ନୂଆଦିଲ୍ଲୀ : ଅପେକ୍ଷା ସମାପ୍ତ ହେବାକୁ ଯାଉଛି, ଏବେଠାରୁ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଫିଫା ୨୦୨୬ ୱାର୍ଲଡ କପର ଉଦଘାଟନୀ ମ୍ୟାଚ୍। କ୍ରିଡାର ମହାକୁମ୍ଭ ଲାଇଭ ଦେଖିବାକୁ ଫ୍ୟାନସ୍ ଙ୍କ ଉତ୍ସାହ ଏବେ ଚରମ ସୀମାରେ। ଭାରତରେ ବି ଫୁଟବଲ ଫିଭର ଆରମ୍ଭ ହୋଇଗଲାଣି। ଲିୟୋନେଲ ମେସି, କ୍ରିଷ୍ଟିୟାନୋ ରୋନାଲ୍ଡୋ, ଜୁନିୟର ନେମାର ଓ କିଲିୟନ ଏମବାପ୍ପେଙ୍କ ଭଳି ଫୁଟବଲ ଷ୍ଟାରଙ୍କୁ ଷ୍ଟାଡିୟମରେ ଦେଖିବା ପାଇଁ ଭାରତୀୟ ଫୁଟବଲ ଫ୍ୟାନସ୍ ଖୁବ୍ ଉତ୍ସାହିତ।

ଫିଫା ୱାର୍ଲଡ କପ୍ ୨୦୨୬ର ଭବ୍ୟ ଉଦଘାଟନୀ ମ୍ୟାଚ୍ ଆୟୋଜକ ମେକ୍ସିକୋ ଓ ସାଉଥ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମହାମୁକାବିଲା ଭାରତୀୟ ସମୟାନୁସାରେ ଠିକ୍ ମଧ୍ୟରାତ୍ର ୧୨.୩୦ ମିନିଟ୍ ରେ ଆରମ୍ଭ ହୋଇଯିବ। ଫିଫା ୱାର୍ଲଡ କପ୍ ୨୦୨୬ର ଓପନିଂ ମ୍ୟାଚ୍ ମେକ୍ସିକୋ ଓ ସାଉଥା ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମେକ୍ସିକୋ ସିଟିର ଏଷ୍ଟାଡିୟୋ ଏଜଟେକା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ୨୦୧୦ ୱାର୍ଲଡ କପ ଓପନିଂ ମ୍ୟାଚ୍ ରେ ସାମ୍ନା ସାମ୍ନି ହେବାର ପାଖାପାଖି ୧୬ ବର୍ଷ ପରେ ମେକ୍ସିକୋ ଓ ସାଉଥ୍ ଆଫ୍ରିକା କୁ ପୁଣି ଥରେ ଫୁଟବଲର ସବୁଠୁ ବଡ଼ ଆୟୋଜନ ଆରମ୍ଭ କରିବାର ସମ୍ମାନ ମିଳିଛି।

ଭାରତରେ କେମିତି ଦେଖିବେ ଉଦଘାଟନୀ ମ୍ୟାଚ୍?ଭାରତରେ ମେକ୍ସିକୋ ବନାମ ସାଉଥ ଆଫ୍ରିକା ମ୍ୟାଚ୍ ଟିଭିରେ ‘ୟୁନିଟ୍ ଏଇଟ୍ ସ୍ପୋର୍ଟସ୍ ୱାନ୍’, ‘ୟୁନିଟ୍ ଏଇଟ୍ ସ୍ପୋର୍ଟସ୍ ୱାନ୍-ଏଚଡି’, ୟୁନିଟ୍ ଏଇଟ୍ ସ୍ପୋର୍ଟସ୍ ଟୁ, ଓ ୟୁନିଟ୍ ଏଇଟ୍ ସ୍ପୋର୍ଟସ୍ ଟୁ ଏଚଡିରେ ଦେଖି ପାରିବେ। ସେହିପରି ଏହି ମ୍ୟାଚ୍ ର ଲାଇଭ ଷ୍ଟ୍ରିମିଂ ଜି-ଫାଇଭ ଆପରେ ମଧ୍ୟ ହେବ। ଏହି ମ୍ୟାଚ୍ ଆଜି ମଧ୍ୟ ରାତ୍ରିରେ ଅନୁଷ୍ଠିତ ହେବ।

ଫିଫା ୱାର୍ଲଡକପ ୨୦୨୬ର ଓପନିଂ ସେରିମନିମେକ୍ସିକୋ ଓ ସାଉଥ୍ ଆଫ୍ରିକା ଷ୍ଟାଡିୟମକୁ ଓହ୍ଲାଇବା ପୂର୍ବରୁ ଫିଫା ଏକ ଖାସ ସେରିମନି ସହିତ ଟୁର୍ଣ୍ଣାମେଣ୍ଟର ଅଧିକାରୀକ ପ୍ରାରମ୍ଭ କରିବେ। ଏଥିରେ ମ୍ୟାକ୍ସିକାନ ସଂସ୍କୃତି ଓ ଫୁଟବଲ ଉତ୍ସବର ଐତିହ୍ୟ ପାଳନ କରାଯିବ। ଓପନିଂ ସେରିମନି ଭାରତୀୟ ସମୟାନୁସାରେ ୧୧ ଜୁନ ରାତି ୧୧ଟାରେ ଆରମ୍ଭ ହେବ, ଯାହା କିକ୍ ଅଫର ପାଖାପାଖି ୯୦ ମିନିଟ୍ ପୂର୍ବରୁ ଆରମ୍ଭ ହେବ। ଏଥିରେ ସଂଗୀତ, ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରହିବ। ଏଥିରେ ସବୁଠୁ ବଡ଼ ଆକର୍ଷଣ ହେବ ଫିଫା ୱାର୍ଲଡ କପର ଅଧିକାରୀକ ଆନ୍ଥୋମ ‘ଡାଇ ଡାଇ’ର ପ୍ରଥମ ଲାଇଭ ପରଫର୍ମାନ୍ସ। ଏଥିରେ ଶକିରା ଓ ବର୍ଣ୍ଣାବୟ ସାମିଲ ହେବେ।

Also Read..FIFA ୱାର୍ଲଡକପ୍ ୨୦୨୬: ତିନି ଦେଶର ୧୬ଷ୍ଟାଡିୟମ, ୧୨ grup ୪୮ ଟିମ୍ ମଧ୍ୟରେ ଖେଳାଯିବ ୧୦୪ ମ୍ୟାଚ୍