ନୂଆଦିଲ୍ଲୀ: ଦୁଇଚକିଆ ଯାନ ବଜାରରେ ନିଜର ୩୫୦ ସିସି ସେଗମେଣ୍ଟକୁ ଆହୁରି ସୁଦୃଢ଼ କରିବାକୁ ହଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜର ଅପଡେଟେଡ୍ ୨୦୨୬ CB350 ରେଞ୍ଜର ନୂଆ ମଡେଲ ଲଞ୍ଚ କରିବା ସହ ଦାମ ଘୋଷଣା କରିଛି। ନୂଆ ଲାଇନ୍ଅପ୍‌ରେ CB350, CB350C ଏବଂ CB350RS ଲଞ୍ଚ ହୋଇଛି। ଏହି ରେଞ୍ଜର ପ୍ରାରମ୍ଭିକ ମୂଲ୍ୟ ୧.୯୫ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍) ରଖାଯାଇଛି।

ନୂଆ ଲାଇନ୍ଅପ୍ରେ ହୋଣ୍ଡା ପକ୍ଷରୁ ଏକ ନୂଆ ଏଣ୍ଟ୍ରି-ଲେଭଲ୍ ଏସଟିଡି ଭାରିଆଣ୍ଟ ଯୋଡ଼ାଯାଇଛି। ଏଥିସହ ପୂର୍ବରୁ ବ୍ୟବହୃତ ‘H’ness’ ନାମକୁ ହଟାଇ CB350 ନାମକୁ ଅଧିକ ସରଳ କରାଯାଇଛି। ପୂର୍ବର H’ness ମଡେଲ୍କୁ ଏବେ ଟପ୍ ଭାରିଆଣ୍ଟ ଭାବେ CB350 Chrome ନାଁ ଦିଆଯାଇଛି।

ତିନି ଭାରିଆଣ୍ଟରେ CB350

ଅପଡେଟେଡ୍ Honda CB350 ତିନିଟି ଟ୍ରିମ୍‌ରେ ଉପଲବ୍ଧ ହେବ। ଏହାର ଏସଟିଡି ଭାରିଆଣ୍ଟର ଦାମ ୧,୯୫,୨୦୦ ଟଙ୍କା, ଡିଏଲଏକ୍ସ ଭାରିଆଣ୍ଟର ଦାମ ୧,୯୭,୯୦୦ ଟଙ୍କା ଏବଂ ଟପ୍ CB350 Chrome ର ଦାମ ୧,୯୯,୯୦୦ ଟଙ୍କା ରଖାଯାଇଛି। ସେହିପରି CB350C କ୍ରୁଜର ମଡେଲ୍ ମଧ୍ୟ ତିନୋଟି ଭାରିଆଣ୍ଟରେ ଆସିଛି। ଏହାର ଏସଟିଡି ଦାମ ୨,୦୦,୩୦୦ ଟଙ୍କା, ଡିଏଲଏକ୍ସ ଦାମ ୨,୦୨,୭୦୦ ଟଙ୍କା ଏବଂ ସ୍ପେଶାଲ ଏଡିସନ ଭାରିଆଣ୍ଟର ଦାମ ୨,୦୪,୭୦୦ ଟଙ୍କା ରହିଛି।

ସ୍ପୋର୍ଟି ଲୁକ୍ ପାଇଁ ପରିଚିତ CB350RS ଦୁଇଟି ଭାରିଆଣ୍ଟରେ ମିଳିବ। ଏସଟଡି ଭାରିଆଣ୍ଟର ଦାମ ୧,୯୯,୯୦୦ ଟଙ୍କା ଏବଂ ଡିଏଲଏକ୍ସ ଭାରିଆଣ୍ଟର ଦାମ ୨,୦୨,୫୦୦ ଟଙ୍କା ରହିଛି। ଆରଏସ ଡିଏଲଏକ୍ସ ଭାରିଆଣ୍ଟରେ ନୂଆ ପର୍ଲ ସାଇରନ୍ ବ୍ଲୁ ରଙ୍ଗ ମଧ୍ୟ ଯୋଡ଼ାଯାଇଛି। ଅନ୍ୟ ରଙ୍ଗଗୁଡ଼ିକରେ ମଧ୍ୟ ଷ୍ଟିକରିଂରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ଇଞ୍ଜିନ୍ରେ ବଡ଼ ପରିବର୍ତ୍ତନ ନାହିଁ

