ଭୁବନେଶ୍ଵର: ଆଗକୁ ଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲାଣି କଂଗ୍ରେସ। ଏହା ମଧ୍ୟରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ପିସିସିର ନବଗଠିତ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତାଙ୍କର ପ୍ରଥମ ବୈଠକ । ବୈଠକରେ ରାଜ୍ୟ ପ୍ରଭାରୀ ଲାଲଜି ଦେଶଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ସହପ୍ରଭାରୀ ଜେଟ୍ଟି କୁସୁମ ପ୍ରମୁଖ ଯୋଗ ଦେଇଛନ୍ତି । ବୈଠକରେ ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା, ଏମଏମଡିଆର ବିଲ୍ ଏବଂ ରାଜ୍ୟରେ ଦଳର ସାଂଗଠନିକ ସ୍ଥିତି ଉପରେ ଗୁରୁତ୍ଵ ରହିବ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ମଧ୍ୟ ଏହି ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଛନ୍ତି । ସେହିଭଳି ବରିଷ୍ଠ କଂଗ୍ରେସ ନେତା, ପୂର୍ବତ୍ତନ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଥିବାରୁ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ହେବ ଅଲୋଚନା ।

Also Read: ୨ ବର୍ଷରେ ପଦ ହରାଇଲେ ୬୧ ସରପଞ୍ଚ, ୯ ସମିତି ଅଧ୍ୟକ୍ଷ: ଦୁର୍ନୀତି ଓ ଅନାସ୍ଥା ନେଇ ବିଧାନସଭାରେ ତଥ୍ୟ ରଖିଲେ ସରକାର

ବିଶେଷ କରି MMDR ଦ୍ଵାରା ଓଡ଼ିଶା କେମିତି କ୍ଷତି ସହିବ ଏବଂ ରାଜ୍ୟ ପ୍ରତି କେମିତି ଅନ୍ୟାୟ ହୋଇଛି ତାକୁ ମୁଖ୍ୟ ପ୍ରସଙ୍ଗ କରିବ ଦଳ। ଏହାକୁ ନେଇ ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚିବ। ଖାଲି ସେତିକି ନୁହେଁ, ବରଂ ତୃଣମୂଳ ସ୍ତରରେ କିଭଳି କଂଗ୍ରେସର ସଂଗଠନ ସୁଦୃଢ଼ ହେବ ଏବେ ଏହାସହ କିଭଳି ପ୍ରତି ଲୋକଙ୍କ ପାଖରେ ପହଞ୍ଚିବ ତାହାକୁ ନେଇ ହେବ ଆଲୋଚନା । ଲୋକଙ୍କ ପାଖରେ ସରକାରଙ୍କ ବିଫଳତାକୁ ପହଞ୍ଚିବାକୁ କଂଗ୍ରେସ ପ୍ରସ୍ତୁତ କରିବ ବ୍ଲୁ ପ୍ରିଣ୍ଟ ।