ନୂଆଦିଲ୍ଲୀ : ଦେଶର ସବୁଠୁ କଠିନ ଓ ପ୍ରତିଷ୍ଠିତ ପରୀକ୍ଷା UPSCମାର୍ଚ୍ଚ୬ କୁ ସିଭିଲ୍ ସର୍ଭିସେଜ୍ ପରୀକ୍ଷା ୨୦୨୫ ଫାଇନାଲ ରେଜଲ୍ଟ ଘୋଷଣା କରିଛି। ଏଥର ରାଜସ୍ଥାନର ଅନୁଜ ଅଗ୍ନିହୋତ୍ରୀ ପୂରା ଦେଶରେ ହାସଲ କରିଛନ୍ତି ପ୍ରଥମ ସ୍ଥାନ। ତାଙ୍କ ସଫଳତାରେ ନା କେବଳ ପରିବାର ବରଂ ରାଜ୍ୟକୁ ଗୌରଗାନ୍ୱିତ କରାଇଛି। ଅନୁଜ ଅଗ୍ନିହୋତ୍ରୀ ​​​​​​​ ଟପ୍ପ କରିବା ପରେ ତାଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି। MBBS ଡାକ୍ତରରୁ UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଟପ୍ କରି ଆଇଏଏସ୍ ହେବାର ଯାତ୍ରା ଜାଣିବା ସଂକ୍ଷେପରେ।

ଟପ୍ପର ଅନୁଜ ଅଗ୍ନିହୋତ୍ରୀ ରାଜସ୍ଥାନର ରାୱତଭାଟାର ବାସୀନ୍ଦା। ରାୱତଭାଟା ରାଜସ୍ଥାନର ଚିତ୍ତୋରଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ସହର। ଅନୁଜ ଅଗ୍ନିହୋତ୍ରୀ ରାୱତଭାଟାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ଅନୁଜ ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ନିଜ ନିଷ୍ଠା, ଆତ୍ମବିଶ୍ୱାସ , କଠିନ ପରିଶ୍ରମ ଫଳରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହି ଖବର ଶୁଣିବା ପରେ ତାଙ୍କ ପରିବାରରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

UPSC ଟପ୍ପର ଅନୁଜ ଅଗ୍ନିହୋତ୍ରୀ ରାୱତଭାଟାରେ ତାଙ୍କର ସ୍କୁଲ୍ ଶିକ୍ଷା ସମାପ୍ତ କରିଛନ୍ତି। ପରେ ସେ ଅଧିକ ପାଠପଢ଼ା ପାଇଁ ଯୋଧପୁର ଯାଇଥିଲେ। ସେ AIIMS ଯୋଧପୁରରୁ MBBS କରିଥିଲେ। ସେ ୨୦୨୩ ରେ ତାଙ୍କର MBBS ଡିଗ୍ରୀ ହାସଲ୍ କରିଥିଲେ। ଡାକ୍ତର ହେବା ପରେ ବି ତାଙ୍କ ମନରେ ଥିଲା ଆଉ କିଛି। ସେଥିପାଇଁ ସେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରିବା ପାଇଁ କୋଚିଂ ନେଇଥିଲେ। ଏବେ, ସେ ୨୦୨୫ରେ ସର୍ବଭାରତୀୟ ପରୀକ୍ଷାରେ ଟପ୍ କରି ରାଜସ୍ଥାନ, ରାୱତଭାଟା ଏବଂ ଭାରତ ପାଇଁ ଗୌରବ ଆଣିଛନ୍ତି।

୨୦୨୩ରେ AIIMS ଯୋଧପୁରରୁ MBBS ଶେଷ କରିବା ପରେ UPSC ପରୀକ୍ଷା ଦେଇଥିଲେ। ଯେଉଁଥିରେ ସେ ଅପସନାଲ୍ ବିଷୟ ଭାବରେ ଚିକିତ୍ସା ବିଜ୍ଞାନକୁ ବାଛିଥିଲେ। ବଡ଼କଥା ହେଉଛି ଆଇଏଏସ୍ ହେବାକୁ ଅନୁଜ ଥର ଆଟେମ୍ଟ ନେଇଥିଲେ। ଆଉ ତୃତୀୟ ପ୍ରୟାସରେ ହିଁ ସେ ଟପ୍ କରିଥିଲେ। ତାଙ୍କର ପ୍ରଥମ ପ୍ରୟାସରେ, ତାଙ୍କୁ ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସିଭିଲ୍ ସର୍ଭିସ୍ (DANICS) ପାଇଁ ଚୟନ କରାଯାଇଥିଲା। ସେ ବର୍ତ୍ତମାନ ଏଥିପାଇଁ ତାଲିମ ନେଉଛନ୍ତି।

ସିଭିଲ୍ ସର୍ଭିସେଜ୍ ପରୀକ୍ଷା ୨୦୨୫ରେ ୯୫୮ ଆଶାୟୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କରିଥିବା ବେଳେ ଅନୁଜ ଅଗ୍ନିହୋତ୍ରୀ ପୂରା ଦେଶରେ ଟପ୍ପର ହୋଇଛନ୍ତି। ଦ୍ବିତୀୟ ସ୍ଥାନରେ ରାଜେଶ୍ବରୀ ସୁଭେ, ତୃତୀୟରେ ଅକାଂଶ ଧୂଲ୍ ରହିଛନ୍ତି , ଚତୁର୍ଥରେ ଇଶାନ ଭଟ୍ଟନାଗର, ପଞ୍ଚମରେ ଜିନିଆ ଅରୋରା ରହିଛନ୍ତି । ଏହି ସମସ୍ତ ଆଶାୟୀଙ୍କୁ ଭାରତୀୟ ପ୍ରଶାସନିକ ସେବା(IAS), ଭାରତୀୟ ବୈଦେଶିକ ସେବା (IFS) ଭାରତୀୟ ପୁଲିସ ସେବା (IPS) ଓ ସେଣ୍ଟ୍ରାଲ ସର୍ଭିସେଜର ଗ୍ରୁପର ‘ଏ’ ଓ ‘ବି’ ପଦବୀରେ ନିଯୁକ୍ତ କରାଯିବ।