Kshudiram Tuduଶନିବାର କୋଲକାତାର ଐତିହାସକ ପରେଡ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ, ତାଙ୍କ ସାଂଗରେ ଶପଥ ନେଇଛନ୍ତି ତାଙ୍କ କ୍ୟାବିନେଟ ମନ୍ତ୍ରୀ। ହେଲେ ସମସ୍ତଙ୍କ ନଜର ଅଟକିଥିଲା ଭାରତୀୟ ଜନତା ପାର୍ଟି ନେତା କ୍ଷୁଦିରାମ ଟୁଡୁଙ୍କ ଉପରେ। ଯିଏକି ଶନିବାର ଶୁଭେନ୍ଦୁଙ୍କ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ଖୁଦୀରାମ ପଶ୍ଚିମବଙ୍ଗ ବିଜେପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି, ଆଦିବାସୀଙ୍କ ମଧ୍ୟରେ ଜଣେ ପ୍ରମୁଖ ନେତା ଭାବରେ ସେ ଉଭା ହୋଇଛନ୍ତି। ଖୁଦୀରାମଙ୍କ ସହିତ ଅନ୍ୟ ୫ ଜଣ ଶପଥ ଗ୍ରହଣ କରିଥିଲେ। ଅଗ୍ନିମିତ୍ର ପାଲ ଏବଂ ଦିଲୀପ ଘୋଷ ମଧ୍ୟ କ୍ୟାବିନେଟର ସାମିଲ୍ ହୋଇଛନ୍ତି। ନିଶିଥ ପ୍ରାମାଣିକ ଏବଂ ଅଶୋକ କୀର୍ତ୍ତନା ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଖୁଦୀରାମ ଟୁଡୁ କିଏ?

କ୍ଷୁଦିରାମ ଟୁଡୁ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜଣେ ଆଦିବାସୀ ନେତା। ସେ ଜଙ୍ଗଲମଜାଲର ଏକ ଆଦିବାସୀ ବହୁଳ ନିର୍ବାଚନମଣ୍ଡଳୀ, ରାଣୀବନ୍ଧ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି। ତାଙ୍କୁ ବଙ୍ଗଳାର ଜଣେ ପ୍ରମୁଖ ଆଦିବାସୀ ନେତା ଭାବରେ ବିବେଚନା କରାଯାଏ। ସେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଣୀଗଞ୍ଜ ଆସନରୁ ୫୨,୦୦୦ ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

Also Read- Xରେ ମମତା ଓ ଅଭିଷେକ ବାନାର୍ଜୀଙ୍କୁ Unfollow କଲା କୋଲକାତା ପୋଲିସ୍, ମୋଦି ଓ ଅମିତ ଶାହଙ୍କୁ Follow କଲା

୫୫ ବର୍ଷୀୟ ଖୁଦୀରାମ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ବେଳେ ସେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ। ଟୁଡୁ ଆଦିବାସୀ ଅଧ୍ୟୁଷିତ ବାଙ୍କୁରା ବେଲ୍ଟର ଏକ ଅନୁସୂଚିତ ଜନଜାତି-ସଂରକ୍ଷିତ ଆସନ ରାଣୀବନ୍ଧ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି। ବେଙ୍ଗଲ ନିର୍ବାଚନରେ ଏହି ଆସନ ଆଦିବାସୀ ଭୋଟ୍ କ୍ଷେତ୍ରରେ ଏକ ବଡ଼ ଗୁରୁତ୍ୱ ରଖେ।। ବିଜେପି ଟୁଡୁଙ୍କୁ ସାମିଲ କରି ପଶ୍ଚିମ ବଙ୍ଗର ଏକ ବଡ଼ ଭାଗ, ରାଜ୍ୟରେ ଜନଜାତିଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି। ଟୁଡୁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ଆଦିବାସୀଙ୍କ ବିଶ୍ୱାସ ଭାଜନ ହେବାକୁ ଚେଷ୍ଟା କରୁଛି।

ନିର୍ବାଚନୀ ଶପଥପତ୍ର ଅନୁଯାୟୀ, ଟୁଡୁଙ୍କ ଶିକ୍ଷାଗତ ଯୋଗ୍ୟତାରେ ସେ ସ୍ନାତକ କରିଛନ୍ତି। ଏବଂ ତାଙ୍କର ପ୍ରାୟ ୨୩ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି। ସରକାରୀ ବିବରଣୀ ଅନୁଯାୟୀ, ଆଦିବାସୀ ପ୍ରାର୍ଥୀଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ।