ମୁମ୍ବାଇ୨୪/୪: ଦୁନିଆରେ ଘଣ୍ଟା ପିନ୍ଧିବାକୁ କାହାକୁ ବା ଭଲ ନଲାଗେ । କିଏ ସଉକ ପାଇଁ ତ ଆଉ କିଏ ସମୟ ଜାଣିବାକୁ ଘଣ୍ଟା ବ୍ୟବହାର କରନ୍ତି । ଏବେ ଏମିତି ଏକ ଘଣ୍ଟାକୁ ନେଇ ଚର୍ଚ୍ଚା ହେଉଛି ଯାହା ଏସିଆର ସବୁଠାରୁ ଧନୀ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ହାତରେ ଚମକୁଛି । ଏମିତିରେ ଜୁନିଅର ଅମ୍ବାନୀଙ୍କ ପାଖରେ ଅନେକ ଦାମୀ ଘଣ୍ଟାର ଚମତ୍କାର କଲେକ୍ସନ ରହିଛି ।ଯାହା ବିଷୟରେ ସମସ୍ତଙ୍କୁ ଉଣା ଅଧିକେ ଜଣା । ଏବେ ପୁଣି ତାଙ୍କର ଆଉ ଏକ ନୂଆ ଘଣ୍ଟାକୁ ନେଇ ଜୋରଦାର ଚର୍ଚ୍ଚା । ନୂଆ ଘଣ୍ଟାର ଫଟୋ ଭାଇରାଲ ହେଉଛି ।ସମସ୍ତେ ଆଲୋଚନା କରିବା ପଛରେ ବି ରହିଛି ଅନେକ କାରଣ । ଘଣ୍ଟାରେ ଦେଖାଯାଉଛନ୍ତି ଶିବ ଭଗବାନ । ଯେବେବି ଦେଶରେ ଧନୀ ଲୋକଙ୍କର ଚର୍ଚ୍ଚା ହୁଏ ଏଥିରେ ଆମ୍ବାନୀ ପରିବାରର ନାଁ ନିଶ୍ଚୟ ଆସେ । ନୀତା ଅମ୍ବାନୀଙ୍କ ଠାରୁ ଆରମ୍ଭ କରି ଅନନ୍ତ ଅମ୍ବାନୀଙ୍କ ଯାଏ ସମସ୍ତେ ଲଗଜୁରୀ ଲାଇଫ ବଞ୍ଚୁଛନ୍ତି । ଅନନ୍ତ ଅମ୍ବାନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ । ନୂଆ ନୂଆ ଘଣ୍ଟା ପ୍ରତି ତାଙ୍କର ବହୁତ ଦୁର୍ବଳତା ରହିଛି । ସେ ନିଜର ଲଗଜୁରୀ ଘଣ୍ଟା କଲେକ୍ସନ ପାଇଁ ଅଧିକ ଜଣାଶୁଣା ।

ଘଣ୍ଟାର ଦାମ୍ କେତେ ?

ସବୁବେଳେ ନୂଆ ନୂଆ ଘଡି ପିନ୍ଧିଥିବାର ନଜର ଆସନ୍ତି ଅନନ୍ତ ଅମ୍ବାନୀ । ଏବେ ପୁଣି ଗୋଟିଏ ବହୁତ ଖାସ୍ ଆଉ ଦାମୀ ଘଣ୍ଟା ପିନ୍ଧିଛନ୍ତି ଅନନ୍ତ । ଘଣ୍ଟାକୁ ଯିଏ ଦେଖୁଛି ଘଡିଏ ଦେଖି ରହିଯାଉଛି । ଥରେ ଦେଖିଲେ ନଜର ହଟୁନି । ଏହି ସୁନ୍ଦର ଓ ଆକର୍ଷଣୀୟ ଘଣ୍ଟାର ଦାମ୍ ପ୍ରାୟ ୧୦ରୁ ୧୨ କୋଟି ବୋଲି କୁହାଯାଉଛି ।

