• ବାବା ବାଗେଶ୍ୱର ନାମରେ ଜଣାଶୁଣା ଧିରେନ୍ଦ୍ର ଶାସ୍ତ୍ରୀ ଦୂର୍ଗାପୂଜା କାଳରେ ବଙ୍ଗାଳୀଙ୍କୁ ମତ୍ସ୍ୟାହାର ଛାଡିବାକୁ ଅପିଲ କରିଥିଲେ
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କାଲିଘାଟ ମନ୍ଦିର ପହଞ୍ଚି ମନ୍ଦିରରେ ବସି ମାଛ ଭୋଗ ଖାଇଛନ୍ତି
  • ଏହି ଭୋଗରେ ମାଛର ଏକ ବଡ଼ ମୁଣ୍ଡ ମଧ୍ୟ ଥିଲା, ଯାହା କାଲିଘାଟ ଭୋଗର ଏକ ସ୍ୱତନ୍ତ୍ରତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କାଲିଘାଟସ୍ଥିତ ମା କାଳିଙ୍କ ମନ୍ଦିରରେ ବସି ମାଛ ଭୋଗ ଖାଇଛନ୍ତି, ଏଥିରୁ ଏହା ପ୍ରତୀତ ହୋଇଛି ଯେ ବିଜେପି ଦୂର୍ଗା ପୂଜାରେ ଆମିଷ ଭକ୍ଷଣ ନ କରିବା ପାଇଁ ବାବା ବାଗେଶ୍ୱରଙ୍କ ବାରଣକୁ ନେଇ ଉପୁଜିଥିବା ବିବାଦର ସମାପ୍ତ କରିଛି। ବାବା ବାଗେଶ୍ୱର ନାମରେ ଜଣାଶୁଣା ଧିରେନ୍ଦ୍ର ଶାସ୍ତ୍ରୀ ଦୂର୍ଗାପୂଜା କାଳରେ ବଙ୍ଗାଳୀଙ୍କୁ ମତ୍ସ୍ୟାହାର ଛାଡିବାକୁ ଅପିଲ କରିଥିଲେ। ସେହିପରି ଧାର୍ମିକ ଅବସରରେ ଆମିଷଭକ୍ଷଣକାରୀଙ୍କୁ ଶାସ୍ତ୍ରୀ ଢୋଙ୍ଗୀ ବୋଲି କହିଥିଲେ।

ତେବେ ବେଙ୍ଗଲରେ ବିଜେପି ଓ କଂଗ୍ରେସ ବାବା ବାଗେଶ୍ୱରଙ୍କ ଏହି ଅପିଲକୁ ଖାରଜ କରିଥିଲେ, ହେଲେ ଏହି ବିବାଦ ଥମିବାର ନାଁ ନେଉନଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କାଲିଘାଟ ମନ୍ଦିର ପହଞ୍ଚି ମନ୍ଦିରରେ ବସି ମାଛ ଭୋଗ ଖାଇଛନ୍ତି। ଶୁଭେନ୍ଦୁ ଅଧିକାରୀ କୌଶିକୀ ଅମାବାଶ୍ୟା ଅବସରରେ କାଲିଘାଟ ଗସ୍ତ କରିଥିଲେ, ଏହାକୁ ଶାକ୍ତ ହିନ୍ଦୁମାନେ ଅତ୍ୟନ୍ତ ଶୁଭମନେ କରନ୍ତି। ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ତଳେ ବସି ଭୋଗ ଖାଉଥିବାର ଦେଖା ଯାଉଛି। ଏହି ଭୋଗରେ ମାଛର ଏକ ବଡ଼ ମୁଣ୍ଡ ମଧ୍ୟ ଥିଲା, ଯାହା କାଲିଘାଟ ଭୋଗର ଏକ ସ୍ୱତନ୍ତ୍ରତା। ଏହା ଛଡା ଭୋଗରେ ମାଛ ଭଜା ଓ ବାସନ୍ତି ପଲଉ ମଧ୍ୟ ଥିଲା।

କାଲିଘାଟରେ ମୁଖ୍ୟ ଦେବୀ ମା କାଳିଙ୍କୁ ମାଛ ଓ ବଳି ଦିଆଯାଇଥିବା ଛେଳି ମାଂସ ଭୋଗ ଲାଗିର ପରମ୍ପରା ରହିଛି, ଯାହାକୁ ପରେ ଭକ୍ତ ପ୍ରସାଦ ରୂପେ ଗ୍ରହଣ କରନ୍ତି। ବେଙ୍ଗଲରେ ବିଜେପି ଉପରେ ଏହି କଥା ନେଇ ପ୍ରାୟତଃ ଆରୋପ ହୋଇଥାଏ ଯେ ମୁଖ୍ୟ ରୂପେ ଆମିଷ ଭକ୍ଷଣ କରୁଥିବା ବଙ୍ଗାଳୀଙ୍କ ଉପରେ ଉତ୍ତର ଭାରତୀୟ ଶାକାହାରୀ ଖାଦ୍ୟପେୟର ଅଭ୍ୟାସ ଥୋପିବାର ଉଦ୍ୟମ କରୁଛି। ତେବେ ପାର୍ଟି ବାରମ୍ବାର ଏହି ଅଭିଯୋଗକୁ ଅସ୍ୱୀକାର କରିଛି।

ଏଥିରେ ଶୁଭେନ୍ଦୁ ଅଧିକାରୀ ମନ୍ଦିରରେ ବସି ମାଛ ଭୋଗ ଖାଇବା ଏହି ବାର୍ତ୍ତା ଦେଉଛି ଯେ ରାଜ୍ୟରେ ସାକାହାରୀ ଓ ମାଂସାହାରୀ ବିତର୍କ ଏବେ ସମାପ୍ତ ହେବା ଆବଶ୍ୟକ। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ ‘ବିବାଦ ଏହିଠାରେ ସମାପ୍ତ ହେବା ଦରକାର’। କାଲିଘାଟରେ ମୁଖ୍ୟମନ୍ତ୍ରୀ ମା କାଳିଙ୍କ ପାରମ୍ପରିକ ମତ୍ସ୍ୟ ଭୋଗରେ ଭାଗ ନେଇଛନ୍ତି। ଏହା ବେଙ୍ଗଲର ଆସ୍ଥା, ପରମ୍ପରା ଓ ଜୀନବ ଶୈଳୀର ସମ୍ମାନ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେପି ସର୍ବଦା ବେଙ୍ଗଲର ହୀତ, ବେଙ୍ଗଲୀ ପରମ୍ପରା ଓ ବେଙ୍ଗଲ ଲାଗି ଯାହା ଉଚିତ ସେଥି ଲାଗି ସେ ଦୃଢତାର ସହ ଛିଡା ହେବେ।