୨୦୨୬ CB350 ରେଞ୍ଜରେ ମେକାନିକାଲ୍ ଭାବେ ବଡ଼ ପରିବର୍ତ୍ତନ କରାଯାଇନାହିଁ। ଏଥିରେ ପୂର୍ବଭଳି ୩୪୮.୩୬ ସିସି, ଏୟାର୍-କୁଲ୍ଡ, ସିଙ୍ଗଲ୍-ସିଲିଣ୍ଡର ଇଞ୍ଜିନ୍ ମିଳିବ। ଏହି ଇଞ୍ଜିନ୍ ପ୍ରାୟ ୨୦.୭ରୁ ୨୦.୮ bhp ପାୱାର ଏବଂ ୩୦ Nm ଟର୍କ ଉତ୍ପାଦନ କରେ। ଇଞ୍ଜିନ୍ ସହିତ ୫-ସ୍ପିଡ୍ ଗିୟରବକ୍ସ ଏବଂ ଆସିଷ୍ଟ-ଆଣ୍ଡ-ସ୍ଲିପର୍ କ୍ଲଚ୍ ଦିଆଯାଇଛି।

ସୁରକ୍ଷା ଏବଂ କନେକ୍ଟିଭିଟି ଫିଚର୍ରେ ମଧ୍ୟ ଏହି ରେଞ୍ଜରେ ଡୁଆଲ୍-ଚ୍ୟାନେଲ୍ ଏବିଏସ, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ବା ସିଲେକ୍ଟେବଲ ଟର୍କ କଣ୍ଟ୍ରୋଲ, ଅଲ୍-ଏଲଇଡି ଲାଇଟିଂ ଏବଂ Honda RoadSync ସ୍ମାର୍ଟଫୋନ୍ କନେକ୍ଟିଭିଟି ଷ୍ଟାଣ୍ଡାର୍ଡ ଭାବେ ରହିଛି।

CB350C ରେ ଆନାଲଗ୍-ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍ ସହ ଭଏସ୍-କଣ୍ଟ୍ରୋଲ୍ ସପୋର୍ଟ ଦିଆଯାଇଛି। ଅନ୍ୟପଟେ CB350 ଏବଂ CB350RS ରେ ଅଧିକ ଡିଜିଟାଲ୍-ଓରିଏଣ୍ଟେଡ୍ ଇନଷ୍ଟ୍ରୁମେଣ୍ଟ ସେଟ୍ଅପ୍ ମିଳୁଛି।

କେବେ ମିଳିବ ବାଇକ୍?

Honda CB350RS ଏବେ ଠାରୁ ଉପଲବ୍ଧ ହେବ। ଅନ୍ୟପଟେ CB350 ଏବଂ CB350C ଅକ୍ଟୋବର ମାସରୁ ଡିଲର୍ଶିପ୍ରେ ପହଞ୍ଚିବ। ଗ୍ରାହକମାନେ ହଣ୍ଡାର ଅଫିସିଆଲ୍ ୱେବସାଇଟ୍ କିମ୍ବା ବିଗୱିଙ୍ଗ ଡିଲର୍ଶିପ୍ ମାଧ୍ୟମରେ ବୁକିଂ କରିପାରିବେ। ବୁକିଂ ପାଇଁ ୫,୦୦୦ ଟଙ୍କା ଟୋକନ୍ ରାଶି ରଖାଯାଇଛି। ହୋଣ୍ଡାର ନୂଆ ମୋଟରସାଇକେଲଗୁଡିକର ମାଇଲେଜ୍ ୩୫- ୪୧ କିଲୋମିଟର ମଧ୍ୟରେ ରହିପାରେ।

ନୂଆ ଏଣ୍ଟ୍ରି-ଲେଭଲ୍ ଏସଟିଡି ଭାରିଆଣ୍ଟ ମାଧ୍ୟମରେ CB350 ରେଞ୍ଜକୁ ଅଧିକ ସୁଲଭ କରିବା ସହିତ ଭାରିଆଣ୍ଟ ନାମକରଣକୁ ସରଳ କରିବା ଉପରେ ହୋଣ୍ଡା ଗୁରୁତ୍ୱ ଦେଇଛି। ଦାମ ଓ ମଡେଲ୍ ଅନୁସାରେ ଏହି ରେଞ୍ଜ Royal Enfield Classic 350, Hunter 350 ଏବଂ Jawa 42 ଭଳି ୩୫୦ ସିସି ବାଇକ୍ ସହ ପ୍ରତିଯୋଗିତା କରିବ। CB350C କ୍ରୁଜର୍ ଏବଂ CB350RS ସ୍କ୍ରାମ୍ବଲର୍-ଷ୍ଟାଇଲ୍ ବିକଳ୍ପ ଭାବେ ଗ୍ରାହକଙ୍କୁ ଅଲଗା ରାଇଡିଂ ଷ୍ଟାଇଲ୍ ବାଛିବାର ସୁଯୋଗ ଦେଉଛି।