର କାରଣ ସମ୍ପର୍କରେ ସୂଚିତ କରାଯାଇଛି
କିରେଣ ରିଜିଜୁ ତାଙ୍କ ପତ୍ରରେ ପ୍ରଥମେ ସଂସଦ ସ୍ଥଗିତ ନ କରାଯିବାର କାରଣ ସମ୍ପର୍କରେ ସଫେଇ ଦେଇଛନ୍ତି। କହିଛନ୍ତି ଏହା କୌଣସି ସାମ୍ବିଧାନିକ ଆବଶ୍ୟକତା ନୁହେଁ ଯେ ସଦନକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯିବା ପରେ କେତେ ସମୟ ସ୍ଥଗିତ ରହିବ ତାହା ନିରୂପଣ ହେବ। କେବଳ ଏତିକି ସମୟ ପର୍ଯ୍ୟନ୍ତ ସ୍ଥଗିତ ନ ହେବା କୌଣସି ସାମ୍ବିଧାନିକ ଅନିୟମିତତା ନୁହେଁ। ଏହା ପୂର୍ବରୁ ଖଡଗେ ତାଙ୍କ ଚିଠିରେ ସଂସଦକୁ ୬୪ ଦିନ ହେଲା ସ୍ଥଗିତ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରୋରୋଗ କରାଯାଇ ନଥିବାର ସୂଚିତ କରିଥିଲେ।

ଡିଲିମିଟେସନ ଆମେଡମେଣ୍ଟ ବିଧେୟକ ପାଇଁ ବାରମ୍ବାର ମଗା ଯାଉଛି ସହଯୋଗ
ରିଜିଜୁ ତାଙ୍କ ପତ୍ରରେ କହିଛନ୍ତି ଯେ ସରକାର ଡି ଲିମିଟେସନ ଆମେଡମେଣ୍ଟ ବିଲ୍ ପାଇଁ ଲଗାତାର ବିରୋଧୀ ଦଳଙ୍କ ସହଯୋଗ କାମନା କରୁଛନ୍ତି। ମୁଁ ଆପଣଙ୍କୁ ୧୬ ମାର୍ଚ୍ଚ, ୨୬ ମାର୍ଚ୍ଚ ଓ ୧୨ ଏପ୍ରିଲ ୨୦୨୬ରେ ଏ ନେଇ ପତ୍ର ଲେଖିଥିଲି। ଲିଖିତ ଆଲୋଚନା ବ୍ୟତୀତ ମୁଁ ଆପଣଙ୍କ ସହ ବ୍ୟକ୍ତିଗତ କଥାବାର୍ତ୍ତା ମଧ୍ୟ ହୋଇଛି ଓ ସହଯୋଗ ମାଗିଛି। ଗତ ମୌସୁମୀ ଅଧିବେଶନ କାଳରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟି ପ୍ରସଙ୍ଗରେ ତାଙ୍କ ସହଯୋଗ କାମନା କରିଥିଲି।

ବାରମ୍ବାର ଅନୁରୋଧ ପରେ ବି ବିରୋଧୀ ଚୁପ୍
କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ବାରମ୍ବାର ଏଥି ପାଇଁ ଅନୁରୋଧ ପରେ ବି କଂଗ୍ରେସ ଚର୍ଚ୍ଚା ପାଇଁ କୌଣସି ତାରିଖ ଦେଉ ନାହିଁ। ଏହା ପରେ ଡିଏମକେ, ସପା, ୱାଇଏସଆରସିପି, ଏନସିପି(ଶରଦ), ଶିବସେନା(ୟୁବିଟି), ଏଆଇଏମଆଇଏମ ଓ ବିଜେଡି ସହିତ କିଛି ଅନ୍ୟ ଦଳଙ୍କ ସହ ମଧ୍ୟ ପରାମର୍ଶ କରାଯାଇଛି। ଏଣୁ ବୁଝି ପାରୁନି ବାରମ୍ବାର ପରାମର୍ଶ ଦାବି କାହିଁକି କରାଯାଛି? କାରଣ ସରକାର ପୂର୍ବରୁ ଲଗାତାର ପ୍ରୟାସ କରିଛନ୍ତି, ଏଣୁ ଏବେ ବିରୋଧୀଙ୍କ ଠାରୁ ରଚନାତ୍ମକ ସହଯୋଗ କାମନା କରାଯାଉଛି। ପତ୍ର ଶେଷରେ ସେ ଆଶା ବ୍ୟକ୍ତ କରିଛନ୍ତି ଯେ କଂଗ୍ରେସ ରଚନାତ୍ମକ ଭୂମିକା ନିର୍ବାହ କରିବ ଓ ଗୁରୁତ୍ୱପୂର୍ଣ୍ଣ ଆଇନ ରାସ୍ତାରେ ବାଧା ହେବ ନାହିଁ।