ବ୍ରହ୍ମପୁର ୦୫।୦୫ : ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା । ହତ୍ୟାକାଣ୍ଡରେ ସଂପୃକ୍ତ ଏକାଧିକ ଲୋକଙ୍କୁ ଗିରଫ କରିଛି ପୋଲିସ। ଏହି ହତ୍ୟା କାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ୪ ଜଣ ଗଲେ କୁଆଡେ ? ରାଜ୍ୟ ବାହାରକୁ ଫେରାର ହୋଇଥିବା ନେଇ ଅନୁମାନ କରାଯାଉଛି। ପୋଲିସ ଏହି ଅଭିଯୁକ୍ତଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ଜାଲ ବିଛାଇଛି । ଦେଖାଯାଉ ଅନ୍ୟ ଅଭିଯୁକ୍ତଙ୍କୁ କେବେ ଧରୁଛି ପୋଲିସ ।

ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ୩ଟି ବନ୍ଧୁକରୁ ଗୋଟିଏ କୁଆଡେ ଫେରାର ଥିବା ଅଭିଯୁକ୍ତ ମଧ୍ୟରୁ ଜଣେ ଆଣିଥିବା ସୂଚନା । ବାକି ୨ଟି ବ୍ୟବହୃତ ବନ୍ଧୁକ ଦୁଇ ଅଭିଯୁକ୍ତ ବ୍ୟବହାର କରିଥିବା ବେଳେ ସେମାନେ ଗିରଫ ହୋଇ ଜେଲ୍ରେ ଅଛି । ୪ ଅଭିଯୁକ୍ତ ଫେରାର ଥିବା ବେଳେ ଅଭିଯୁକ୍ତ ନିବେଦିତାଙ୍କ ମାଆ, ମାମୁଁଙ୍କୁ ପୋଲିସ ଜେରା କରିବ । ହତ୍ୟାକାଣ୍ଡର ପ୍ରକୃତ ସତ୍ୟ ଓଗାଳିବାକୁ ପୋଲିସ ପ୍ରୟାସ କରିବ । ଏହାରି ଭିତରେ ମୃତକ ମଧ୍ୟରେ ସୁଧିରଙ୍କ ଦ୍ୱାଦଶ କାର୍ଯ୍ୟକ୍ରମ ସଂପର୍ଣ୍ଣ ହୋଇଥିବା ବେଳେ ୧୪ ଦିନ ପାଳନ କରୁଛନ୍ତି ।

Also Read:-ଆକ୍ସନରେ ପ୍ରଶାସନ, ଆଗାମୀ ୭ ଦିନ ପାଇଁ ସମସ୍ତ ଦହିବରା-ଫାଷ୍ଟପୁଡ୍ ଦୋକାନ

ସୂଚନାଯୋଗ୍ୟ ଯେ, ପ୍ଲଟ ବ୍ୟବସାୟୀ ସୁଧିର ପାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଯାହାପରେ ପୋଲିସ ଆରମ୍ଭ କରି ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏପିରିକି ଏହି ହତ୍ୟାକାଣ୍ଡରେ ସୁଧିର ପାତ୍ରଙ୍କ ଝିଆରୀ ସାମିଲ ଥିବା ସୂଚନା ମିଳିଛି । ଯାହାକୁ ଆଧାର କରି ପୋଲିସ ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ ଗିରଫ ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ମଧ୍ୟ କରିସାରିଛି । କୋର୍ଟ ହାଜର ପରେ ରିମାଣ୍ଡରେ ନେଇ ଅନେକ ତଥ୍ୟ ଓଗାଳିଛି ପୋଲିସ ।