୧୮ କ୍ୟାରେଟ୍ ରୋଜ ଗୋଲ୍ଡରୁ ତିଆରି

ଏହି ଘଣ୍ଟାର ସବୁଠାରୁ ୟୁନିକ ଜିନିଷଟି ହେଉଛି ଏଠି ବସିଛନ୍ତି ଭଗବାନ ଶିବ । ଘଣ୍ଟା ଭିତରେ ଶିବଙ୍କ ସୁନ୍ଦର ମୂର୍ତ୍ତି ତିଆରି ହୋଇଛି । ଘଣ୍ଟାକୁ ୧୮ କ୍ୟାରେଟ୍ର ରୋଜ ଗୋଲ୍ଟରେ ତିଆରି କରାଯାଇଛି । ଆଉ ଏଥିରେ ୩ଶହରୁ ଅଧିକ ବାଗୁଏଟ୍ କଟ୍ ଡାଇମଣ୍ଡ ଯୋଡା ଯାଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିରେ ପ୍ରାୟ ହଜାରେରୁ ଅଧିକ ଡାଇମଣ୍ଡ ଯୋଡା ଯାଇଛି । ଏହି ଘଡି ଦୂରରୁ ହିଁ ଚମକୁଛି । ଘଣ୍ଟା ଏତେ ସୁନ୍ଦର ଓ ମନଲୋଭା ହୋଇଛି ଯେ ଦେଖିଲେ ଆଖି ଲାଖି ଯାଉଛି । ଘଣ୍ଟାରେ ୬୫୮ଟି ଛୋଟ ଛୋଟ ପାର୍ଟସ ଲାଗିଛି । ଘଣ୍ଟାରେ ବୁଲୁଥିବା ଟର୍ବିଲନ ଦେଖିବାକୁ ମିଳିବ । ଯାହା ଘଣ୍ଟାର ଲୁକ୍କୁ ଅଧିକ ଆକର୍ଷଣୀୟ କରୁଛି ।

​​​​​​​

ଘଣ୍ଟାରେ ଏକ ୟୁନିକ ବକ୍ସ ବି ରହିଛି । ଯେଉଁଥିରୁ ଏକ ସୁନ୍ଦର ଗୀତ ବାହାରୁଛି । ଡାଏଲ୍‌ରେ  ଏକ ଓମ୍‌ ଚିହ୍ନ ରହିଛି ଯାହା ଆଧ୍ୟାତ୍ମିକତାର ଅନୁଭବ ଦେଉଛି ।ଘଣ୍ଟା ଯେତେ ଦାମୀ ଓ ଆକର୍ଷଣୀୟ ହେଉ ନା କାହିଁକି କିନ୍ତୁ ସମସ୍ତଙ୍କ ନଜର ଭଗବାନ ଶିବଙ୍କ ଛୋଟ ମୂର୍ତ୍ତି ଉପରେ ଲାଖିଯାଉଛି । ଏହା ଘଣ୍ଟାକୁ କେବଳ ଲଗଜୁରୀ ନୁହେଁ ଭକ୍ତିର ପ୍ରତୀକ ବି ସୂଚାଉଛି । ଏହି ଘଣ୍ଟାଟି ଜାକବ୍ ଆଣ୍ଡ କୋ.ର ଫେମସ ଅପେରା ସିରିଜର ଏକ ପିସ୍ । ବ୍ରାଣ୍ଡ ଏହାକୁ ସ୍ବତନ୍ତ୍ର ଭାବରେ କଷ୍ଟମାଇଜ କରିଛି । ବିଶ୍ବରେ ଏପରି କେବଳ ଗୋଟିଏ ଘଣ୍ଟା ତିଆରି ହୁଏ । ଜାକବ୍ ଆଣ୍ଡ କୋ. ଏହାକୁ ସ୍ବତନ୍ତ୍ର ଭାବରେ ଅନନ୍ତ ଅମ୍ବାନୀଙ୍କ ପାଇଁ ତିଆରି କରିଛି ।

Also Read:Dhurandhar 2: ‘ଧୁରନ୍ଧର’ ସେଟ୍‌ରେ ବ୍ୟବହାର ହୋଇଥିଲା କଣ୍ଡୋମ, ଆକ୍ସନ ଡାଇରେକ୍ଟର କଲେ ଖୁଲାସା, କହିଲେ-ଅସଲି ସିନ୍ ଦେଖାଇବା ପାଇଁ...