• ବିଜେପିକୁ  ଆସନର ସ୍ୱରୂପ ନିର୍ଦ୍ଧାରଣ କରିବାକୁ ଛାଡିଦେବା ଦ୍ୱାରା ଭାରତର ନିର୍ବାଚନ କ୍ଷେତ୍ରର ସ୍ୱରୂପ ହିଁ ବଦଳିଯିବ
  • ନା କେବଳ ଭାରତ ଲାଗି ବରଂ ଦକ୍ଷିଣ ଭାରତ ଖାସ କରି ତାମିଲନାଡୁ ଲାଗି କ୍ଷତିର କାରଣ ହେବ
  • ଷ୍ଟାଲିନଙ୍କୁ କହିଛୁ ଏହା ତାମିଲ ସଂସ୍କୃତି, ତାମିଲ ଭାଷା, ତାମିଲ ଲୋକେ, ଭାରତୀୟ ସଂଘ ଓ ପୁରା ଭାରତ ଲାଗି ବିପଦ

ଚେନ୍ନାଇ: ଇଣ୍ଡିଆ ମେଣ୍ଟର ନେତାମାନେ ରବିବାର ଚେନ୍ନାଇ ଯାଇଥିଲେ। ଏଠାରେ ମେଣ୍ଟର ନେତାମାନେ ଡିଏମକେ ନେତା ଏମ.କେ. ଷ୍ଟାଲିନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନାରେ ଡିଲିମିଟେସନ ବିଲ୍ କୁ ନେଇ ଚର୍ଚ୍ଚା ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଷ୍ଟାଲିନ୍ ପୂର୍ବରୁ ଏହି ବିଧେୟକ ସପକ୍ଷରେ ତାଙ୍କର ସମର୍ଥନ ଘୋଷଣା କରିଛନ୍ତି। ଏଣୁ ଇଣ୍ଡିମେଣ୍ଟର ନେତାମାନେ ଷ୍ଟାଲିନଙ୍କୁ ବୁଝେଇବାକୁ ତାଙ୍କ ଘରକୁ ଯାଇଥିଲେ। ହେଲେ ଏଥିରୁ ମଧ୍ୟ କୌଣସି ସୁଫଳ ମିଳିନି। ମେଣ୍ଟ ନେତାମାନଙ୍କ ତମାମ ତର୍କ ସତ୍ତ୍ୱେ ଷ୍ଟାଲିନ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ବିଧେୟକ ସପକ୍ଷରେ ନିଜର ସମର୍ଥନ ଦୋହରାଇଛନ୍ତି। ତେବେ ସାକ୍ଷାତଆଲୋଚନା ରେ ଷ୍ଟାଲିନଙ୍କୁ କ’ଣ କହିଥିଲେ ରାହୁଲ ତାହା ଗଣମାଧ୍ୟମକୁ ଜଣାଇଛନ୍ତି।

ରାହୁଲ କହିଛନ୍ତି ଯେ ଷ୍ଟାଲିନଙ୍କ ସହିତ ଡିଲିମିଟେସନ ନେଇ ଚର୍ଚ୍ଚା ହୋଇଛି, ଏଥିରେ ସେ ତାମିଲନାଡୁକୁ ରକ୍ଷା କରନ୍ତୁ ବୋଲି ମୁଁ ଆଗ୍ରହ କରିଛି। ରାହୁଲ କହିଛନ୍ତି ଯେ ଷ୍ଟାଲିନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଠକ ହୋଇଛି। ଆମେ ତାଙ୍କ ସମ୍ମୁଖରେ ଆମର ପକ୍ଷ ରଖିଛୁ। ଆମେ ଭାବୁଛୁ ଡିଲିମିଟେସନ ମାଧ୍ୟମରେ ୮୫୦ ସଦସ୍ୟଙ୍କ ସଂସଦ ଗଠନ କରିବା ଓ ବିଜେପିକୁ ସେହି ୮୫୦ ଆସନର ସ୍ୱରୂପ ନିର୍ଦ୍ଧାରଣ କରିବାକୁ ଛାଡିଦେବା ଦ୍ୱାରା ଭାରତର ନିର୍ବାଚନ କ୍ଷେତ୍ରର ସ୍ୱରୂପ ହିଁ ବଦଳିଯିବ। ଏହା ନା କେବଳ ଭାରତ ଲାଗି ବରଂ ଦକ୍ଷିଣ ଭାରତ ଖାସ କରି ତାମିଲନାଡୁ ଲାଗି କ୍ଷତିର କାରଣ ହେବ।

ଆମେ ଷ୍ଟାଲିନ ଯିଏ ତାମିଲନାଡୁର ପ୍ରବଳ ରକ୍ଷକ ତାଙ୍କୁ ତାମିଲନାଡୁର ରକ୍ଷା କରିବାକୁ ଓ ବିଜେପିର ଏହି କୁଟିଳ ଯୋଜନା ଯେପରି ସଫଳ ନ ହୁଏ ସେଥି ପାଇଁ ପଦକ୍ଷେପ ନେବାକୁ ଆଗ୍ରହ କରିଛୁ। ଯଦି ବିଜେପି ୮୫୦ ଆସନ ଲୋକସଭାର ସ୍ୱରୁପ ବଦଳେଇ ଦିଏ ତେବେ ଭାରତରେ ଗଣତନ୍ତ୍ର ସମାପ୍ତ ହୋଇଯିବ। ରାହୁଲ ଗାନ୍ଧି କହିଛନ୍ତି ଯେ ଆମେ ଜାଣିନୁ ଡିଏମକେ କଣ କହିଛି କଣ କରିବ। ହେଲେ ଆମେ ଆପଣଙ୍କୁ ସେଇଆ କହୁଛୁ ଯାହା ଉପରେ ଆମେ ଚର୍ଚ୍ଚା କରିଛୁ ଓ ଆମେ ଷ୍ଟାଲିନଙ୍କୁ କହିଛୁ।

ଆମେ ଷ୍ଟାଲିନଙ୍କୁ କହିଛୁ ଏହା ତାମିଲ ସଂସ୍କୃତି, ତାମିଲ ଭାଷା, ତାମିଲ ଲୋକେ, ଭାରତୀୟ ସଂଘ ଓ ପୁରା ଭାରତ ଲାଗି ବିପଦ। ଏଣୁ ଷ୍ଟାଲିନଙ୍କୁ ସବୁ ଦେଶଭକ୍ତଙ୍କ ଭଳି ଏହି ବିପଦ ବିରୋଧରେ ଛିଡା ହେବା ଆବଶ୍ୟକ। ରାହୁଲ କହିଛନ୍ତି ଯେ ଆରଏସଏସ ତାମିଲ ବିରୋଧୀ ଶକ୍ତି ଅଟେ। ଆରଏସଏସ ତାମିଲ ସଭ୍ୟତାର ବିଚାରକୁ ବିରୋଧ କରେ। ଥରେ ଯଦି ବିଜେପି ଭାରତର ନିର୍ବଚନମଣ୍ଡଳିକୁ ପୁଣି ନିର୍ଦ୍ଧାରଣ କରି ୮୫୦ ଆସନ କରିଦିଏ ତେବେ ଭାରତରେ ଗଣତନ୍ତ୍ର ସମାପ୍ତ ହୋଇଯିବ ଓ ତାମିଲ ସଂସ୍କୃତି ଏବଂ ତାମିଲ ଭାଷା ବିରୋଧରେ ଆକ୍ରମଣ ଆରମ୍ଭ ହୋଇଯିବ, ମୋ କଥା ମନେ ରଖିବ।